ଆଜି ୪୩ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ବେଳେ ବରଗଡ଼ ଓ କଟକରୁ ୫ ଲେଖାଏଁ ଆଖି ବୁଜିଛନ୍ତି। ଝାରସୁଗୁଡ଼ା ଓ ପୁରୀରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଂଜାମ ଓ କୋରାପୁଟରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି।ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ କରୋନାରେ ଆଖି ବୁଜିଥିବା ବେଳେ କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୨୧ ଜଣ, ବାଲେଶ୍ୱରରୁ ୨୯୦ ଜଣ, ବରଗଡ଼ରୁ ୩୯ ଜଣ, ଭଦ୍ରକରୁ ୧୩୫ ଜଣ, ବଲାଙ୍ଗୀରରୁ ୩୦ ଜଣ, ବୌଦ୍ଧରୁ ୪୦ ଜଣ, କଟକରୁ ୨୯୫ ଜଣ, ଦେବଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୯୦ ଜଣ, ଗଜପତିରୁ ୨୫ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୭ ଜଣ, ଯାଜପୁରରୁ ୨୨୬ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳରୁ ୩୮ ଜଣ, କେନ୍ଦ୍ରାପଡ଼ାରୁ ୧୧୮ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୬୮ ଜଣ, ମାଲକାନଗିରିରୁ ୪୩ ଜଣ, ମୟୁରଭଞ୍ଜରୁ ୧୬୭ ଜଣ, ନବରଙ୍ଗପୁରରୁ ୬୩ ଜଣ, ନୟାଗଡ଼ରୁ ୧୪୦ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୧୮୦ ଜଣ, ରାୟଗଡ଼ାରୁ ୪୪ ଜଣ, ସମ୍ୱଲପୁରରୁ ୩୦ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟ ପୁଲରୁ ୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − seventeen =