ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ନେବା ମାମଲାରେ ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଆୟନଙ୍କୁ ଏନସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ଅର୍ଥାତ ଡ୍ରଗ୍ସ କେସ୍‌ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି । ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନସିବି ପକ୍ଷରୁ ଘଟଣାର ତଦନ୍ତି କରି ଚାର୍ଜସିଟ ଦାଖଲ କରାଯାଇଛି। ଏହି ଚୂଡ଼ାନ୍ତ ଚାର୍ଜସିଟରେ ଆୟନଙ୍କ ସମେତ ମୋଟ ୫ ଜଣଙ୍କ ନାଁକୁ ବାଦ ଦିଆଯାଇଛି। ଗତବର୍ଷ ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଏନସିବି ଆୟନ ଓ ତାଙ୍କ ବନ୍ଧୁମାନଙ୍କୁ ଗିରଫ କରିଥିଲେ। ଗତବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ଆୟନ ।

Share

Leave a Reply

Your email address will not be published. Required fields are marked *

5 × 2 =