ବିଦ୍ୟୁତ କ୍ଷେତ୍ର ନିଯୁକ୍ତି ପାଇଁ ଓଡ଼ିଶାର ଯୁବବର୍ଗଙ୍କୁ ପ୍ରସ୍ତୁତ କରିବା ଲାଗି ଓଡ଼ିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ହାତ ମିଳାଇଲା ଟାଟା ପାୱାର

ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚୁୃ୍ୟଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସହ ଏମ୍‌ଓୟୁ ସ୍ୱାକ୍ଷରିତ
ଟାଟା ପାୱାରର ‘ସ୍ପର୍ଶ’ ଓ ‘ଟ୍ରେନ୍ ଟୁ ହାୟର’ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବବର୍ଗଙ୍କୁ ସମୃଦ୍ଧ କରିବା ଓ ଶିଳ୍ପ ଲାଗି ସେମାନଙ୍କୁ ପ୍ରସ୍ତୁତ କରିବା
ଭୁବନେଶ୍ୱର: ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଲାଗି ଟାଟା ପାୱାର ପକ୍ଷରୁ ଯୁବବର୍ଗଙ୍କୁ ସଦାସର୍ବଦା ସହାୟତା ପ୍ରଦାନ ସହ ସଶକ୍ତ କରାଯାଉଛି । ସେହି ପ୍ରତିବଦ୍ଧତା ଅନୁସାରେ କଂପାନି ପକ୍ଷରୁ ଭୁବନେଶ୍ୱରର ଦୁଇଟି ଅଗ୍ରଣୀ ବିଶ୍ୱବିଦ୍ୟାଳୟ-କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ବିଦ୍ୟୁତ ଶକ୍ତି କ୍ଷେତ୍ରର ଉଦୀୟମାନ ଧାରା ଓ ପ୍ରଯୁକ୍ତି ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବା ।
ଭୁବନେଶ୍ୱରରେ ଟାଟା ପାୱାରର ଏଚ୍‌ଆର୍ ମୁଖ୍ୟ-ଟିଆଣ୍ଡ୍‌ଡି କ୍ଲଷ୍ଟର କଂପାନିଜ୍ ଶ୍ରୀ ସୁବୀର ବର୍ମା ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସ୍‌ଆଇଟି)ର ପ୍ରତିନିଧି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତି ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଥିବା ଅନ୍ତରକୁ ଦୂର କରିବା ଦିଗରେ ମିଳିତ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି ।
‘ସ୍ପର୍ଶ’ ଓ ‘ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଯୁବବର୍ଗଙ୍କ ମଧ୍ୟରେ ବିଦ୍ୟୁତ ଶକ୍ତି କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷତା ଓ ବିଶ୍ୱାସ ବିକାଶ କରିବା ଲାଗି ଟାଟା ପାୱାର ସେମାନଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛି । ଅଟୋମେସନ୍ ସିଷ୍ଟମ୍‌, ନିୟାମକ ଓ ମାନକ, ସ୍ମାର୍ଟ ମିଟର ପ୍ରଯୁକ୍ତି, ଶକ୍ତି ଅଡିଟିଂ ଓ ମିଟର ଟେଷ୍ଟିଂ ଭଳି ମଡ୍ୟୁଲ୍ ଓ ଅତ୍ୟାଧୁନିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହୀ ଯୁବବର୍ଗଙ୍କୁ ଏହି ସହଯୋଗିତାରେ ସମୃଦ୍ଧ କରାଯିବ ସହ ତାଲିମ ପ୍ରଦାନ କରାଯିବ ।
ଇଞ୍ଜିନିୟରିଂ ଓ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କ ପାଇଁ କଂପାନି ପକ୍ଷରୁ ତାଲିମ କାର୍ଯ୍ୟକ୍ରମ ଓ ମଡ୍ୟୁଲ୍ ବିକାଶ କରି ସେମାନଙ୍କ ଜ୍ଞାନ ଦକ୍ଷତାରେ ବୃଦ୍ଧି ଆଣିବା ସହ ଶ୍ରେଷ୍ଠ ଅଭ୍ୟାସ ବିଷୟରେ ସେମାନଙ୍କୁ ଅବଗତ କରାଯିବ । ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ବେଳେ ବିଚାରକୁ ନିଆଯିବ ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ପ୍ରାସଙ୍ଗିକ ତାଲିମ ପ୍ରଦାନ ଏବଂ ଭବିଷ୍ୟତ ଲାଗି ମୂଲ୍ୟ ଗଠନ କରି ଯୁବବର୍ଗଙ୍କୁ ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଏହି ସହଯୋଗିତା ଜରିଆରେ ଆମେ ପାରସ୍ପରିକ ଲାଭଦାୟକ ସହଯୋଗିତାକୁ ସମୃଦ୍ଧ କରିବା ଓ ଦକ୍ଷ ପ୍ରତିଭାମାନଙ୍କ ଏକ ଦଳ ଗଠନ କରିବା ଲାଗି ଲକ୍ଷ୍ୟ ରଖିଛୁ ।’’
ଟାଟା ପାୱାରର ଏଚ୍‌ଆର୍ ମୁଖ୍ୟ-ଟିଆଣ୍ଡ୍‌ଡି କ୍ଲଷ୍ଟର କଂପାନିଜ୍ ଶ୍ରୀ ସୁବୀର ବର୍ମା ଏହି ସହଯୋଗିତା ସମ୍ପର୍କରେ କହିଛନ୍ତି ଯେ, “ଶିଳ୍ପ ଅଭିବୃଦ୍ଧି ପ୍ରତି ଅବଦାନ ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦକ୍ଷ ଶ୍ରମଶକ୍ତି ଏବଂ ଏହି ସହଯୋଗିତା ଆବଶ୍ୟକ ଦକ୍ଷତା ବିକାଶ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ଜରିଆରେ ନୂଆ ପ୍ରତିଭାମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ । ଏହି କ୍ଷେତ୍ରରେ ଆମର ରହିଥିବା ଶ୍ରେଷ୍ଠ ଅଭ୍ୟାସ ଓ ଅନୁଭୂତିକୁ ଆମେ ବାଂଟିବାକୁ ଏବଂ ଓଡ଼ିଶାର ଶିକ୍ଷିତ ଯୁବବର୍ଗଙ୍କୁ ଶିଳ୍ପ ଲାଗି ପ୍ରସ୍ତୁତ ପ୍ରତିଭା ଭାବେ ରୂପାନ୍ତରୀତ କରିବାକୁ ଲକ୍ଷ୍ୟ ରଖିଛୁ । ଭାରତର ବିଦ୍ୟୁତ ବଂଟନ କ୍ଷେତ୍ର ପାଇଁ ପ୍ରତିଭାବାନମାନଙ୍କୁ ସମୃଦ୍ଧ କରିବା ଲାଗି ଓଡ଼ିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ହାତ ମିଳାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’

Share

Leave a Reply

Your email address will not be published. Required fields are marked *

2 × one =