ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଆଇଡିଏସନ୍‌ଏକ୍ସର ଶୁଭାରମ୍ଭ; ଜୀବନ ବୀମା ସମାଧାନର ନବସୃଜନ ପାଇଁ ବି-ସ୍କୁଲ ନିମନ୍ତେ ଏକ ଅଭିନବ ପ୍ଲାଟଫର୍ମ

– ପ୍ରଥମ ସଂସ୍କରଣରେ ସର୍ବଭାରତୀୟ ସ୍ତରରେ ବି-ସ୍କୁଲରୁ ୧୦୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର, ୧୫ ଏପ୍ରିଲ୍ ୨୦୨୪: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଆଇଡିଏସନ୍‌ଏକ୍ସର ପ୍ରଥମ ସଂସ୍କରଣ ଶୁଭାରମ୍ଭ କରାଯାଇଛି ଯାହା ହେଉଛି ବୀମା ଶିଳ୍ପର ଭବିଷ୍ୟତରେ ବିପ୍ଳବ ଆଣିବାର ପ୍ରତିଶ୍ରୁତି ଦେଉଥିବା ଏକ ଅଭିଯାନ । ଗ୍ରାହକମାନଙ୍କ ଉଦୀୟମାନ ବୀମା ଆବଶ୍ୟକତା ପୂରଣ କରିବା ଏବଂ ଜୀବନ ବୀମା ଶିଳ୍ପକୁ ପୁନଃନିର୍ଧାରିତ କରିବା ଲାଗି ଅଣପାରମ୍ପରିକ ଜୀବନ ବୀମା ସମାଧାନ ବିଷୟରେ ଚିନ୍ତା କରିବା, ନବସୃଜନ ଓ ଉପସ୍ଥାପନ କରିବା ଲାଗି ଏଥିରେ ବି-ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ଓ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଭବିଷ୍ୟତ ଲିଡରମାନଙ୍କୁ ଏହି ଅଭିଯାନରେ ଯୋଡ଼ିବା, ବିଭିନ୍ନ ବୀମା ଆବଶ୍ୟକତା ଚିହ୍ନଟ କରିବା ଏବଂ ସେହି ଆବଶ୍ୟକତାକୁ ପୂରଣ କରିବା ଭଳି ବୀମାର ପରିକଳ୍ପନାତ୍ମକ ଉତ୍ପାଦ ପ୍ରସ୍ତୁତ କରିବା ।
ଏସବିଆଇ ଲାଇଫ୍‌-ଆଇଡିଏସନଏକ୍ସର ଉଦଘାଟନୀ ସଂସ୍କରଣରେ ପୁଣେର ଏନଆଇଏ, ଅହମ୍ମଦାବାଦର ନିରମା, ମୁମ୍ବାଇର ଏସ୍‌ଆଇଇଏସ୍‌, ମୁମ୍ବାଇରେ କେଜେ ସୋମେୟା, କୋଲକାତାର ଆଇଏମ୍‌ଆଇ, ଗୁରଗାଓଁରେ ବିଏମ୍‌ଏଲ୍ ମୁଞ୍ଜାଲ, ହାଇଦ୍ରାବାଦର ଆଇଏମଟି ଏବଂ ବାଙ୍ଗାଲୋରର ଏକ୍ସଆଇଏମଇ ଭଳି ବି-ସ୍କୁଲକୁ ପ୍ରତିନିଧିତ୍ୱ କରୁଥିବା ୧୦୦୦ରୁ ଅଧିକ ଯୁବକଯୁବତୀମାନେ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ । ସ୍କ୍ରିନିଂ ପରୀକ୍ଷା ପରେ ପ୍ରାୟ ୩୨୦ ଜଣ ଉଦୀୟମାନ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା ଏବଂ ଚୂଡ଼ାନ୍ତ ରାଉଣ୍ଡରେ ପ୍ରତ୍ୟେକ ଦଳରେ ୫ ଜଣ ସଦସ୍ୟଙ୍କୁ ନେଇ ୮ଟି ଦଳ ରହିଥିଲା । ଆଜିର ଉପଭୋକ୍ତା ଏବଂ ଶିଳ୍ପର ଅନନ୍ୟ ବୀମା ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ଆଠଟି ଫାଇନାଲିଷ୍ଟ ଦଳ ମଧ୍ୟରୁ ଏକ୍ସଆଇଏମଇ-ବାଙ୍ଗାଲୋର ଏସବିଆଇ ଲାଇଫ୍ ଆଇଡିଏସନଏକ୍ସ ବିଜେତା ଭାବେ ଉଭା ହୋଇଛି ।
ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ବିପଦ ଅଧିକାରୀ ଶୁଭେନ୍ଦୁ ବଳ କହିଛନ୍ତି ଯେ, “ବୀମା କ୍ଷେତ୍ର ପାଇଁ ବି-ସ୍କୁଲ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଶକ୍ତିକୁ ପ୍ରୋତ୍ସାହିତ କରୁଥିବା ଏସବିଆଇ ଲାଇଫ୍ ଆଇଡିଏସନଏକ୍ସର ପ୍ରଥମ ସଂସ୍କରଣ ପାଇଁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟାରେ ଆମେ ଆନନ୍ଦିତ । ଉଦୀୟମାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଅସାଧାରଣ ଧାରଣା ପ୍ଲାଟଫର୍ମର ଗୁରୁତ୍ୱକୁ ଦର୍ଶାଉଛି ଯାହା ଶିଳ୍ପର ଅଗ୍ରଣୀ ଭାବରେ ସ୍ପ୍ରିଂ-ବୋର୍ଡ ମ୍ୟାନେଜମେଂଟ୍ ଛାତ୍ରଛାତ୍ରୀମାନଙ୍କୁ ସମସ୍ୟା ସମାଧାନ ଏବଂ ସୃଜନଶୀଳ ଚିନ୍ତାଧାରାରେ ପ୍ରାରମ୍ଭିକ ଆରମ୍ଭ କରିବାକୁ ଉତ୍ସାହିତ କରୁଛି । ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ବିଷୟରେ ନିୟାମକଙ୍କ ଦୃଷ୍ଟିକୋଣକୁ ସାକାର କରିବାକୁ, ଏହା ଜରୁରୀ ଯେ ଆମେ ଭବିଷ୍ୟତର ଲିଡରମାନଙ୍କୁ ସାର୍ବଜନୀନ ବୀମା ପାଇଁ ମାନଚିତ୍ର ପ୍ରସ୍ତୁତ କରିବାକୁ ପ୍ରେରଣା ଦେବା । ଆଇଡିଏସନଏକ୍ସ ଆମ ଦେଶର ଯୁବ ବ୍ୟକ୍ତିବିଶେଷଙ୍କ ପ୍ରଶଂସନୀୟ ଉତ୍ସାହ ଦେଖିଛି ଯେଉଁମାନେ ଅସାଧାରଣ ସୃଜନଶୀଳତା ଏବଂ ଚତୁରତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଚିନ୍ତାଧାରା କେବଳ ଜୀବନ ବୀମା ପରିଦୃଶ୍ୟକୁ ନୂଆ ରୂପ ଦେବାର କ୍ଷମତା ରଖିନାହିଁ ବରଂ ଆମ ଦେଶର ସାମାଜିକ-ଅର୍ଥନୈତିକ ଢାଂଚାକୁ ମଧ୍ୟ ଉତ୍ସାହିତ କରିବାର କ୍ଷମତା ରଖିଛି । ଏକାଠି ହୋଇ ଆମେ କେବଳ ଜୀବନକୁ ସୁରକ୍ଷିତ କରୁନାହୁଁ; ବରଂ ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯେଉଁଠାରେ ବୀମା ଦେଶର ପ୍ରତ୍ୟେକ ବ୍ୟକ୍ତି ଏବଂ ଉଦ୍ୟୋଗ ପାଇଁ ଆର୍ôଥକ ଯୋଜନାର ମୂଳଦୁଆ ପାଲଟିବ ।’’
ଏସବିଆଇ ଲାଇଫର ଆଇଡିଏସନଏକ୍ସର ପ୍ରଥମ ସଂସ୍କରଣ ସଫଳତା ପରେ କମ୍ପାନି ସାରା ଦେଶରେ ଏଭଳି ଅଧିକ ବି-ସ୍କୁଲକୁ ଯୋଡ଼ିବା ଏବଂ ସଶକ୍ତ କରିବା ଏବଂ ଆମ ଦେଶର ଅଭିବୃଦ୍ଧି କାହାଣୀରେ ଯୋଗଦାନ କରିବା ପାଇଁ ଯୁବ ମନକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

four × three =