ଟାଟା ଷ୍ଟିଲ୍ ପକ୍ଷରୁ ମଲ୍‌ଟି-ମୋଡାଲ୍ ପରିବହନ ଜରିଆରେ ୯୬୦ ଟନ୍ ଟିଏମ୍‌ଟି ବାର୍ ପଶ୍ଚିମବଙ୍ଗରୁ ତ୍ରିପୁରା ପରିବହନ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍ ରୁଟ୍‌କୁ ବ୍ୟବହାର କରି ପଶ୍ଚିମବଙ୍ଗରୁ ତ୍ରିପୁରାକୁ ମଲ୍ଟି-ମୋଡାଲ୍ ମାଧ୍ୟମରେ ଟିଏମ୍‌ଟି ବାର୍ ପରିବହନ କରାଯାଇଛି ।
୨୦୨୩ ଜାନୁଆରି ୮ ତାରିଖରେ “ଏମ୍‌ଭି ବଲ୍‌କର ୧’ ନାମକ ବାର୍ଜକୁ ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ପ୍ରଥମ ଚରଣରେ ତାହା ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍ (ଆଇବିପି)ର ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରି ବାଲାଂଦେଶର ଆଶୁଗଂଜ ବନ୍ଦରରେ ପହଂଚିଥିଲା । ଏହା ପରେ ଟିଏମ୍‌ଟି ବାର୍‌ଗୁଡ଼ିକୁ ଅବତରଣ କରାଯାଇଥିଲା ଏବଂ ସଡ଼କ ପଥରେ ଏହି ଯାତ୍ରାର ଦ୍ୱିତୀୟ ଚରଣ ଆରମ୍ଭ ହୋଇଥିଲା । ଟିଏମ୍‌ଟି ବାର୍‌ଗୁଡ଼ିକ ସଡ଼କ ପଥରେ ତ୍ରିପୁରାରର ଅଗରତାଲାରେ ଥିବା ଲ୍ୟାଣ୍ଡ୍ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଗୋଦାମରେ ପହଂଚିଥିଲା । ସେହିଠାରୁ ଯାତ୍ରାର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେହି ଗୋଦାମ ଘରୁ ଟିଏମ୍‌ଟି ବାର୍‌କୁ ଟ୍ରକ୍ ଜରିଆରେ ସଡ଼କ ପଥ ଦେଇ ବିତରକରମାନଙ୍କ ଗୋଦାମ ପର୍ଯ୍ୟନ୍ତ ନିଆଯାଇଥିଲା । ଟାଟା ମାର୍‌ଟ୍ରେଡ୍ ଇଟଂରନ୍ୟାସନାଲ୍ ଲଜିଷ୍ଟିକ୍ସ ଲିମିଟେଡ୍ (ଟିଏମ୍‌ଆଇଏଲ୍‌ଏଲ୍‌) ନାମକ ସଂସ୍ଥା ଏହି ସମସ୍ତ ପରିବହନର ଦେଖାଶୁଣା ଦାୟିତ୍ୱରେ ଥିଲା । ଏହି ସମ୍ପୂର୍ଣ୍ଣ ଯାତ୍ରା ୧୭ ଦିନରେ ଶେଷ ହୋଇଥିଲା ।
ପରିବହନ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଟାଟ ଷ୍ଟିଲ୍‌ର ଉପସଭାପତି ଜିଏସ୍‌ପି ଆଣ୍ଡ୍ ସପ୍ଲାଏ ଚେନ୍ ପୀୟୂଷ ଗୁପ୍ତା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଟିଏମ୍ ଇଟଂରନ୍ୟାନାଲ୍ ଲଜିଷ୍ଟିକ୍ସ ଲିମିଟେଡ୍ (ଟିଏମ୍‌ଆଇଏଲ୍‌ଏଲ୍‌)ର ଡି ସାମନ୍ତ ଓ ହଳଦିଆ ଡକ୍ କମ୍ପେ୍ଲକ୍ସର ଜିଏମ୍ (ଟ୍ରାଫିକ୍‌) ଏ କେ ମହାପାତ୍ର ମଧ୍ୟ ସେଥିରେ ଯୋଗ ଦେଇଥିଲେ ।
ଟାଟ ଷ୍ଟିଲ୍‌ର ଉପସଭାପତି ଜିଏସ୍‌ପି ଆଣ୍ଡ୍ ସପ୍ଲାଏ ଚେନ୍ ପୀୟୂଷ ଗୁପ୍ତା କହିଛନ୍ତି ଯେ, “ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର ପାଇଁ ଉଭୟ ଭାରତ ଓ ବାଲାଂଦେଶ ନିମନ୍ତେ ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍ ରୁଟ୍ ଏକ ଭରସାଯୋଗ୍ୟ ସମନ୍ୱିତ ଲଜିଷ୍ଟିକ୍ସ ସମାଧାନରେ ପରିଣତ ହୋଇଛିି ଏବଂ ଉତର ପୂର୍ବାଚଂଳରେ ବୃଦ୍ଧି ପାଉଥିବା ବଜାରକୁ ଭଲ ଭାବେ ସାମଗ୍ରୀ ଯୋଗାଇ ଗ୍ରାହକମାନଙ୍କ ନିକଟରେ ପହଂଚିବାରେ ଏହା ଆହୁରି ସହାୟକ ହୋଇପାରିବ । ପରିବହନର ମାଧ୍ୟମ ଓ ମଲ୍‌ଟିମୋଡାଲ ମାଲ ପରିବହନର ଏକ ମାଧ୍ୟମ ଭାବେ ଏହି ରୁଟ୍ ହେଉଛି ନଦୀ-ସମୁଦ୍ରକୁ ବ୍ୟବହାର କରିବାର ଏକ ଚମତ୍କାର ଉଦାହରଣ । ଏହା ପିଏମ୍ ଗତି ଶକ୍ତି କାର୍ଯ୍ୟକ୍ରମକୁ ସମର୍ଥନ କରିବାର ଏକ ଉଦ୍ୟମ ଏବଂ କଂପାନିର ସ୍କୋପ୍ ୩ କାର୍ବନ ପରିମାଣ କମ୍ କରିବା ଦିଗରେ ଏକ ଅଭିଯାନ ଏବଂ ଏହା ଇସ୍ପାତ କ୍ଷେତ୍ରକୁ ଡିକାର୍ବନାଇଜ୍ କରିବାରେ ଯୋଗଦାନ ପ୍ରଦାନ କରିବ ।’’
ଟାଟା ଷ୍ଟିଲ୍‌ର ଚିଫ୍ ଗ୍ରୁପ୍ ସିପିଙ୍ଗ୍ ରଂଜନ ସିହ୍ନା କହିଛନ୍ତି ଯେ, “ଏହି ପରିବହନ ଲାଗି ଟିଏମ୍‌ଆଇଏଲ୍‌ଏଲ୍ ଟିମ୍ ସହିତ ଟାଟା ଷ୍ଟିଲ୍ କରିଥିବା ଉଦ୍ୟମ ପ୍ରଶଂସାଯୋଗ୍ୟ । ନିଜ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଏହି ସମୟକୁ ଆହୁରି ହ୍ରାସ କରିବାକୁ କଂପାନି ଆଶା ରଖିଛି । ନଦୀ ପାଶ୍ୱର୍ବର୍ତୀ ଅଂଚଳର ଅତିରିକ୍ତ ଓ ଛୋଟ ଅଂଚଳଗୁଡ଼ିକୁ ସେବା ପ୍ରଦାନ କରିବା ଲାଗି ଏହି ରୁଟ୍‌କୁ ବ୍ୟବହାର କରିବାର ସମ୍ଭାବନା ମଧ୍ୟ ଅର୍ଥପୂର୍ଣ୍ଣ । ଇଣ୍ଡୋ ବାଲାଂଦେଶ ପ୍ରୋଟୋକଲ୍ ରୁଟ୍ ଆର୍ଥିକ ଦୃଷ୍ଟିରୁ ଅଧିକ ମିତବ୍ୟୟୀ ହୋଇଥିବା ବେଳେ ପରିବେଶ ଦୃଷ୍ଟିରୁ ଦାୟିତ୍ୱସମ୍ପନ୍ନ ।’’

Share

Leave a Reply

Your email address will not be published. Required fields are marked *

4 × 5 =