କଳା, ହସ୍ତଶିଳ୍ପ ଓ ସାହିତ୍ୟ ଜରିଆରେ ଯୁବପିଢ଼ିଙ୍କୁ ଯୋଡ଼ିବା ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସ୍ପ୍ଲାସ ପ୍ରତିଯୋଗିତାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ୭-୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ କଳା, ହସ୍ତଶିଳ୍ପ ଏବଂ ସାହିତ୍ୟ ଉପରେ ବାର୍ଷିକ ସର୍ବଭାରତୀୟ ପ୍ରତିଯୋଗିତା “ସ୍ପ୍ଲାସ\’ ଘୋଷଣା କରିଛି । ଚଳିତ ବର୍ଷ ସ୍ପ୍ଲାସର ବିଷୟବସ୍ତୁ ରହିଛି ‘କରୁଣା’ ଯାହା ନୂଆ ପିଢ଼ି ଭିତରେ ଦାନ ଭାବନା ଜାଗ୍ରତ କରିବ । ପ୍ରତିଯୋଗୀମାନେ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଙ୍ଗଙ୍ଗଙ୍ଗ.ବଙ୍ଘସଗ୍ଦଭବଦ୍ଭଳଗ୍ଦକ୍ଟ୍ରକ୍ଷବଗ୍ଦଷ.ସଦ୍ଭ ରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ । ଉଭୟ ପ୍ରତ୍ୟକ୍ଷ ଓ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଉଥିବା ଏହି ପ୍ରତିଯୋଗିତାରେ ବ୍ୟାଙ୍କ ୬ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ପ୍ରତ୍ୟେକ ପିଲା ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ସୁଯୋଗ ପାଇବେ ।
ଏହି ପ୍ରତିଯୋଗିତାକୁ ୭-୧୦ ବର୍ଷ ଓ ୧୧-୧୪ ବର୍ଷ ବୟସ ବର୍ଗରେ ବିଭକ୍ତ କରାଯିବ । ପ୍ରତିଯୋଗୀମାନେ “ଅନ୍ୟକୁ ସାହାଯ୍ୟ କରିବା” ଏବଂ “ଦୁନିଆକୁ ଏକ କରୁଣାର ସ୍ଥଳରେ ପରିଣତ କରିବା” ଭଳି ଦୁଇଟି ବିଷୟବସ୍ତୁ ମାଧ୍ୟମରେ ସେମାନଙ୍କର ଚିନ୍ତନ ଏବଂ ଧାରଣା ପ୍ରକାଶ କରିବେ । ଚିତ୍ରାଙ୍କନ, କଳାକୃତି କିମ୍ବା ପ୍ରବନ୍ଧ ଲେଖା ମାଧ୍ୟମରେ ସେମାନେ ନିଜର ସୃଜନଶୀଳତାକୁ ପ୍ରକାଶ କରିପାରିବେ । ଆର୍ଟ ସୋସାଇଟି ଅଫ୍ ଇଣ୍ଡିଆର ସମ୍ମାନଜନକ କଳାକାର ବିକ୍ରାନ୍ତ ଶିଟୋଲେ, ଇମାଗିମାକେର ସହ-ପ୍ରତିଷ୍ଠାତା ଦିଶାକଥାରାଣୀ, ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକ୍ଟର ସାଭିଓ ମାସ୍କାରେନ୍ସ ଏବଂ ଗ୍ରୀନ୍ ଗୋଲ୍ଡ ଆନିମେସନର ସିଇଓ ରାଜୀବ ଚିଲାକାଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳୀ ପ୍ରତିଯୋଗୀମାନଙ୍କ ମୂଲ୍ୟାୟନ କରିବେ ।
ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି ଯେ, “ସ୍ପ୍ଲାସର ୧୧ତମ ସଂସ୍କରଣ ଘୋଷଣା କରି ଆମେ ଆନନ୍ଦିତ । ଚଳିତ ବର୍ଷର “କରୁଣା” ବିଷୟବସ୍ତୁ ଆମର ବ୍ରାଣ୍ଡ ଦର୍ଶନ “ଓପନ”ରୁ ଉତ୍ପନ୍ନ ହୋଇଛି ଯାହାର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ ଏବଂ ବ୍ୟବସାୟ ବ୍ୟତିରକେ ସମ୍ପ୍ରଦାୟ ସହିତ ଜଡ଼ିତ ହେବା । ସ୍ପ୍ଲାସ ଜରିଆରେ ଆମେ ଏହି ଯୁବବର୍ଗଙ୍କୁ ଏକ ଉତମ ଭବିଷ୍ୟତ ସୃଷ୍ଟି କରିବା ପାଇଁ କରୁଣାର ମୂଲ୍ୟକୁ ଅନୁସନ୍ଧାନ କରିବା, ପ୍ରକାଶ କରିବା ଏବଂ ଗ୍ରହଣ କରିବା ପାଇଁ ଏକ ଜୀବନ୍ତ କାନଭାସ୍ ପ୍ରଦାନ କରୁଛୁ ।”
ଚଳିତ ବର୍ଷ ଆକ୍ସିସ୍ ବ୍ୟାଙ୍କ ୨୦ରୁ ଅଧିକ ବିଦ୍ୟାଳୟରେ ପହଞ୍ଚିବ ଯାହା ପୂର୍ବ ବର୍ଷ ତୁଳନାରେ ୫୦% ଅଧିକ । ପ୍ରତିଯୋଗିତା ବ୍ୟତୀତ ବ୍ୟାଙ୍କ ଆକର୍ଷଣୀୟ ଅଧିବେଶନ ଏବଂ ଅନ୍ୟାନ୍ୟ ମଜାଦାର କାର୍ଯ୍ୟକ୍ରମ ଆୟୋଜନ କରିବ । ଏଥିରେ ପିଲାଙ୍କ ପ୍ରିୟ ଚରିତ୍ର “ଛୋଟା ଭିମ”କୁ ସାମିଲ କରାଯାଇ କାହାଣୀ କଳା ମାଧ୍ୟମରେ ରୋଜଗାର, ସଞ୍ଚୟ, ବିନିଯୋଗ ଏବଂ ଦାନ ଉପରେ ମୂଲ୍ୟବାନ ଜୀବନ ଶିକ୍ଷା ପ୍ରଦାନ କରାଯାଇଛି ।
ବିଜେତାଙ୍କୁ ହାମଲେଜ, ଫେବର କ୍ୟାସଲ ଓ ବୋଟ ଭଳି ଅଂଶୀଦାରଙ୍କଠାରୁ ୧ ଲକ୍ଷ ଟଙ୍କାର ବୃତି, ଆକର୍ଷଣୀୟ ଉପହାର ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପ୍ରଦାନ କରାଯିବ । ସେମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନଆଇଡି) ପରିଦର୍ଶନ କରିବା ସହ ମ୍ୟୁଜିୟମ ଅଫ ଆର୍ଟ ଆଣ୍ଡ ଫଟୋଗ୍ରାଫି (ଏମ୍‌ଏପି) ଦ୍ୱାରା ଆୟୋଜିତ ଆକର୍ଷଣୀୟ କର୍ମଶାଳାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଉପବିଜେତାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

four × 2 =