ଟିପିଏନ୍‌ଓଡିଏଲ୍ ପକ୍ଷରୁ ମୟୁରଭଞ୍ଜର ରାଇରଙ୍ଗପୁରରେ ଦ୍ୱିତୀୟ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ବାଲେଶ୍ୱର: ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଏହାର ସିଏସ୍‌ଆର୍ ଅଭିଯାନ ଅଂଶ ସ୍ୱରୂପ ନୂତନ ଭାବେ ମୟୂରଭଂଜର ରାଇରଙ୍ଗପୁରଠାରେ ସ୍ଥାପନ କରାଯାଇଥିବା ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି)କୁ ୨୦୨୩ ଫେବ୍ରୁଆରି ୮ ତାରିଖରେ ଉଦ୍‌ଘାଟନ କରାଯାଇଛି । ମାନ୍ୟବର ମନ୍ତ୍ରୀ (ଡବ୍ଳୁସିଡି ଓ ମିସନ ଶକ୍ତି) ମିସ୍ ବାସନ୍ତୀ ହେମ୍ବ୍ରମ ସେହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ତାଙ୍କ ସହିତ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର ଓ ଟିପିଏନ୍‌ଓଡିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ଟିମ୍ ଉପସ୍ଥିତ ଥିଲେ ।
ବାଲେଶ୍ୱରରେ ପୂର୍ବରୁ ଏକ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଏହା ହେଉଛି ଦ୍ୱିତୀୟ ଭିଟି କେନ୍ଦ୍ର । ଏହି ଭିଟି କେନ୍ଦ୍ର ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ସମାଜର ମହିଳା ଓ ଯୁବବର୍ଗଙ୍କୁ ମାଗଣାରେ ଦକ୍ଷତା ଏବଂ ନିଯୁକ୍ତି ହାସଲକାରୀ ତାଲିମ ପ୍ରଦାନ କରୁଛି । ଏହି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ପାଠ୍ୟକ୍ରମଗୁଡ଼ିକ ହେଉଛି:
-ସିଲାଇ ଓ ଏମ୍ବ୍ରୋଡୋରି
-କମ୍ପ୍ୟୁଟର ପାଠ୍ୟକ୍ରମ
ପ୍ରତି ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ କୋଠରି ରହିଥିବା ବେଳେ ଗୋଟିଏ ବ୍ୟାଚ୍‌ରେ ୧୬୦ ଜଣ ଛାତ୍ରଛାତ୍ରୀ ପଢ଼ିବା ଭଳି ବ୍ୟବସ୍ଥା ରହିଛି । ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ଲାଗି ପେସାଦାର ପ୍ରଶିକ୍ଷକଙ୍କୁ ଆମନ୍ତ୍ରଣ କରାଯାଉଛି ଏବଂ ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ ନିଯୁକ୍ତି (ପ୍ଲେସମେଂଟ୍‌) ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।
ଉଦ୍‌ଘାଟନୀ ଅବସରରେ ଭିଟି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ମନ୍ତ୍ରୀ ମିସ୍ ବାସନ୍ତୀ ହେମ୍ବ୍ରମ ଭାବ ବିନିମୟ କରିଥିଲେ ଏବଂ ଏହି କ୍ୟାରିୟର ବିକାଶ କେନ୍ଦ୍ରର ପୂର୍ଣ୍ଣ ବ୍ୟବହାର କରି ଅର୍ଥପୂର୍ଣ୍ଣ ପେସା ବିକଳ୍ପ ଚୟନ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ । ଟିପିଏନ୍‌ଓଡିଏଲ୍ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ଏବଂ ଉଦ୍ୟୋଗୀରେ ପରିଣତ ହେବା ଓ ଏହି ଅଂଚଳର ବିକାଶକୁ ଆଗକୁ ବଢ଼ାଇବା ଲାଗି ସେ ମହିଳା ଏବଂ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ ।
ସମାଜରେ ମହିଳାମାନେ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଏହି ଅବସରରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର ଆଲୋଚନା କରିଥିଲେ ଏବଂ ଏହି ଅଂଚଳର ମହିଳା ଏବଂ ଯୁବବର୍ଗଙ୍କ ଲାଗି ଏହି ଭିଟି କେନ୍ଦ୍ର ପ୍ରଦାନ କରୁଥିବା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ ।
କଂପାନିର ଚିଫ୍‌-କମର୍ସିଆଲ୍ ଆଣ୍ଡ୍ ସିଏସ୍‌ଆର୍ ଶ୍ରୀ ଦୁଶ୍ୟନ୍ତ ତ୍ୟାଗି କହିଛନ୍ତି ଯେ ମହିଳାମାନଙ୍କୁ ସଶକ୍ତ କରିବାର ଏକ ଶ୍ରେଷ୍ଠ ଉପାୟ ହେଉଛି ନିଯୁକ୍ତି ହାସଲ ଲାଗି ସେମାନଙ୍କୁ ସକ୍ଷମ କରି ତାଲିମ ଦେବା । ଶିକ୍ଷା, ନିଯୁକ୍ତି ଓ ନିଯୁକ୍ତି ଦେବାର ସକ୍ଷମତା, ଉଦ୍ୟମିତା ଏବଂ ଅତ୍ୟାବଶ୍ୟକ ସେବା ଏହି ଚାରି ଇ-ଉପରେ ଆଧାରିତ ସିଏସ୍‌ଆର୍ ଉଦ୍ୟମ ଉପରେ ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଆଲୋକପାତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twenty − eighteen =