ଜନପଥକୁ ସ୍ଥାନାନ୍ତରିତ ହେବ ବିଏମସି

ଭୁବନେଶ୍ୱର : ନିର୍ଦ୍ଧାରିତ ପ୍ଲାନ୍ ଅନୁସାରେ ଜନପଥରେ ୪.୦୫ ଏକର ବିଏମସି-ଆଇ ସି ଓ ଏମ୍ ସି ର କାଯ୍ୟାଳୟ ଗୃହ ପ୍ରକଳ୍ପ ନିମନ୍ତେ ଉକ୍ତ ଭୂମିରୁ ସରକାରୀ କ୍ୱାଟରଗୁହିକ ଭାଂଗିଦେବା ପରେ ଏବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ବହୁ ଆକାଂକ୍ଷିତ ଉକ୍ତ ପ୍ରକଳ୍ପକୁ ସମ୍ୂର୍ଣ୍ଣ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଠାରେ ସାଧାରଣ ମାଟି ତଡା ପରେ ଆରମ୍ଭ ହେବ ମୁଳଦୁଆ କାର୍ଯ୍ୟ ।
ସମୁଦାୟ ପରିକଳ୍ପିତ ୧୧ ମହଲା ବିଶିଷ୍ଟ ଏହି ନିର୍ମାଣ ଲାଗି ଭିତିପ୍ରସ୍ତର ସ୍ଥାପନ ହେବ । ତେଣୁ ଏହା ପୂର୍ବରୁ ସ୍ମାର୍ଟ ସିଟି ଲିମିଟେଡର ପ୍ରସ୍ତାବ ନଥି ଅନୁସାରେ ଆବଶ୍ୟକୀୟ ଭୂମିର ହସ୍ତଗତ ପରେ ସେଠାରେ ଥିବା ୪ଆର/୩ ଏବଂ ୪ଆର/୪ କ୍ୱାଟରଗୁଡିକୁ ବିଏମସି ଏବଂ ବିଡିଏର ମିଳିତ ସହଯୋଗରେ ଗତ ବର୍ଷ ଅଗଷ୍ଟ ୮ ତାରିଖରେ ଭଙ୍ଗାଯାଇଥିଲା ସମ୍ପୃକ୍ତ ସ୍ଥାନଟି ସତ୍ୟନଗର ଶ୍ମଶାନର ସମ୍ମୁଖ ଦିଗରେ ଅବସ୍ଥିତ ।

ଉକ୍ତ ୪.୦୪ ଏକର ଭୂମିରେ ଉଭୟ ଭୁବନେଶ୍ୱର ମହାନଗର ନିଗମ ଏବଂ ଇଂଟେଲିଜେଂଟ୍ ସିଟି ଅପରେସନ ଆଣ୍ଡ ମ୍ୟାନେଜମେଂଟ ସେଂଟରର (ଓଉଙଗଉ) କାର୍ଯ୍ୟାଳୟ ସ୍ଥାପନ ହେବ । ଯାହାକି ସ୍ମାର୍ଟ ସିଟି ପ୍ରସ୍ତାବର ଅନ୍ତର୍ଭୁକ୍ତ । ଉକ୍ତ ସ୍ଥାନ ନିମନ୍ତେ ବିଏମସି ତରଫରୁ ୨୫/୦୧/୨୦୧୭ରେ ଆବେଦନ କରାଯାଇଥିବା ବେଳେ ୩୦/୦୫/୨୦୧୮ରେ ସାଧାରଣ ପ୍ରଶାସନ ବିଭାଗ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ ।

ପୂର୍ବରୁ ଉକ୍ତ ସ୍ଥାନରେ ଥିବା ୧୨ଟି କô୍ାଟରକୁ ଛାଡି ଦେଲେ ଓଡିଶା ଫରେଷ୍ଟ ଡେଭେଲପ୍ମେଂଟ କର୍ପୋରେସନ୍ର ଜାଳେଣୀ କାଠ ଗୋଦାମ ମଧ୍ୟ ଏଠାରେ ଥିଲା । ସତ୍ୟନଗର ମଶାଣିକୁ ଆସୁଥିବା ଶବ ଲାଗି ଆବଶ୍ୟକୀୟ କାଠ ଲୋକମାନେ ଏହିଠାରୁ ନେଉଥିଲେ । ତେବେ ଏହି ବ୍ୟବସ୍ଥା ଅକ୍ଷୁର୍ଣ୍ଣ ରଖିବା ପାଇଁ ଜାଳେଣୀ କାଠ ମଶାଣି ପଡିଆ ମଧ୍ୟରେ ମିଳିପାରିବାର ବ୍ୟବସ୍ଥା କରାଯାଇଛି ।
ସମୁଦାୟ ୨,୩୧୦୦୦ ବର୍ଗଫୁଟ ମଧ୍ୟରେ ବିଏମସି ଓ ଆଇସିଓଏମସି ର ପରିକଳ୍ପିତ କାର୍ଯ୍ୟାଳୟ ନିର୍ମାଣ ହେବ ଯାହାର ଅଟକଳ ୭୩ କୋଟି ରହିଛି । ସେଠାରେ ଆବଶ୍ୟକୀୟ ପାର୍କିଂ ସ୍ଥାନ, ବେସ୍ମେଂଟ ରହିବା ସହିତ ବିଏମସି କାର୍ଯ୍ୟାଳୟ ତଳ ଉପର ଗ୍ରାଉଣ୍ଡ ଫ୍ଲୋରରେ, ଆଇସିଓଏମସି କାର୍ଯ୍ୟାଳୟ ୧ମ, ୨ୟ ଓ ୩ୟ ମହଲାରେ ରହବି ଏହା ସହିତ କାର୍ପେଟ ଏରିଆ, ଲ୍ୟାଣ୍ଡସ୍କେପ୍ ଏରିଆ ଏବଂ ଟେରାସ ସୁବିଧା ରହିବ ।

ବିଏମସି କମିଶନର କାର୍ଯ୍ୟାଳୟ ଏହାର ୪ର୍ଥ ମହଲାରେ ରହିବାର ଯୋଜନା ଥିବାବେଳେ ଏହାର ଉପର ମହଲା ଗୁଡିକରେ କେବଳ ବିଏମସି କାର୍ଯ୍ୟାଳୟ ରହିବ । ତେବେ ପ୍ରସ୍ତାବିତ କାର୍ଯ୍ୟାଳୟ କୋଠାକୁ ଛାଡିଦେଲେ ଏହାର ଚତୁପାଶ୍ୱର୍ ଭୂମିର ସ୍ୱତନ୍ତ୍ର ଢ଼ଙ୍ଗରେ କରାଯିବାର ନକ୍ସା ପ୍ରସ୍ତୁତ ହୋଇଛି । ଲ୍ୟଣ୍ଡେସ୍କେପ୍ର ଛାପ ଓଡିଶା ମନ୍ଦିର ଢ଼ଙ୍ଗରେ କରାଯିବ, ପ୍ରବେଶ ତୋରଣ ମଧ୍ୟ ମନ୍ଦିର ଭାସ୍କର୍ଯ୍ୟ ଏବଂ ପାରମ୍ପରିକ ସାଅଣା ପଥରର ଛାପ ନେଇ ପ୍ରସ୍ତୁତ ହେବାର ପରିକଳ୍ପନା କରାଯାଇଛି । ପ୍ରବେଶ ତୋରଣର ଉଚ୍ଚତା ଭୂମି ଠାରୁ ୪.୫ ମିଟର ରହିବ ।

ଆଇସିଓଏମସି କାର୍ଯ୍ୟାଳୟ ବିଭିନ୍ନ ପ୍ରକାର ସର୍ବେକ୍ଷଣ ବା ସର୍ଭେ ତଥା ସମୀକ୍ଷା ନିମନ୍ତେ କାର୍ଯ୍ୟକରି ସହରବାସୀଙ୍କୁ ବିଭିନ୍ନ ସତର୍କ ସୂଚନା ଦେବାରେ ସହାୟକ ହେବ ।

Share

Leave a Reply

Your email address will not be published. Required fields are marked *

four × one =