କ୍ରୋମା ଉପସ୍ଥାପନ କରୁଛି ଗୁଡ୍ ଲାଇଫ୍ ଫେଷ୍ଟ୍‌; ମୌସୁମୀ ଋତୁରେ ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ଅତୁଲ୍ୟ ରିହାତିି

ଭୁବନେଶ୍ୱର: ବର୍ଷାର ଆଗମନ ହୋଇଥିବା ବେଳେ କ୍ରୋମା ପକ୍ଷରୁ ଏହାର ମୌସୁମୀ ଅଭିଯାନ ‘ଗୁଡ୍‌ଲାଇଫ୍ ଫେଷ୍ଟ୍‌’ ବିଷୟରେ ଘୋଷଣା କରାଯାଇଛି । ଏଥିରେ ଗ୍ରାହକମାନେ ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ବ୍ୟାପକ ଅଫର ଓ ରିହାତିି ପାଇପାରିବେ ଯାହା ଫଳରେ ସମସ୍ତଙ୍କ ପାଇଁ ମୌସୁମୀ ଆରାମଦାୟକ ଓ ଉପଭୋଗ୍ୟ ହୋଇପାରିବ । ଏହି ସେଲ୍ ଅଫରରେ ଗ୍ରାହକମାନେ ୱାସିଂ ମେସିନ, ୱାଟର ପ୍ୟୁରିଫାୟର, ଏୟାର ଫ୍ରାୟର, ଓଟିଜି, ମାଇକ୍ରୋୱେଭ୍‌, କେଟିଲ୍ ଆଦି ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ମୌସୁମୀ ସମୟରେ ଅପ୍‌ଗ୍ରେଡ୍ ହେବା ଲାଗି କ୍ରୋମା ପକ୍ଷରୁ ଆପ୍ଲାଏନ୍‌ସେସଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଗୁଡ୍‌ଲାଇଫ୍ ଫେଷ୍ଟ୍‌ରେ ଗ୍ରାହକମାନେ ମରଫି ଓଟିଜି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ହାଭେଲ୍‌ସ କେଟିଲ୍ ଉପରେ ୪୮ ପ୍ରତିଶତ ରିହାତି ମିଳିବ । ସ୍ନାକ୍‌ସ ଏସେନ୍‌ସିଆଲ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ରହିଛି ।
ଏହି ସ୍ୱତନ୍ତ୍ର ଅଫରଗୁଡ଼ିକ ବ୍ୟତୀତ ଗ୍ରାହକମାନେ କ୍ରୋମାର ନିଜସ୍ୱ ଉତ୍ପାଦଗୁଡ଼ିକ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ବର୍ଷାର ପୂର୍ବାନୁମାନ ଲଗାଇବା କଷ୍ଟକର ହୋଇପଡ଼ିଥିବା ବେଳେ ଉଚ୍ଚ ଆର୍ଦ୍ରତା ସ୍ତର ଯୋଗୁଁ କପଡ଼ା ଶୁଖାଇବା ଏକ କଷ୍ଟକର ବ୍ୟାପାରରେ ପରିଣତ ହୋଇଛି । ପାରମ୍ପରିକ ଉପାୟରେ କପଡ଼ାକୁ ଶୁଖାଇଲେ ସେଥିରୁ ଅଲଗା ପ୍ରକାର ଗନ୍ଧ ବାହାରିବା ସହ କପଡ଼ାର ମାନ ଓ ଦୀର୍ଘସ୍ଥାୟିତ୍ୱକୁ ତାହା ପ୍ରଭାବିତ କରେ । କ୍ରୋମାର ଗୁଡ୍ ଲାଇଫ୍ ଫେଷ୍ଟ୍‌ରେ କେତେକ ୱାସର ଡ୍ରାୟର ରହିଛି ଯାହାର ମୂଲ୍ୟ ୧୨ ମାସ ପାଇଁ ମାସିକ ୨୦୭୧ ଟଙ୍କାରୁ ଆରମ୍ଭ ହୋଇଛି । ସେଥିରେ ଗୋଟିଏ ଆପ୍ଲାଏନ୍‌ସେସ୍‌ରେ କପଡ଼ା ସଫା କରିବା ଏବଂ ଶୁଖାଇବାର ସୁବିଧା ମିଳିବ ।
ବର୍ଷା ପାଇଁ ଗରମରୁ ନିସ୍ତାର ମିଳିଥିବା ବେଳେ ଏହା ଫଳରେ ପ୍ରଦୂଷିତ ଜଳ ଓ ଜଳ ବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି । ସେହି ସମସ୍ୟା ଦୂର କରିବା ଲାଗି କ୍ରୋମା ଆଡଭାନ୍ସଡ୍ କପର ପ୍ରଯୁକ୍ତିର ଆର୍‌ଓ ୧୬,୯୯୦ ଟଙ୍କାରେ ଉପଲବ୍ଧ ହୋଇଥିବା ବେଳେ ଆର୍‌ଓ ୱାଟର ପ୍ୟୁରିଫାୟର ବର୍ଗମାଳାର ମୂଲ୍ୟ ୧୨ ମାସ ପାଇଁ ମାସିକ ୧୨୧୦ ଟଙ୍କାରୁ ଆରମ୍ଭ ହୋଇଛି । ଗ୍ରାହକମାନେ କ୍ରୋମା ଷ୍ଟୋର, କ୍ରୋମା ଡଟ୍ କମ୍ ଓ ଟାଟା ନିଉ ଆପ୍‌ରୁ ତାହାକୁ କିଣିପାରିବେ । ଏଥିରେ ଅତ୍ୟାଧୁନିକ ଫିଲ୍‌ଟର ପ୍ରଯୁକ୍ତି ରହିଛି ଯାହା ପାଣିରୁ ଦୂଷିତ ଅଂଶ, ଜୀବାଣୁ, ଭୁତାଣୁ ଓ ହାନିକାରକ ରସାୟନକୁ ଦୂର କରୁଛି ।
କ୍ରୋମାର ଗୁଡ୍ ଲାଇଫ୍ ଫେଷ୍ଟ୍‌ର ସୁଯୋଗକୁ ଅଣଦେଖା କରିହେବ ନାହିଁ । ନିକଟସ୍ଥ କ୍ରୋମା ଷ୍ଟୋରକୁ ଯାଇ କିମ୍ବା କ୍ରୋମା ୱେବସାଇଟ୍ ପରିଦର୍ଶନ କରି ମୌସୁମୀ ଅଭିଯାନରେ ଉପଲବ୍ଧ ରିହାତି ଉତ୍ପାଦର ବର୍ଗମାଳାକୁ ଦେଖନ୍ତୁ ।

Share

Leave a Reply

Your email address will not be published. Required fields are marked *

1 × 1 =