ପାସ ହେଲା ଟ୍ରିପଲ ତଲାକ ବିଲ୍

ନୂଆଦିଲ୍ଲୀ ()  ଲୋକସଭାରେ ପାସ ହେଲା ଟ୍ରିପଲ ତଲାକ ବିଲ୍ । ଆଜି ଗରମାଗରମ ବିତର୍କ ହେବା ପରେ ଶେଷରେ ପାସ୍ ହୋଇଛି ବିଲ୍ । ବିଲ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଭୋଟ୍ ପଡିଛି । ତେବେ ଭୋଟିଂରେ ଭାଗ ନେଇନାହାଁନ୍ତି ଟିଏମସି ସାଂସଦ । ଆଜି ଲୋକସଭାରେ ଏହି ବିଲକୁ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନ କରି କହିଥିଲେ ତିନି ତଲାକ ବିଲ୍ ଆଗତ ହେବା ଦ୍ୱାରା ମୁସଲମାନ ମହିଳାଙ୍କୁ ନ୍ୟାୟ ମିଳିବ ।

ଅନ୍ୟପଟେ ଏହି ବିଲକୁ କଂଗ୍ରେସ, ଆରଜେଡି, ଏଆଇଏମଏମ ଓ ଏନସିପି ବିରୋଧ କରିଛି । ବିରୋଧୀ କହିଛନ୍ତି ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ଆଇନ ଥିବାବେଳେ ତିନି ତଲାକ ପରି ଆଉ ଏକ ଆଇନ ଆଣିବାର କଣ ଆବଶ୍ୟକତା ରହିଛି । ଏହାକୁ ନେଇ ଲୋକସଭାରେ ମୁହଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳର ସଦସ୍ୟ । ତେବେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍ ଆରାମରେ ପାସ୍ ହୋଇଯାଇଛି । ଏବେ ଏହି ବିଲ୍ ରାଜ୍ୟସଭାରେ ପାରିତ ହେବା ପାଇଁ ଯିବ । ରାଜ୍ୟ ସଭାରେ ପାସ୍ ହୋଇଗଲେ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରି ପାଇଁ ପଠାଯିବ । ତାପରେ ଏହା ଆଇନରେ ପରିଣତ ହେବ ।

Share

Leave a Reply

Your email address will not be published. Required fields are marked *

20 + 17 =