ମଂଚ ଉପରେ ବେହୋସ ହୋଇଗଲେ ଏହି ଅଭିନେତା

ମୁମ୍ବାଇ() ଅଚାନକ ମଂଚ ଉପରେ ବେହୋସ ହୋଇପଡିଲେ ଅଭିନେତା ବରୁଣ ଧାବନ । ଅପକମିଙ୍ଗ୍ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ୩ ଡିର ଶୁଟିଙ୍ଗରେ ଧାବନ ଏବେ ବ୍ୟସ୍ତ ଅଛନ୍ତି । ତେବେ ଶୁଟିଙ୍ଗ ସେଟରେ ନାଚୁଥିବା ସମୟରେ ବରୁଣ ବେହୋସ ହୋଇଯାଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି ।

ଉଚ୍ଚ ରକ୍ତଚାପ କାରଣରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ଡାକ୍ତର କହିଛନ୍ତି । ସେ ଏହି ଫିଲ୍ମ ପାଇଁ ଦିନରାତି ପରିଶ୍ରମ କରୁଥିଲେ । ଏହି ସମୟରେ ତାଙ୍କୁ ଜ୍ୱର ଆସିଯାଇଥିଲା । ସେ ବିନା ବିଶ୍ରାମ ନେଇ ଡ୍ୟାନ୍ସ ଅଭ୍ୟାସ କରିଥିଲେ । ଯାହା ଫଳରେ ତାଙ୍କର ଏଭଳି ଅବସ୍ଥା ହୋଇଥିଲା । ତେବେ ବରୁଣ ନିଜେ ତାଙ୍କର ଖରାପ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

2 + sixteen =