ଆଜି ଯୋଗ ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ। ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ରେ ଜାତିିସଂଘରେ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର। ଏହା ପାଞ୍ଚ ହଜାର ବର୍ଷର ପରମ୍ପରା। ଯୋଗ ଦ୍ୱାରା ମନ ଓ ଶରୀର, ବିଚାର ଓ କର୍ମ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୁଏ।

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବାରେ ସାହାଯ୍ୟ କରେ। ଏହା ମଣିଷର ସାମଗ୍ରିକ ବିକାଶ ଲାଗି ଉଦ୍ଦିଷ୍ଟ। ଜୀବନଶୈଳୀକୁ ପରିବର୍ତ୍ତନ ସହିତ ଆତ୍ମଚେତନାର ଜାଗ୍ରତ ଏହାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟ ଉପସ୍ଥିତ ସଦସ୍ୟଙ୍କୁ ପ୍ରଭାବିତ କରିଥିଲା। ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ରେ ନିଷ୍ପତ୍ତି ନିଆଯାଇଥିଲା। ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହାର ପରବର୍ଷ ୨୦୧୫ରେ ପାଳିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ।

Share

Leave a Reply

Your email address will not be published. Required fields are marked *

10 + seven =