ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଭାରତର ପ୍ରଥମ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏୟାର କଣ୍ଡିସନର୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଆଟିଂ-ଲିକ୍ ପ୍ରଯୁକ୍ତିକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଭାରତର ପ୍ରଥମ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏୟାର କଣ୍ଡିସନର୍‌ର ଶୁଭାରମ୍ଭ କରାଯାଇଛି । କଂପାନି ପକ୍ଷରୁ ସେହି ପ୍ରଯୁକ୍ତିର ପେଟେଂଟ୍ ପାଇଁ ମଧ୍ୟ ଆବେଦନ କରାଯାଇଛି । “ଚିନ୍ତାଶୀଳ ଭାବେ ବସ୍ତୁ ତିଆରି କରିବା’ ଦର୍ଶନକୁ ନେଇ ପ୍ରସ୍ତୁତ ଶିଳ୍ପର ଏହି ପ୍ରଥମ ନବସୃଜନ ଆଜିର ଦିନରେ ଏସି ବ୍ୟବହାରକାରୀମାନେ ସାମ୍ନା କରୁଥିବା ଅନେକ ସମସ୍ୟାର ସମାଧାନ କରିପାରିବ ।
ଏକ ଆକଳନରୁ ଜଣାପଡ଼ିଛି ଯେ ୮୫ ପ୍ରତିଶତ ଗ୍ରାହକ ଏସି ଲିକ୍ ଭଳି ସମସ୍ୟାକୁ ନିଜ ଏସିର ଜୀବନକାଳ ଭିତରେ ଅତିକମ୍‌ରେ ଥରେ ସାମ୍ନା କରୁଛନ୍ତି ଏବଂ ଏସିକୁ ନେଇ ଯେଉଁ କିଛି ପ୍ରମୁଖ ଚିନ୍ତା ରହିଛି ତାହା ମଧ୍ୟରୁ ଏହା ଅନ୍ୟତମ । ଏୟାର କଣ୍ଡିସନର୍ କିଣିବା ଲାଗି ଗ୍ରାହକ ଉଲ୍ଲେଖନୀୟ ପରିମାଣର ଅର୍ଥ ଖର୍ଚ କରୁଥିବା ବେଳେ ଘରର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ତାହାର ପ୍ରଭାବ ରହିଛି । ସେଥିରୁ ପାଣି ଗଡ଼ିଲେ ତାହା ବିରକ୍ତୀକର ଅନୁଭୂତି ପ୍ରଦାନ କରେ । ତାହାର ଦୀର୍ଘସ୍ଥାୟୀ ସମାଧାନ ବଦଳରେ ଗ୍ରାହକମାନେ ମରାମତି ସେବା କିମ୍ବା ସାମୟିକ ସମାଧାନ ହାସଲ କରିଥାନ୍ତି । କାନ୍ଥର ରଙ୍ଗ ଖରାପ ହେବା, ୱାଲପେପର୍ ନଷ୍ଟ ହେବା, ବିଦ୍ୟୁତ୍ ସର୍ଟସର୍କିଟ୍ ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଏ ।
ଗୋଦରେଜ୍ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏସିରେ ବ୍ୟବହାର କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଆଂଟି ଲିକ୍ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି ଏସିରୁ ହେଉଥିବା ଲିକ୍ ପାଇଁ ସ୍ଥାୟୀ ସମାଧାନ ପ୍ରଦାନ କରିବା । ଏହି ଏସିରେ ୫ଇନ୍‌-୧ କନଭର୍ଟିବଲ୍ କୁଲିଂ ପ୍ରଯୁକ୍ତି, ଆଇ-ସେନ୍ସ ପ୍ରଯୁକ୍ତି, ଇନଭର୍ଟର ପ୍ରଯୁକ୍ତି, ଆର୍‌୩୨ ପରିବେଶ ମିତବ୍ୟୟୀ ରେଫ୍ରିଜରାଂଟ୍‌, ୧୦୦% କପର କଏଲ୍ ଏବଂ କଳଙ୍କିବିହୀନ ପାଇପ୍ ଭଳି ସୁବିଧା ରହିଛି ।
ଏ ସମ୍ପର୍କରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ଗ୍ରାହକମାନେ ସାମ୍ନା କରୁଥିବା ଯେକୌଣସି ପ୍ରକାର ସମସ୍ୟାକୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅଭିନବ ସମାଧାନ ଜରିଆରେ ସମାଧାନ କରିବା ଲାଗି ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ଆମର ଗବେଷଣା ଓ ଡିଜାଇନ୍ ସେଂଟରରେ ଏକାଧିକ ପରୀକ୍ଷଣ ପରେ ଆମେ ଉପଯୁକ୍ତ ଆଟିଂ ଲିକ୍ ପ୍ରଯୁକ୍ତିର ବିକାଶ କରିଥିଲୁ ଏବଂ ଭାରତର ପ୍ରଥମ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏସି ଆଣିବାରେ ଅଗ୍ରଦୂତ ହୋଇଥିଲୁ ଯାହା ଗ୍ରାହକମାନଙ୍କୁ ଏସି ଲିକ୍ ସମସ୍ୟାରୁ ଆଶ୍ୱସ୍ତି ପ୍ରଦାନ କରିବ ଯାହାକୁ ନେଇ ଗ୍ରାହକମାନେ ଦୀର୍ଘଦିନରୁ ଚିନ୍ତିତ ଅଛନ୍ତି । ଆଗାମୀ ଗ୍ରୀଷ୍ଣ ଋତୁ ପାଇଁ ଉତ୍ପାଦର ଏକ ଦୃଢ଼ ବର୍ଗମାଳା ସହ ଗତବର୍ଷ ତୁଳନାରେ ଏସି ବିକ୍ରିରେ ୨ ଗୁଣା ବୃଦ୍ଧି ହାସଲ କରିବାକୁ ଆମେ ଆଶା ରଖିଛୁ ।’’
ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ଏୟାର କଣ୍ଡିସନର ସବ୍ୟସାଚୀ ଗୁପ୍ତା କହିଛନ୍ତି ଯେ, “ଭାରତର ପ୍ରଥମ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏୟାର କଣ୍ଡିସନରକୁ ଉପସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ଯାହାର ଲକ୍ଷ୍ୟ ହେଉଛି ପାଣି ଲିକେଜ୍‌ରୁ ଉତ୍କୃଷ୍ଟ ପ୍ରତିରୋଧ ପ୍ରଦାନ କରିବା । ଏହା ହେଉଛି ଏକ ଅଭିନବ ସମାଧାନ ଯାହା ଗ୍ରାହକମାନଙ୍କୁ ଅଧିକ ଦୀର୍ଘସ୍ଥାୟିତ୍ୱ, ପ୍ରତିବନ୍ଧନବିହୀନ ପ୍ରଦର୍ଶନ, ସୌନ୍ଦର୍ଯ୍ୟ, ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରଦାନ କରି ଏକ ଅଧିକ ଉତମ ଓ ସମସ୍ୟାମୁକ୍ତ ଏସି ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରୁଛି । ଏହି ନୂଆ ଉପସ୍ଥାପନା ସହ ଆଗାମୀ ଗ୍ରୀଷ୍ଣ ଋତୁ ପାଇଁ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ୨୫ରୁ ଅଧିକ ଏସ୍‌କେୟୁ ରହିିଛି ଯେଉଁଥିରେ ବିଭିନ୍ନ ଉନ୍ନତ ପ୍ରଯୁକ୍ତି ଏବଂ ୪-ୱେ ସ୍ୱିଙ୍ଗ, ୫-ଇନ୍‌-୧ କନଭର୍ଟିବଲ୍ କୁଲିଂ, ୟୁଭି କୁଲ୍‌, ନାନୋ କୋଟେଡ୍ ଆଟିଂ ଭାଇରାଲ୍ ଫିଲ୍‌ଟରେସନ୍ ପ୍ରଯୁକ୍ତି, ହେଭି ଡ୍ୟୁଟି କୁଲିଂ, ହଟ୍ ଆଣ୍ଡ୍ କୋଲ୍‌ଡ ଏସି ଏବଂ ସ୍ମାର୍ଟ ଆଇଓଟି ସୁବିଧା ଥିବା ଏସି ସାମିଲ ରହିଛି ।’’
ଗୋଦରେଜ୍ ଲିକ୍ ପ୍ରୁଫ୍ ସ୍ପ୍ଲିଟ୍ ଏସିର ଇନଭର୍ଟର କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଂଟି ରହିଛି । ଏହାର ମୂଲ୍ୟ ହେଉଛି ୪୮,୯୦୦ ଟଙ୍କା । ସହଜ ଫାଇନାନ୍ସ ବିକଳ୍ପରେ ମଧ୍ୟ ଗ୍ରାହକମାନେ ଏହାକୁ ଷ୍ଟୋର ଓ ବିଭିନ୍ନ ଇ-କମର୍ସ ସାଇଟ୍‌ରୁ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

one × 4 =