ବିଦ୍ୟୁତ୍ ଦେୟ ସଠିକ୍ ସମୟରେ ପୈଠ କରିବା ଗ୍ରାହକମାନଙ୍କ ନୈତିକ କର୍ତ୍ତବ୍ୟ ଏବଂ ଆଇନ ଅନୁମୋଦିତ

ବୁର୍ଲା/ସମ୍ୱଲପୁର: ଖାଦ୍ୟ, ଜଳ, ବାସଗୃହ ଏବଂ ଅମ୍ଳଜାନ ପରି ବିଦ୍ୟୁତ୍ ସରବରାହ ଆଧୁନିକ ସଭ୍ୟତାର ମେରୁଦଣ୍ଡ ଭାବେ ଏକ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରିଥାଏ । ଓଡିଶାରେ, ବିଶେଷକରି ପଶ୍ଚିମ ଓଡିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଘରୋଇକରଣ କରାଯିବା ପରଠାରୁ ଲାଇସେନ୍ସ ପ୍ରାପ୍ତ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍) ସ୍ଥିର, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି ଏବଂ ଲକ୍ଷ ଲକ୍ଷ ଗ୍ରାହକଙ୍କ ସୁବିଧା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ବିଦ୍ୟୁତ୍ ଦେୟ ପୈଠ କରିବା କାର୍ଯ୍ୟକୁ ସୁବିଧାଜନକ କରିପାରିଛି ।

ଏଥି ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ କୋଣଅନୁକୋଣରେ କମ୍ପାନୀ ଗ୍ରାହକଙ୍କ ମଧ୍ୟରେ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିବା ନେଇ ସଚେତନତା ସୃଷ୍ଟି କରିଆସୁଅଛି । ଏହା ସତ୍ୱ ମଧ୍ୟ ବିଭିନ୍ନ ଜିଲ୍ଲାରେ ସଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିବାରେ ଅନିୟମିତତା ସାମ୍ନାକୁ ଆସୁଛି । ତେଣୁ ନିୟମିତ ଭାବରେ ବିଦ୍ୟୁତ୍ ବିଲ୍ ପୈଠ କରି ମାନ୍ୟବର OERCଙ୍କ ଦ୍ୱାରା ଘୋଷିତ ରିହାତିଗୁଡିକୁ ଉପଭୋଗ କରିବା ପାଇଁ କମ୍ପାନୀ ତାର ସମସ୍ତ ଗ୍ରାହକଙ୍କୁ ନିବେଦନ କରୁଅଛି ।

ବିଦ୍ୟୁତ୍ ଅଧିନିୟମ 2003 ର ଧାରା 47 ଏବଂ 56 ଅନୁଯାୟୀ ଉପଭୋକ୍ତା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଦ୍ୟୁତ୍ ବିଲ୍ ପୈଠ କରିବା ଆଇନ ସହମତ । ତେଣୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଦ୍ୟୁତ୍ ବିଲ୍ ପୈଠ କରିବାରେ ବିଫଳ ହେଲେ ବିତରକ କମ୍ପାନୀକୁ ଉକ୍ତ ଗ୍ରାହକଙ୍କ ବିଦ୍ୟୁତ୍ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଉପରୋକ୍ତ ଆଇନରେ ପ୍ରାବଧାନ ରହିଅଛି।
ଏଠାରେ ପ୍ରକାଶଥାଉ କି, ବିତରକ କମ୍ପାନୀ ରାଜ୍ୟ ଭାରପ୍ରାପ୍ତ ସଂସ୍ଥାଠାରୁ ବିଦ୍ୟୁତ୍ ଶକ୍ତି କ୍ରୟ କରିବା ପରେ ଘରୋଇ, ବାଣିଜ୍ୟିକ, ଶିଳ୍ପ ଏବଂ କୃଷି ପରି ବିଭିନ୍ନ ପ୍ରକାରର ଗ୍ରାହକଙ୍କ ମଧ୍ୟରେ ପୁନଃ ବଣ୍ଟନ କରିଥାଏ । କମ୍ପାନୀ କୃଷି କ୍ଷେତ୍ରକୁ ମାନ୍ୟବର ଓଇଆରସିଙ୍କ ନିୟମାବଳୀ ଅନୁଯାୟୀ ରିହାତି ପ୍ରଦାନ କରିଥାଏ । ତେଣୁ ବିଦ୍ୟୁତ୍ ବିଲ୍ ସଠିକ୍ ସମୟରେ ପୈଠ କରିବା ଗ୍ରାହକମାନଙ୍କ ନୈତିକ କର୍ତ୍ତବ୍ୟ ଏବଂ ଆଇନ ସିଦ୍ଧ ବା ଆଇନ ଅନୁମୋଦିତ ଅଟେ ।
ତେବେ ପଶ୍ଚିମ ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଏକ ସ୍ଥିର, ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟିପିଡବ୍ଲୁଓଡିଏଲ୍ ସର୍ବଦା ପ୍ରତିବଦ୍ଧ । ତେଣୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ସଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରି ଦେଶ ତଥା ରାଜ୍ୟର ପ୍ରଗତିରେ ସହୟକ ହୁଅନ୍ତୁ ।

Share

Leave a Reply

Your email address will not be published. Required fields are marked *

6 − two =