ବସୁଧା ଯୋଜନାକୁ କ୍ୟାବିନେଟରେ ମୋହର

ଭୁବନେଶ୍ବର()  ସରିଲା କ୍ୟାବିନେଟ ବୈଠକ । ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଲିଥିବା ସୂଚନା ମିଳିଛି । ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତ୍ବେ ବିଧାନସଭା ଚାଲୁଥିବାରୁ ଅନ୍ୟନ୍ୟ କେତୋଟି ବିଲ ଆଣିବାକୁ କ୍ୟାବିନେଟ ମୋହର ମାରିଛନ୍ତି ।

କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାକୁ କ୍ୟାବିନେଟରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏହା ସହ ଉଚ୍ଚଶିକ୍ଷା ବିଭାଗର ଦୁଇଟି ପ୍ରସ୍ତାବ ରହିଛି। ଏସିଆନ୍ ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ ବିଶ୍ବ ବିଦ୍ୟାଳୟରେ ପରିଣତ କରିବାକୁ ସରକାର କ୍ୟାବିନେଟ୍ ବୈଠକରେ ମୋହର ମାରିଛନ୍ତି । ଲାଞ୍ଜିଗଡ଼ରେ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ସହିତ ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ବ ବିଭାଗର ଦୁଇଟି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ପାସ୍ କରିଛି ।

Share

Leave a Reply

Your email address will not be published. Required fields are marked *

15 + thirteen =