ଏସ୍‌ବିଆଇ ପକ୍ଷରୁ ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇରେ ଡିଜିଟାଲ୍ ମାଧ୍ୟମରେ ସାମିଲ ହେବା ସୁବିଧା ଆରମ୍ଭ

ଭୁବନେଶ୍ୱର: ଦେଶର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ସ୍କିମ୍‌ରେ ସାମିଲ କରିବା ଲାଗି ସୁବିଧା ଆରମ୍ଭ କରାଯାଇଛି ।
ଏସ୍‌ବିଆଇର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନେଶ ଖାରା ଏସ୍‌ବିଆଇର ଗ୍ରାହକମାନଙ୍କ ଲାଗି ପିଏମଜେଜେବିୱାଇ ଓ ପିଏମ୍‌ଏସବିୱାଇ ସ୍କିମ୍‌ରେ ସାମିଲ ହେବା ଲାଗି ସେଲ୍‌ଫ-ସବ୍‌ସ୍କ୍ରିପ୍‌ସନ୍‌ର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ଆରମ୍ଭ ହୋଇଥିବାରୁ ଗ୍ରାହକମାନେ ଶାଖା କିମ୍ବା ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ ନକରି ସୁବିଧାରେ ଏହି ସ୍କିମ୍‌ରେ ସାମିଲ ହୋଇପାରିବେ । ଗ୍ରାହକମାନଙ୍କୁ ଜନ ସୁରକ୍ଷା ପୋର୍ଟାଲ୍‌ରେ ଆକାଉଂଟ୍ ନମ୍ବର ଓ ଜନ୍ମ ତାରିଖ ଦାଖଲ କରିବାକୁ ପଡ଼ିବ । ପ୍ରିମିୟମ୍ ପଇଠ କରିବା ପରେ ବୀମା ସାର୍ଟିଫିକେଟ୍ ତତ୍କାଳ ସୃଷ୍ଟି ହେବ ।
ଏହି ଅବସରରେ ଏସ୍‌ବିଆଇର ଅଧ୍ୟକ୍ଷ ଦୀନେଶ ଖାରା ପ୍ରଯୁକ୍ତି ଜରିଆରେ ସେବା ପ୍ରଦାନ କରି ଗ୍ରାହକଙ୍କୁ ସଶକ୍ତ କରିବା ଲାଗି ବ୍ୟାଙ୍କ କରୁଥିବା ଉଦ୍ୟମ ଉପରେ ଆଲୋକପାତ କରିଥିଲେ । ସମସ୍ତ ଯୋଗ୍ୟ ନାଗରିକଙ୍କୁ ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ସ୍କିମ୍‌ରେ ସାମିଲ କରିବା ଲାଗି ଭାରତ ସରକାରଙ୍କ ଉଦ୍ୟମକୁ ଏହି ସୁବିଧା ଆଗକୁ ବଢ଼ାଇବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =