ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା

ଭୁବନେଶ୍ୱର() ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା । ଆଜି ବିଶ୍ୱ ମହିଳା ଦିବସ ହୋଇଥିବାରୁ ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି କୌଣସି ଭଡା । ଅର୍ଥାତ ମହିଳାମାନେ ଆଜି ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ତେବେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ । ଏବେ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି । ମହିଳାଙ୍କ ପାଇଁ ଦିଏଟିଏ ହୋଇଥିବାରୁ ଆଜି ମୋ ବସରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରିଛି କ୍ରୁଟ । ତେଣୁ ଆଜି ମୋ ବସ ଯେଉଁ ମହିଳା ଚଢିବେ ସେ ମାଗଣାରେ ଯାତ୍ରା କରିବେ ।

Share

Leave a Reply

Your email address will not be published. Required fields are marked *

19 + three =