ପୁରୀ ବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର। କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ମିଳିବ ସୁଯୋଗ । ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀସହର ବାସୀ । ଶନିବାର ସନ୍ଧ୍ୟାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ସେବାୟତ ମାନେ ଶ୍ରୀମନ୍ଦିର ଚତୁପାର୍ଶ୍ବ ବୁଲି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିବ। ପରିଚୟ ପତ୍ର ଦେଖାଇ ପଶ୍ଚିମ ଦ୍ଵାର ବାଟେ ପୁରୀ ବାସୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍ କରାଯାଇଛି। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ପତ୍ର ରଖି ଧାଡ଼ିରେ ପ୍ରବେଶ କରିବେ।

Share

Leave a Reply

Your email address will not be published. Required fields are marked *

nineteen − eight =