ପୁଜା ମଣ୍ଡପରେ ଲଗାଅ ଅଗ୍ନି ନିର୍ବାପକ ଯନ୍ତ୍ର ବାଧ୍ୟତାମୂଳକ

ଭୁବନେଶ୍ବର () ଆସୁଛି ଦଶହରା ଦିପାବଳି। ମାଁ କ ପୁଜା ନେଇ ସଭିଏ ଆରମ୍ଭ କଲେଣି ପ୍ରସ୍ତୁତି। ପୁଜା ମଣ୍ଡପଠୁ ଆରମ୍ଭ କରି ପୋଲିସ ସୁରଖ୍ଯା ପର୍ଯନ୍ତ ସବୁଠି ଆରମ୍ଭ ହୋଇଛି ପ୍ରାକ ପ୍ରସ୍ତୁତି। ଏନେଇ କମିସନରେଟ ପୋଲିସ କାର୍ଯାଳୟରେ ଅନୁଷ୍ଠିତ ହୋଇଛି ପ୍ରସ୍ତତି ବୈଠକ।ଯୋଗଦେଇଛନ୍ତି ରାଜଧାନୀର ସମସ୍ତ ପୁଜା ମଣ୍ଡପ କତୃପଖଂକ ସହ ସମସ୍ତ ଥାନାର ଥାନାଧିକାରୀ,ଭୁବନେଶ୍ବର ମେୟର,ଖୋର୍ଦା ଜିଲ୍ଲାପାଳ।ତେବେ ପୁଜା ମଣ୍ଡପରେ ହେବାକୁଥିବା ପୁଜା ପେଣ୍ଡାଲ ପାଇଁ ଚିନ୍ତା ବଢିଛି ଅଗ୍ନି ନିର୍ବାପକ ବ୍ଯବସ୍ଥା। ଏନେଇ ସମସ୍ତ ପୁଜା ମଣ୍ଡପ କତୃପଖ୍ଯ ଂକୁ ପୁଜାମଣ୍ଡପରେ ସ୍ପ୍ରିଙ୍କଲର ଲଗାଇବାକୁ ନିର୍ଦେଶ ରହିଛି। ହେଲେ ଏହା ଅତ୍ଯଧିକ ବ୍ଯୟ ବହୁଳ ଯୋଗୁଁ ଏହାକୁ କିଛି ମାତ୍ରାରେ ବିରୋଧ କରିଛନ୍ତି। ତେବେ ସୁରଖ୍ଯା ଦୃଷ୍ଟିରୁ ଏହା ନିହାତି ଆବଶ୍ଯକତା ରହିଥିବାରୁ ଏ ନେଇ ସ୍ବତନ୍ତ୍ର ଆଲୋଚନା କରି ଏହାର ସମାଧାନ ପାଇ ସମୟ ନେଇଛନ୍ତି କମିଶନର । ଅନ୍ଯପଟେ ପୁଜାମଣ୍ଡପ ଗୁଡିକର ରାସ୍ତା ସମସ୍ଯା,ସ୍ବଛତା,ପାନୀୟ ଜଳ ଆଦି ସମସ୍ଯା ସମାଧାନ ସମ୍ପର୍କରେ ଜିଲ୍ଲାପାଳ ନେବେ ଦାୟିତ୍ବ।ଅନ୍ଯପଟେ ଟ୍ରାଫିକ ନିୟନ୍ତ୍ରଣ,ସୁରଖ୍ଯା ବ୍ଯବସ୍ଥା ଆଦି ସମ୍ପର୍କରେ ଦାୟିତ୍ବ ନେଇଛନ୍ତି କମିସନରେଟ ପୋଲିସ। ଦୁଇଟି ଭାଗରେ ଦାୟିତ୍ବ ବଣ୍ଟନ ପରେ ପୁଜାମଣ୍ଡପ ଗୁଡିକର ସମସ୍ଯା ସମାଧାନ ଦିଗରେ ସହଜ ହେବ ବୋଲି କହିଛନ୍ତି ପୁଜାମଣ୍ଡପ କତୃପଖ୍ଯ। ସେପଟେ ଭୁବନେଶ୍ବର ମେୟର କହିଛନ୍ତି ଦୁଇଥର ସଫେଇ ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ,ସ୍ବଛତା ଅନ୍ଯାନ୍ଯ ମରାମତି ନେଇ ତୁରନ୍ତ ସମାଧାନ ହେବ ପୁଜା ପୁର୍ବରୁ ଜନସାଧାରଣ ଯିବା ଆସିବା ବାଟର େହେଉଥିବା ସମସ୍ଯାର ସମାଧାନ କରାଯିବ। ଭସାଣି ପାଇଁ ତିନୋଟି ପରିବର୍ତେ ଚାରୋଟି ସ୍ଥାନର ବ୍ଯବସ୍ଥା କରାଯିବ। ବର୍ତମାନ ତିନୋଟି ସ୍ଥାନରେ ଅସ୍ଥାଇ ପୋଖରି ରହିଥିବା ବେଳେ ଚନ୍ଦ୍ରଶେଖରପୁର ଠାରୁ ନନ୍ଦନକାନନପଟକୁ ସମସ୍ତ ମେଢକୁ ୪ର୍ଥରଘୁନାଥପୁର ଅସ୍ଥାଇ ପୋଖରିରେ ବିସର୍ଜନ ପାଇଁବ୍ଯବସ୍ଥା କରାଯିବ।ସେପଟେ ପୋଲିସ କମିସନର ସମସ୍ତ ପୁଜାମଣ୍ଡପ କତୃପଖ୍ଯଂକୁ ସେମାନଂକ ଭଲ୍ଯୁଣ୍ଟର ବ୍ଯବସ୍ଥା ଅଧିକ ସହ ସୁରୁଖୁରୁରେ ଭଲ ପରିଚାଳନା କରୁଥିବା ପୁଜା ମଣ୍ଡପ କତୃପଖ୍ଯଂକୁ ସମ୍ମାନିତ କରାଯିବାର ବ୍ଯବସ୍ଥା ହୋଇଛି।

 

Share

Leave a Reply

Your email address will not be published. Required fields are marked *

seventeen − 12 =