ଟିକସ/ ଅଣ-ଟିକସ ପ୍ରାପ୍ତି ସଂଗ୍ରହ ପାଇଁ ବନ୍ଧନ ବ୍ୟାଙ୍କକୁ ପଶ୍ଚିମବଙ୍ଗ ସରକାରଙ୍କ ସ୍ୱୀକୃତି

ଭୁବନେଶ୍ୱର: ପଶ୍ଚିମବଙ୍ଗ ସରକାରଙ୍କ ସରକାରୀ ପ୍ରାପ୍ତି ପୋର୍ଟାଲ୍ ବ୍ୟବସ୍ଥା (ଗ୍ରିପ୍‌ସ)ରେ ରାଜସ୍ୱ ସଂଗ୍ରହ ଲାଗି ସରକାରଙ୍କଠାରୁ ସ୍ୱୀକୃତି ହାସଲ କରିଥିବା ବିଷୟରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହା ଦ୍ୱାରା ଗ୍ରିପ୍‌ସ ଜରିଆରେ ପଶ୍ଚିମବଙ୍ଗବାସୀ ଟିକସ ଓ ଅଣ ଟିକସ ପଇଠ କରିପାରିବେ । ଏହା ଦ୍ୱାରା କାରବାର ସହଜ, କାଗଜବିହୀନ ହେବା ସହ ପଶ୍ଚିମବଙ୍ଗର ଲୋକମାନଙ୍କ ପାଖରେ ତାହା ପହଂଚିପାରିବ । ପେମେଂଟ୍ ସଂଗ୍ରହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ବ୍ୟାଙ୍କ ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗ ସରକାରଙ୍କ ସହିତ ସମନ୍ୱିତ ହେବ ।
ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ ଉପସ୍ଥିତ ଥିବା ବନ୍ଧନ ବ୍ୟାଙ୍କର ରାଜ୍ୟରେ ୧୭୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ରହିଛି । ଗ୍ରାହକମାନେ ଏହି ପୋର୍ଟାଲ୍‌ରେ ସଂପତି ଟିକସ, ମୋଟର ଯାନ ଟିକସ, ପ୍ରଫେସନାଲ ଟ୍ୟାକ୍ସ ଆଦି ଦେଇପାରିବେ । ଡବ୍ଲୁବି ଗ୍ରିପ୍‌ସ ପୋର୍ଟାଲ୍ ଜରିଆରେ ନାଗରିକମାନେ ପଶ୍ଚିମବଙ୍ଗ ସରକାରଙ୍କ ୨୯ଟି ବିଭାଗର ବିଭିନ୍ନ ସେବା ପାଇଁ ଦେୟ ପ୍ରଦାନ କରିପାରିବେ । ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରିପ୍‌ସ ଜରିଆରେ ମୋଟ ଟିକସ ସଂଗ୍ରହ ପରିମାଣ ୫୦,୦୦୦ କୋଟି ଟଙ୍କା ପାଖାପାଖି ଥିଲା ।
ବନ୍ଧନ ବ୍ୟାଙ୍କର ସରକାରୀ ବ୍ୟବସାୟ ମୁଖ୍ୟ ଦେବରାଜ ଶାହ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କ ପାଇଁ ପଶ୍ଚିମବଙ୍ଗ ହେଉଛି ଶ୍ରେଷ୍ଠ ତିନି ବଜାର ମଧ୍ୟରୁ ଅନ୍ୟତମ । ପଶ୍ଚିମବଙ୍ଗ ସରକାରଙ୍କଠାରୁ ସ୍ୱୀକୃତି ହାସଲ କରିବା ବିଭିନ୍ନ ନିୟାମକ ସଂସ୍ଥାର ବ୍ୟାଙ୍କ ଉପରେ ଥିବା ବିଶ୍ୱାସ ଓ ଭରସାକୁ ପ୍ରଦର୍ଶିତ କରୁଛି । ଏହି ସ୍ୱୀକୃତି ଜରିଆରେ ପଶ୍ଚିମବଙ୍ଗବାସୀଙ୍କୁ ସେବା ପ୍ରଦାନ କରିବା ଲାଗି ବ୍ୟାଙ୍କ ଆଉ ଏକ ସୁଯୋଗ ହାସଲ କରିଛି ।
ସରକାରୀ ପ୍ରାପ୍ତି ପୋର୍ଟାଲ ବ୍ୟବସ୍ଥା (ଗ୍ରିପ୍‌ସ) ହେଉଛି ଟ୍ରେଡର, ଉଦ୍ୟେଗୀ, କମ୍ପାନି ଓ ନାଗରିକ ଆଦିଙ୍କ ଦ୍ୱାରା ସରକାରଙ୍କ ବିଭିନ୍ନ ଟିକସ ଓ ଅଣ ଟିକସ ଦେୟ ପ୍ରଦାନ ଲାଗି ପଶ୍ଚିମବଙ୍ଗ ସରକାରଙ୍କ ଏକ ଅନଲାଇନ୍‌, ବ୍ୟବହାରକାରୀ ମିତବ୍ୟୟୀ, ଖୋଲା ଇଂଟରନେଟ୍‌ଭିତିକ ପ୍ଲାଟଫର୍ମ । ରାଜ୍ୟ ସରକାରଙ୍କଠାରେ ଅର୍ଥ ଜମା କରିବା ଲାଗି ଏହା ୨୪ ଘଂଟିଆ ଇଲେକ୍ଟ୍ରୋନିକ୍ସ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ବର୍ତମାନ ସୁଦ୍ଧା ୨୯ଟି ବିଭାଗ ଓ ନିର୍ଦ୍ଦେଶାଳୟର ନିଜସ୍ୱ ପ୍ରଶାସନିକ ପୋର୍ଟାଲ୍‌କୁ ଗ୍ରିପ୍‌ସ ସହିତ ସମନ୍ୱିତ କରି ଜମାକାରୀଙ୍କ ଦ୍ୱାରା ପେମେଂଟ୍ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

2 × 1 =