ପିକରୁ ତଳକୁ ଖସିଲାଣି ରାଜଧାନୀ

ଭୁବନେଶ୍ବର()   ଭୁବନେଶ୍ୱରରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରାଜଧାନୀରେ କରୋନା ସ୍ଥିତି ପିକରେ ନାହିଁ ବରଂ ଫ୍ଲାଟରେ ଅଛି । ପୂର୍ବରୁ ୪ରୁ ୫ଶହ ଆସୁଥିଲା ଏବେ ୨ରୁ ୩ଶହ ଭିତରେ ରହୁଛି । ଆଇସିଏମଆର କହୁଛି ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ । ସେହିପରି ବିଶ୍ୱରେ ମଧ୍ୟ ପିକ୍ ଓ ଫ୍ଲାଟ୍ ପରେ ସଂକ୍ରମଣ ତଳକୁ ଖସୁଛି । ରାଜଧାନୀରେ କେତେକ ଅମାନିଆ ଯୋଗୁଁ ସଂକ୍ରମଣ ବଢ଼ୁଛି । ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଆମର ଏନଫୋର୍ସମେଣ୍ଟ ବଢ଼ିଛି । ଏହାସହ ପୋଲିସ ସହ ବିଏମସି ଟିମ୍ ମିଳିତ ଭାବେ ଚଢ଼ାଉ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 1 =