ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ସୋଆ

ନୂଆଦିଲ୍ଲୀ () ଦେଶରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ସୋଆ । ସୋଆ ଦେଶର ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜ ମଧ୍ୟରେ ରହିଛି ।

ମାନବ ସମ୍ବଳ ବିକାଶ ବିଭାଗ (MHRD) ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ସୋଆ ଇଞ୍ଜିନିୟରିଂ ବର୍ଗରେ ୯ମ ସ୍ଥାନରେ ଥିବା ବେଳେ ସାମଗ୍ରୀକ ଭାବେ ସୋଆ ବିଶ୍ବବିଦ୍ୟାଳୟ ଦେଶରେ ୩୨ନଂ ସ୍ଥାନ( National Rank) ହାସଲ କରିଛି । ଏହି ଅନୁଯାୟୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଶ୍ରେଷ୍ଠ ୪୦ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଥିବା ସୋଆ ରାଜ୍ୟର ଏକମାତ୍ର ବିଶ୍ବବିଦ୍ୟାଳୟ (IIT, NITକୁ ବାଦ୍ ଦେଇ ) ଭାବେ ସ୍ଥାନ ପାଇଛି ।

ଦେଶର ସର୍ବୋକୃଷ୍ଟ ଇଞ୍ଜିନିୟରିଂ କଲେଜକୁ ନେଇ MHRD ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଦେଶର ଅନେକ ସରକାରୀ ଓ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ଶିକ୍ଷାରମାନକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

୧୯୯୬ରେ ପ୍ରତିଷ୍ଠିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଜାତୀୟ ସ୍ତରରେ ବେଶ୍ ପ୍ରସିଦ୍ଧି ହାସଲ କରିଛି । ଇଞ୍ଜିନିୟରିଂ , ମେଡିସିନ, ଫାର୍ମାସୀ, ବିଜନେସ୍, ନସିଂ , ବାୟୋଟେକ୍ନଲୋଜି , କୃଷି ଏବଂ ଆଇନ ପାଠ୍ୟକ୍ରମ ପ୍ରଦାନ କରୁଥିବା ଏହି ପ୍ରମୁଖ ବିଶ୍ବବିଦ୍ୟାଳୟରେ ଡିଗ୍ରୀ ପାଠ୍ୟକ୍ରମ ସହ ଡକ୍ଟରେଟ୍ ଡିଗ୍ରୀ ପାଠ୍ୟକ୍ରମ ରହିଛି । ଲଗାତର କିଛିବର୍ଷ ଧରି ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଉଥିବା ସୋଆ , ସେହିକ୍ରମରେ ପୂର୍ବ ଭାରତରେ ମଧ୍ୟ ବେଶ୍ ପ୍ରସିଦ୍ଧ ଓ ରାଜ୍ୟର ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ ଶ୍ରେଷ୍ଠ ମାନ୍ୟତା ତାଲିକାରେ ରହିଛି ।

Share

Leave a Reply

Your email address will not be published. Required fields are marked *

9 + 5 =