ପ୍ରେମ ର ଋତୁ ଫେବୃଆରୀ

କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ, ସେମିତି ଗୋଟେ ଦିନ ତ ଏ ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ

କେହି କେହି କହନ୍ତି, ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି । ପ୍ରେମ ପାଇଁ ସମୟର ଅଭାବ ପଡେ । ହେଲେ ପ୍ରେମ ହେଉଛି ସୀମାହୀନ ସାଗର, ପ୍ରେମ ହୃଦୟର ସନ୍ଧ୍ୟାକାଶରେ ସୁନ୍ଦରୀ ଚାନ୍ଦିନୀଠୁ ଅଧିକ ସୁନ୍ଦର । ଜାଣିଛନ୍ତି, ପ୍ରେମ ଗୋଟେ ଅଢେଇ ଅକ୍ଷରର ଅବୋଲକରା ଆବେଗ । ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି । ହଁ, ସତରେ ପ୍ରେମ ଆଲ୍ଲା, ପ୍ରେମ ଯୀଶୁ ଆଉ ପ୍ରେମ ହେଉଛି ସାକ୍ଷାତ ଇଶ୍ୱର ।ପ୍ରେମ କାହାକୁ ବି ହେଇପାରେ, କେତେବେଳେ ବିି ହେଇପାରେ, କେମିତି ବି ହେଇପାରେ । ପ୍ରେମରେ ନାୟକ ବି ପ୍ରେମ, ପ୍ରେମରେ ଖଳନାୟକ ବି ସେଇ ପ୍ରେମ । ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ । ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣା ଖୋଜାପଡେନା । ପ୍ରେମ ବେବାକ୍ କରାଯାଏ…ହୃଦୟ ଦେଇ କରାଯାଏ…

Share

Leave a Reply

Your email address will not be published. Required fields are marked *

three × one =