ପ୍ରବନ୍ଧକ (ମ୍ୟାନେଜରିଆଲ୍‌) ଦକ୍ଷତାରେ ଉନ୍ନତି ଓ ସହଯୋଗିତାର ସୁଦୃଢ଼ୀକରଣ ପାଇଁ ପ୍ରତିଷ୍ଠିତ ଆଇଆଇଏମ୍‌ର ନିର୍ଦ୍ଦେଶକଙ୍କ ପଥ ପ୍ରଦର୍ଶନ

ପ୍ୟାନ୍ ଆଇଆଇଏମ୍ ଡବ୍ଲୁଏମ୍‌ସି ଉଦଯାପନୀ ସମାରୋହରେ ଭାରତକୁ ବିଶ୍ୱର ଅଗ୍ରଣୀ କରିବା ପାଇଁ ଏଆଇସିଟିଇ ଅଧ୍ୟକ୍ଷ ଡ. ଟିଜି ସୀତାରମଙ୍କ ନକ୍ସା ବର୍ଣ୍ଣନା

ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁରରେ ଚାଲିଥିବା ନବମ ପ୍ୟାନ୍‌-ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ (ଡବ୍ଲ୍ୟୁଏମସି)ରେ ଆଇଆଇଏମ୍ ନିର୍ଦ୍ଦେଶକଙ୍କ ପ୍ୟାନେଲ୍‌, ଆକ୍ରେଡିଟେସନ୍ ପ୍ୟାନେଲ୍‌, ସିଏଚ୍‌ଆରଓ ପ୍ୟାନେଲ୍ ସମେତ ଅନେକ ସାରଗର୍ଭକ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।
ଏଆଇସିଟିଇ ଅଧ୍ୟକ୍ଷ ଡ. ଟିଜି ସୀତାରାମ ଉଦଯାପନୀ ଅଧିବେଶନରେ ଲିଡରମାନଙ୍କୁ ପ୍ରସ୍ତୁତ କରିବା ଏବଂ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠିତ ନିର୍ଦ୍ଦେଶକ ପ୍ୟାନେଲ ଆଲୋଚନା “ଶିଳ୍ପ ଏବଂ ସମାଜ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ପରିଚାଳନାଗତ ଦକ୍ଷତା ବୃଦ୍ଧି’ରେ ସେ ସମାଜ ଏବଂ ଶିଳ୍ପ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ପ୍ରଭାବଶାଳୀ ପରିଚାଳନା ଅଭ୍ୟାସ ଉପରେ ଆଲୋକପାତ କରିଥିଲେ । ନିର୍ଦ୍ଦେଶକ ପ୍ୟାନେଲ ଆଲୋଚନା ବେଳେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ; ଆଇଆଇଏମ କାଶୀପୁରର ନିର୍ଦ୍ଦେଶକ ପ୍ରଫେସର କୁଳଭୂଷଣ ବାଲୁନି; ଆଇଆଇଏମ୍ ବାଙ୍ଗାଲୋରର ନିର୍ଦେଶକ ପ୍ରଫେସର ଋଷିକେଶ ଟି କ୍ରିଷ୍ଣନ; ଆଇଆଇଏମ୍ ନାଗପୁରର ନିର୍ଦ୍ଦେଶକ ପ୍ରଫେସର ଭୀମରାୟ ମେତ୍ରୀ ଓ ଆଇଆଇଏମ୍ ଜମ୍ମୁର ନିର୍ଦେଶକ ପ୍ରଫେସର ବିଏସ୍ ସହାୟ, ଆଇଏମ୍‌ଆର୍‌ଏର ନିର୍ଦେଶକ ପ୍ରଫେସର ଉମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁରର ବ୍ୟବସ୍ଥା୍ ନବସୃଜନ, ଅନ୍ତର୍ଭୁକ୍ତୀକରଣ ଓ ଅଖଣ୍ଡତାର ନୀତି ଉପରେ କେନ୍ଦ୍ରୀଭୂତ ହୋଇଛି ଯାହା ଆମ ସ୍ୱତନ୍ତ୍ରତାରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରୁଛି । ଏକ ଉନ୍ନତ ଲିଙ୍ଗଗତ ସନ୍ତୁଳନ ନିମନ୍ତେ ପ୍ରୟାସ କରିବା ପାଇଁ ଆମ ନାମଲେଖା ନୀତିରେ ଉଲ୍ଲେଖନୀୟ ପରିବର୍ତନ ଅଣାଯାଇଛି । ପାରମ୍ପରିକ ବୁଣାକାରମାନଙ୍କୁ ସଶକ୍ତ କରୁଥିବା ଏକ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, “ଈଙ୍କଦ୍ଭଳବକ୍ସଠବକ୍ଷକ୍ଷରଚ୍ଚଗ୍ଦ.ମକ୍ଟଜ୍ଞ ନାମକ ଆମର ମାଷ୍ଟର ବୁଣାକାର ପ୍ରକଳ୍‌ପର ଉଦ୍ଦେଶ୍ୟ ଫ୍ଲିପକାର୍ଟ ଏବଂ ଓଏନଡିସି ଭଳି ଡିଜିଟାଲ ମାର୍କେଟିଂ ପ୍ଲାଟଫର୍ମ ସହିତ ମାଷ୍ଟର ବୁଣାକାରଙ୍କ ଉତ୍ପାଦ ଏବଂ ବ୍ୟବସାୟକୁ ଡିଜିଟାଲ କରିବା ସହ ସେମାନଙ୍କୁ ଯୋଡ଼ିବା । କେବଳ ବଡ଼ ଶିଳ୍ପ ପାଇଁ ନୁହେଁ ବରଂ ଏକ ବୃହତ ସମାଜ ପାଇଁ ଆମେ କାର୍ଯ୍ୟ କରୁଛୁ ବୋଲି ଏହି ପ୍ରକଳ୍ପ ଦର୍ଶାଉଛି ।
ଦ୍ୱିତୀୟ ଦିବସରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ର ମହାନିର୍ଦ୍ଦେଶକ, ହୋମଗାର୍ଡ କମାଣ୍ଡାଂଟ୍ ଜେନେରାଲ ତଥା ଓଡ଼ିଶା ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ “ଡିଜିଟାଲ ଗଭର୍ଣ୍ଣାନ୍ସ ଆଣ୍ଡ ପବ୍ଲିକ୍ ପଲିସି’ ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ପ୍ରଦାନ କରିଥିଲେ । “ଇଏସଜି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ଆହ୍ୱାନର ମୁକାବିଲା ପାଇଁ ରଣନୀତି ବିକଶିତ କରିବା’ ଶୀର୍ଷକ ଆଲୋଚନାଚକ୍ରରେ ଡେଲୋଇଟ୍ କନସଲ୍ଟିଂର ନିର୍ଦେଶକ ସଚିନ ତ୍ରିବେଦୀ; ଜାତିସଂଘ ଗ୍ଲୋବାଲ କମ୍ପାକ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରତନେଶ ଝା; ପ୍ରଯୁକ୍ତି ଉଦ୍ୟୋଗୀ ଶ୍ରଦ୍ଧା ଦାନାନୀ ଏବଂ ଏମ୍‌ସିଏଲ୍ ଅଡିଟୋରିୟମ୍‌ର ନିର୍ଦେଶକ (କାର୍ମିକ) କେଶବ ରାଓ ସେମାନଙ୍କ ସଂଗଠନ ଦ୍ୱାରା ଗ୍ରହଣ କରାଯାଇଥିବା ସ୍ଥାୟୀ ଅଭ୍ୟାସ ବିଷୟରେ ଆଲୋକପାତ କରିଥିଲେ । ଷ୍ଟାର୍ଟଅପ୍ ରାଉଣ୍ଡ ଟେବୁଲ ଆଲୋଚନା ସମୟରେ ମନିନ୍ଦର ସିଂ ବାୱା, ଗୌରବ କେଡିଆ, ଦୀପକ ଶର୍ମା, ସୃଷ୍ଟି ଅରୋରା ଏବଂ ପ୍ରଦୀପ ଆର ସୁବ୍ରମଣ୍ୟମ ନିଜର ଉଦ୍ୟୋଗୀ ଯାତ୍ରା, ଆହ୍ୱାନ ଓ ସୁଯୋଗ ବିଷୟରେ ଆଲୋଚନା କରିଥିଲେ ।
ଏଏସିଏସବିର ଦକ୍ଷିଣ ଏସିଆ ଆଂଚଳିକ ମୁଖ୍ୟ ଶ୍ରୀମତୀ ଆମି ମେନନ ଏବଂ ଆଇଆଇଏମ୍ ବାଙ୍ଗାଲୋରର ନିର୍ଦ୍ଦେଶକ ପ୍ରଫେସର ଋଷିକେଶ ଟି କ୍ରିଷ୍ଣାନନ୍ ମୁଖ୍ୟ ଭାଷଣ ଦେଇ ତୃତୀୟ ଦିବସର ଶୁଭାରମ୍ଭ କରିଥିଲେ । ସେହିପରି ଆକ୍ରିଡେସନ ପ୍ୟାନେଲ ଆଲୋଚନାରେ ନୋଏଡାସ୍ଥିତ ସ୍ପର୍ଶ ଗ୍ଲୋବାଲ ବିଜନେସ୍ ସ୍କୁଲର ନିର୍ଦ୍ଦେଶକ ଡ. ରବି କୁମାର ଜୈନ; ଶ୍ରୀ ନିଶିତ ଜୈନ, ଇଏଫ୍‌ଏମ୍ ୟଡି; ସେଂଟର ଫର ଡେଭଲପମେଂଟାଲ ଏଜୁକେସନ, ଜେଏଜିଏସଓଏମର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ ପାଡୋଡେ; ପ୍ରଫେସର ଡିକେ ମହାଳିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ; ବାଙ୍ଗାଲୋରସ୍ଥିତ ଜାଗ୍ ସୋମ୍‌ର ନିର୍ଦେଶକ ପ୍ରଫେସର ଅତୀଶ ଚଟ୍ଟୋପାଧ୍ୟାୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ବି-ସ୍କୁଲ ଶିକ୍ଷାର ମାନ ବଜାୟ ରଖିବା ପାଇଁ ଅଭ୍ୟାସ ସମ୍ପର୍କରେ ସୂଚନା ଦେଇଥିଲେ ।
“ଇଣ୍ଡଷ୍ଟ୍ରି ୪.୦ ବିଶ୍ୱ ପାଇଁ ସାଂଗଠନିକ ଦକ୍ଷତା ବିକାଶ’ ଶୀର୍ଷକ ସିଏଚଆରଓ ପ୍ୟାନେଲ ଆଲୋଚନାରେ ଆପୋଲୋ ହେଲ୍ଥ ଆଣ୍ଡ ଲାଇଫଷ୍ଟାଇଲ ଲିମିଟେଡର ସିଏଚ୍‌ଆର୍‌ଓ ଶ୍ରୀ ଦେବୀ ପ୍ରସାଦ ଦାଶ, କିମ୍ବଲ ଟେକ୍ନୋଲୋଜିର ସିଏଚ୍‌ଆର୍‌ଓ ଶ୍ରୀମତୀ ଜୟା ସୁରି, , କେଆଣ୍ଡଏସ୍ ପାର୍ଟନର୍ସର ସିଏଚ୍‌ଆର୍‌ଓ ଶ୍ରୀମତୀ ଜୟନ୍ତୀ ଜଗନ୍ନାଥ, ହିଣ୍ଡାଲ୍‌କୋ ଲିମିଟେଡ୍‌ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ କ୍ରିଷ୍ଣା ପାଢ଼ୀ ଓ ପିଡବ୍ଲ୍ୟୁସିର ପାର୍ଟନର ସୁବ୍ରମଣ୍ୟମ ଶାସ୍ତ୍ରୀ ଭଳି ବିଶିଷ୍ଟ ବକ୍ତାମାନେ ଯୋଗ ଦେଇଥିଲେ । ମାନବ ସମ୍ବଳ ବିକାଶ ପାଇଁ ରଣନୀତି ଅନୁସନ୍ଧାନ କରି ଶିଳ୍ପ ୪.୦ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ ।
ଉଚ୍ଚ ମାନର ରିସର୍ଚ୍ଚ ଜର୍ଣ୍ଣାଲର ସମ୍ପାଦକଙ୍କ ସହ ଆଲୋଚନା ବେଳେ ଅହମ୍ମଦାବାଦସ୍ଥିତ ଏମଆଇସିଏର ମାର୍କେଟିଂ ଏଜିକେ ଚେୟାର ପ୍ରଫେସର ବର୍ଷା ଜୈନଙ୍କ ସହ ଆଲୋଚନା ବେଳେ ପ୍ରଫେସର ବର୍ଷା ଜୈନ; ମଦୁରାଇସ୍ଥିତ ଥିୟାଗରାଜର ସ୍କୁଲ ଅଫ୍ ମ୍ୟାନେଜମେଂଟ୍‌ର ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର କେ. ପ୍ରଫେସର ଡୋଙ୍ଗମେଇ କାଓ, ନଟିଂହାମ୍ ବିଜନେସ୍ ସ୍କୁଲ, ନଟିଂହାମ୍ ଟ୍ରେଂଟ୍ ୟୁନିଭର୍ସିଟି, ଇଂଲଣ୍ଡ; ଏବଂ ଏମଏସସିର ପ୍ରୋଗ୍ରାମ ଡାଇରେକ୍ଟର ପ୍ରଫେସର ସୁରଜିତ ବାଗ ଯୋଗାଣ ଶୃଙ୍ଖଳା ଗବେଷଣା କେନ୍ଦ୍ର, ଲିଓନାର୍ଡ ଡି ଭିଂସି ପୋଲ୍ ୟୁନିଭର୍ସିଟି, ଫ୍ରାନ୍ସ ପ୍ରମୁଖ ଗବେଷଣା ପତ୍ର ଉପସ୍ଥାପନ କରିବା କ୍ଷେତ୍ରରେ ସେମାନଙ୍କର ମୂଲ୍ୟବାନ ଜ୍ଞାନର ଆଦାନପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ୭୧୨ ଜଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସେଥିରେ ଡକ୍ଟରେଟ୍ କନସୋର୍ଟିୟମ୍ ପାଇଁ ୧୮ ଜଣ ଅଂଶଗ୍ରହଣକାରୀ, ଟିଚିଂ ନୋଟ୍ ସହିତ କେସ୍ ଷ୍ଟଡି ଉପସ୍ଥାପନ କରିଥିବା ୨୯ ଜଣ ଏବଂ ଗବେଷଣା ପାଇଁ ବିସ୍ତାରିତ ବିବରଣୀ, ଧାରଣାତ୍ମକ କାଗଜପତ୍ର, ସମ୍ପୂର୍ଣ୍ଣ କାଗଜପତ୍ର ଆକାରରେ ୬୬୫ ଜଣ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 + seven =