ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ପ୍ରେମ ଋତୁ ପାଳନ

– ବ୍ରାଣ୍ଡ୍ ଆମ୍ବାସାଡର କିଆରା ଆଡ୍‌ଭାନିଙ୍କୁ ନେଇ ନୂଆ ଅଭିଯାନର ଶୁଭାରମ୍ଭ
– ଭାଲେଟାଂଇନ୍‌ସ ଡେ’ ସ୍ୱତନ୍ତ୍ର ସମ୍ଭାର “ପରଫେକ୍ଟ ଲଭ୍‌’ ଓ “ଲଭ୍ ୨୩’ ଉନ୍ମୋଚିତ
ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ସଂଗଠିତ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଭାଲେଟାଂଇନ୍‌ସ ଦିବସକୁ ସ୍ମରଣୀୟ କରିବା ଲାଗି “ପରଫେକ୍ଟ ଲଭ୍‌’ ଓ “ଲଭ୍ ୨୩’ ଅଳଙ୍କାର ସମ୍ଭାରକୁ ଉନ୍ମୋଚନ କରାଯାଇଛି । କଂପାନି ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର କିଆରା ଆଡ୍‌ଭାନିଙ୍କୁ ନେଇ ନୂଆ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଡିଜିଟାଲ୍ ଭିଡିଓ ଅଭିଯାନରେ କଂପାନିର ନୂଆ ଭାଲେଟାଂଇନ୍‌ସ ଡେ’ ସ୍ୱତନ୍ତ୍ର ସମ୍ଭାରରେ ଥିବା ହୃତପିଣ୍ଡ ଆକୃତିର ସୋଲିଟାୟାର ଗହଣା ସମ୍ଭାରର କିଆରା ଆଡଭାନି ପ୍ରଚାର କରିବେ ।
ପ୍ରେମକୁ ଅଧିକ ସ୍ମରଣୀୟ ଓ ଆବେଗପୂର୍ଣ୍ଣ କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସ୍ୱତନ୍ତ୍ର ସୋଲିଟାୟାର ଗହଣା ସମ୍ଭାର ପରଫେକ୍ଟ ଲଭ୍ ଓ ଲଭ୍ ୨୩ ଉନ୍ମୋଚନ କରାଯାଇଛି । ଲଭ୍ ୨୩ରେ ସମ୍ଭାରରେ ରହିଛି ସ୍ୱତନ୍ତ୍ର ହୃତପିଣ୍ଡ୍ ଆକୃତିର ସୋଲିଟାୟାର । ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ ଏହି ଆକର୍ଷଣୀୟ ହୀରା ଗହଣା ଜରିଆରେ ନିଜ ପ୍ରେମୀଙ୍କ ପ୍ରତି ଭଲ ପାଇବାକୁ ପରିପ୍ରକାଶ କରିହେବ । ଆଧୁନିକ ଭଲ ପାଇବା କାହାଣୀକୁ ନଜରରେ ରଖି ପ୍ରତି ଗହଣାକୁ ପ୍ରସ୍ତୁତ କରାଯାଇଛି । ଏହି ସମ୍ଭାରରେ ରହିଛି ସ୍ୱତନ୍ତ୍ର ହୃତପିଣ୍ଡ୍ ଏବଂ ତୀର ଆକୃତିର ସୋଲିଟାୟାର ଯାହା ଅସଲି ଭଲ ପାଇବାକୁ ପ୍ରକାଶ କରୁଛି । ସେହି ହୀରାକୁ ଏସ୍‌ଜିଏଲ୍ ଲ୍ୟାବ୍ ଲଣ୍ଡନ ଓ ଜେମ୍‌ଏକ୍ସ ଆମେରିକାର ସାର୍ଟିଫିକେସନ ମିଳିଛି ।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦେଶିକା ଜୋୟିତା ସେନ୍ କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ କିଛି ଆଣିବା ପାଇଁ ଆମେ ସର୍ବଦା ଲକ୍ଷ୍ୟ ରଖିଛୁ । ଭଲ ପାଇବାର ଋତୁକୁ ପାଳନ କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଆମେ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସୋଲିଟାୟାର ଓ ହୀରା ପ୍ରଦାନ କରୁଛୁ ଯାହା ହେଉଛି କ୍ଲାସିକ୍ ତଥା ପାରମ୍ପରିକ ଦର୍ଶନର ଏକ ଉପଯୁକ୍ତ ସନ୍ତୁଳନ ଯାହାକୁ ପ୍ରେମୀଙ୍କୁ ଉପହାର ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଏହି ଅଭିଯାନରେ ଆମ ବ୍ରାଣ୍ଡ୍ ଆମ୍ବାସାଡର କିଆରା ଆଡ୍‌ଭାନିଙ୍କୁ ଦେଖିବାକୁ ମିଳିବ ଯିଏ ଲୋକମାନଙ୍କୁ ନିଜ ପ୍ରେମୀ ପାଇଁ ଉପଯୁକ୍ତ ଉପହାର ସନ୍ଧାନରେ ସାହାଯ୍ୟ କରିବେ ।’’
ଏହି ଅବସରରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି ଯାହା ୧୩୦ରୁ ଅଧିକ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି । ସୁନା ଅଳଙ୍କାର ଗଢ଼ା ମଜୁରି ଉପରେ ୧୫% ପର୍ଯ୍ୟନ୍ତ, ହୀରା ଗହଣା ଗଢ଼ା ମଜୁରି ଉପରେ ୧୦୦% ପର୍ଯ୍ୟନ୍ତ, ପୋଲ୍‌କି ଗହଣା ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ, ପ୍ଲାଟିନମ୍ ଗହଣା ଗଢ଼ା ମଜୁରି ଉପରେ ୩୦% ପର୍ଯ୍ୟନ୍ତ, ରୁପା ଓ ଗୋସିପ୍ ଗହଣା ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ଏବଂ ସବୁ ପ୍ରକାର ଜେମ୍ ଷ୍ଟୋନ୍‌ସ ଉପରେ ୧୦% ରିହାତି ମିଳିବ ।

Share

Leave a Reply

Your email address will not be published. Required fields are marked *

nine + eight =