୩୭୦ ଧାରା ଉଚ୍ଛେଦ ନେଇକୁ ସାର୍ଟ ଫାଡିଲେ ନେତା

ନୂଆଦିଲ୍ଲୀ()  ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପୁର୍ନଗଠନ ନେଇ ବିରୋଧୀଙ୍କ ସଂସଦରେ ଜୋରରେ ହଟ୍ଟଗୋଳ ହୋଇଥିଲା ।ବିଲ୍ ଅନୁମୋଦିତ ହେବା ପରେ ପିଡିପିର ୨ଜଣ ଏମ୍ପି ନଜିର ଅହମ୍ମଦ ଓ ଏମ୍ଏମ୍ ଫୟାଜ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିଯୋଗୁ ତାଙ୍କୁ ବାଚସ୍ପତି ରାଜ୍ୟସଭାରୁ ବାହାରକୁ ଯିବା ପାଇଁ କହିଥିଲେ। ଏହା ଶୁଣିବା ପରେ ସଂସଦରେ ସର୍ବସମ୍ମୁଖରେ ସେମାନେ ନିଜର ସାର୍ଟ ଫାଡି ଦେଇଥିଲେ ।

ସୂଚନାଅନୁସାରେ, ଜାମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଛି ସମ୍ବିଧାନର ଧାରା ୩୭୦ । ଜାମ୍ମୁ ଓ କାଶ୍ମୀରକୁ ଦୁଇଭାଗ କରାଯାଇଛି। ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହୋଇଛି ।ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହୋଇଥିଲେ ମଧ୍ୟ ତାହାର ବିଧାନସଭା କିନ୍ତୁ ରହିବ । ତେବେ ଲଦାଖର କୌଣସି ବିଧାନସଭା ରହିବ ନାହିଁ । ଅମିତ ଶାହା ରାଜ୍ୟସଭାରେ ଏହି ପ୍ରସ୍ତାବ ରଖିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧାରା ୩୭୦ ଉଚ୍ଛେଦ ପାଇଁ ଅଧିସୂଚନା ଜାରି କରିଥିଲେ ।

Share

Leave a Reply

Your email address will not be published. Required fields are marked *

two + 10 =