ଚକମା ଦେଉଛି ମାୟାବିନୀ ସୁନ୍ଦରୀ

ଭୁବନେଶ୍ବର () ମାୟାବିନୀ ସୁନ୍ଦରୀ ଧରା ଦେଉନି । ସହଜରେ ଧରା ଦେଉନଥିବାରୁ ସୁନ୍ଦରୀକୁ ମାୟାବିନୀ ବୋଲି କହିଛନ୍ତି ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଦିନ ରାତି ଏକ କରି ସ୍ଵତନ୍ତ୍ର ଟିମ ତାକୁ ଧରିବା ପାଇଁ ଲାଗିଥିଲେ ବି ସେ ଚକମା ଦେଉଛି। ସେ ଏବେ ଜଙ୍ଗଲ ନିକଟରେ ଥିବା ଆସାମବାହାଲ ଗାଁଠୁ ୩ କିମି ଦୂରରେ ରହିଛି । ଏହାରି ଭିତରେ ମଧ୍ୟପ୍ରଦେଶର ଏକ ଟିମ ବାଘୁଣୀକୁ ଧରିବା ପାଇଁ ଆଜି ଆସି ପହଞ୍ଚିଛି। ସେମାନେ ହିଁ ସୁନ୍ଦରୀ କୁ ଧରିବେ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପରେ ତାକୁ ନନ୍ଦନକାନନ ଅଣାଯାଇ ଏନକ୍ଳୋଜରରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦି ତାହା ସମ୍ଭବ ହେବ ନାହିଁ ତେବେ ସରକାର ତାକୁ ବାନ୍ଧବଗଡ ପଠାଇ ଦେବେ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

ସୁନ୍ଦରୀକୁ କାବୁ କରିବାପାଇଁ ସୁନାବେଡ଼ାରୁ ଏକ ସ୍ୱୟଂଚାଳିତ ଯନ୍ତା ଅଣାଯାଇଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ମଧ୍ୟ ଅନୁଗୁଳରେ ପହଂଚିଛନ୍ତି। ସୁନ୍ଦରୀ ବେକରେ ଯେଉଁ ଯନ୍ତ୍ର ତାହା ମାଧ୍ୟମରେ ତିନି କିଲୋମିଟର ପରିଧି ମଧ୍ୟରେ ହିଁ ଟ୍ରାକ କରାଯାଇପାରିବ । କିନ୍ତୁ ସୁନ୍ଦରୀକୁ ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ପାଇଁ ବନବିଭାଗକୁ କଷ୍ଟକର ହେଉଛି । ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ବର୍ତ୍ତମାନ ଆସନବାହାଲ ଗାଁରୁ ୩ କିଲୋମିଟର ଦୂରରେ ବାଘୁଣୀ ଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

fifteen − 6 =