ବିପଦ ସାଜିଛି ବିହାର ଲିଚୁ

ଭୁବନେଶ୍ବର()  ବିପଦ ସାଜିଛି ବିହାର ଲିଚୁ । ଜୀବନ ନେବାରେ ଲାଗିଛି ବିହରୀ ଲିଚୁ । ବିହାର ଲିଚୁ ଖାଇ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ଗଲାଣି ୧୦୦ରୁ ଅଧିକ ଶିଶୁଙ୍କ ଜୀବନ । ପ୍ରତିଦିନି ଏକାଧିକ ଶିଶୁଙ୍କ ମୃତ୍ୟୁର ହୃଦୟ ବିଦାରକ ଖବର ଆସୁଛି ।

ଓଡ଼ିଶାକୁ ଆସୁଥିବା ଲିଚୁ ୭୦ ପ୍ରତିଶତ ଆସିଥାଏ ବିହାରରୁ । ସେଥିପାଇଁ ବିହାରର ମୁଜାଫରପୁରରେ ଉତ୍ପାଦିତ ଲିଚୁକୁ ନେଇ ଦେଖା ଦେଇଛି ସନ୍ଦେହ ।ଅନାୟାସରେ ଆମ ବଜାରରେ ତାହାର ଚାଲିଛି ବେଧଡ଼କ ବିକ୍ରି । ବଜାରରେ ବିକ୍ରି ହେଉଥିବା ଲିଚୁର ଗୁଣବତ୍ତାକୁ ନେଇ ନା ପରୀକ୍ଷା ହେଉଛି ନା ଦୋକାନୀ, ଗ୍ରାହକଙ୍କୁ ସଚେତନ କରାଯାଉଛି । ଆଉ ଲାଗୁଛି ଯେମିତି ଏଥିପ୍ରତି ଓଡ଼ିଶା ପ୍ରଶାସନର କିଛି ବି ଚିନ୍ତା ନାହିଁ ।

ଅନ୍ୟପଟେ ଲିଚୁକୁ ସୁନ୍ଦର ଦେଖାଯିବାକୁ, ଅଧିକ ଦିନ ସତେଜ ରଖିବାକୁ ହାନିକାରକ ରାସାୟନିକ ସାମଗ୍ରୀର ଖୁଲମଖୁଲା ବ୍ୟବହାର ଚାଲିଛି । କିନ୍ତୁ ଲାଗୁଛି ଯେମିତି ଆମ ପ୍ରଶାସନ ନିଘୋଢ଼ ନିଦରେ ଶୋଇଛି ।

ଅନେକ ଗବେଷଣାରେ ଲିଚୁରେ ଥିବା ଟକ୍ସିକ୍ ଏଲିମେଣ୍ଟକୁ ଏଥିପାଇଁ ସଂପୂର୍ଣ୍ଣ ନ ହେଲେ ବି କେତେକାଂଶରେ ଦାୟୀ ବୋଲି କରାଯାଉଛି ।ଅନ୍ୟପଟେ ପୂର୍ବରୁ ମଧ୍ୟ ୨୦୧୪, ୨୦୧୨ରେ ବିହାରରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ସେଥିପାଇଁ ବିଶେଷଜ୍ଞ ଦାୟୀ କରୁଛନ୍ତି ଏହି ବିହାରର ବିଷାକ୍ତ ଲିଚୁକୁ ।

Share

Leave a Reply

Your email address will not be published. Required fields are marked *

eleven + 3 =