୪ କାନ୍ଥରୁ ମୁକୁଳିଲେ ମାନ୍ୟବର

କଟକ ()  ଜେଲରରୁ ବାହାରକୁ ଆସିଲେ ବାବା ସାରଥୀ । ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା ଝଊଔଗ କୋର୍ଟରେ ଦାଖଲ କରାଯାଇଥିଲା। ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି । ୪ ବର୍ଷ ପରେ ଜେଲର ୪ କାନ୍ଥ ମୁକୁଳିଲେ ସାରଥି ସାରଥୀ ଓରଫ ସନ୍ତୋଷ ରାଉଳ । ୩ ଟି ମାମଲାରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ମିଳି ନ ଥିବାରୁ ସେ ଚୌଦ୍ବାର ଜେଲରେ ରହି ଆସୁଥିଲେ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ପକ୍ଷରୁ ଦାଏର ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏସ୍ଡିଜେଏମଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

13 + ten =