ଜାଣନ୍ତୁ ୪ ରାଜ୍ୟସଭା ପ୍ରାର୍ଥୀଙ୍କ ବିଷୟରେ

ଭୁବନେଶ୍ୱର()  ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି । ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର, ଓ ମମତା ମହନ୍ତଙ୍କୁ ଟିକେଟ୍ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିତିଥିବା ୪ ପ୍ରାର୍ଥୀଙ୍କ ବିଷୟରେ ସଂକ୍ଷପରେ ଆସନ୍ତୁ ଜାଣିବା ।

ସୁବାସ ସିଂ- ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିଲେ । ଶ୍ରମିକ ଓ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ସହ ସୁବାସଙ୍କ ସମ୍ପର୍କ ଢେର୍ ପୁରୁଣା । ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଅନେକ କାର୍ୟ୍ୟ କରିଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟରେ ମଧ୍ୟ ସେ ସାମିଲ୍ ଥିଲେ ।

ମୁନ୍ନା ଖାଁ- ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ଭାବେ କାର୍ୟ୍ୟ କରୁଛନ୍ତି । ଏଥିସହ ସମାଜ ସେବା କ୍ଷେତ୍ରରେ ସେ ସକ୍ରିୟ । ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାଭାବେ ସେ ପରିଚିତ । ପୂର୍ବରୁ ସିନେ କଳାକାର ଭାବେ ବେଶ୍ ପରିଚିତ ଥିଲେ ମୁନ୍ନ ଖାଁ ।

ସୁଜିତ୍ କୁମାର- ଅକ୍ସଫୋର୍ଡ ୟୁନିଭରସିଟିରୁ ଏମବିଏ ଓ ହାୱାର୍ଡ ୟୁନିଭରସିଟିରୁ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ଅଛନ୍ତି । ଏଥିସହ ସେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ୟ୍ୟ ପରିଚାଳନା କରନ୍ତି ।

ମମତା ମହନ୍ତ- ମୟୂରଭଞ୍ଜ ଜିଲ୍ଲାରୁ ଆସୁଥିବା ମମତା ମହନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ଓ ମହିଳା ସଶକ୍ତିକରଣ ଦିଗରେ କାର୍ୟ୍ୟ ପାଇଁ ପରିଚିତ । ସେ ବିଜୁ ଜନତା ଦଳ, ମୟୂରଭଞ୍ଜ ମହିଳା ଶାଖାର ସକ୍ରିୟ ସଦସ୍ୟ ।

Share

Leave a Reply

Your email address will not be published. Required fields are marked *

fifteen − four =