କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍

ଭୁବନେଶ୍ୱର() ନୂଆରଣକୌଶଳ ସହ ରାଜ୍ୟରେ କରୋନାକୁ ଦିଆଯିବ ମାତ । ଏନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ଼ ପରିଚାଳନାକୁ ବିକେନ୍ଦ୍ରିକରଣ କରାଯିବ । ଏହି କୋଭିଡ଼ ପରିଚାଳନା କମିଟିରେ ଓ ଓ୍ୱାର୍ଡ଼ସ୍ତରୀୟ ଲୋକ ପ୍ରତିନିଧିଙ୍କ ସହ ଆଶା କର୍ମୀ,ଅଙ୍ଗନବାଡ଼ି କମୀ,ଏ.ଏନଏମ, ଏବଂ ଏସ୍‌.ଏଚ.ଜି. ସଦସ୍ୟ ରହିବେ । ସହର ଠାରୁ ଗାଁ ସବୁଠାରେ ଓ୍ୱାର୍ଡ଼ ସ୍ତରୀୟ କମିଟିନ ଗଠନ କରାଯିବ । ଏହି କମିଟି ମହାମାରୀ ରୋଗନିୟନ୍ତ୍ରଣ ଆଇନ ଅନୁସାରେ ସ୍ୱତନ୍ତ୍ର କ୍ଷମତା ଦିଆଯିବ ।  ବର୍ତ୍ତମାନ ଗାଁ କଲ୍ୟାଣ ସମିତିି ଏହି କୋଭିଡ଼ ପରିଚାଳନା କମିଟି ଦାୟିତ୍ୱ ନିବାର୍ହ କରିବେ । ଏଥିଲାଗି ପ୍ରତି କମିଟି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ପକ୍ଷତା ଦିଆଯିବ । ଏହାସହ କୋଭିଡ଼ କେୟାର ହୋମ ଓ ଟି.ଏମ.ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ନ୍ୟସ୍ତ ରହିବ ଓ ଏଥିପାଇଁ  ତାଙ୍କୁ ଆର୍ଥକ ଓ ପ୍ରଶାସନିକ କ୍ଷମତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 ସେହିପପରି ନୂଆ ଋଣକୌଶଳ ଅନୁସାରେ ପ୍ରତି ପଂଞ୍ଚାୟତରେ  କୋଭିଡ଼ କେୟାର ହୋମ  କରାଯିବ । ପ୍ରତି କୋଭିଡ଼ କେୟାର ହୋମରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବେ । ଯାହା ଫଳରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ବ୍ୟବସ୍ଥା କରାଯିବ ।  ଥଣ୍ଡା,ଜ୍ୱର,କାଶ ଲକ୍ଷଣ ଥିଲେ ଏଣିକି ରୋଗୀଙ୍କୁ ସିଧାସଖଳ ହସ୍ପିଟାଲକୁ ନିଆନଯାଇ  କୋଭିଡ଼ ହସପିଟାଲକୁ ପଠାଯିବ । ଯଦି ଟେଷ୍ଟି ପରେ କୋଭିଡ଼ ପଜିଟିଭ  ଆସେ ତେବେ ଯାଇ କୋଭିଡ଼ ହସ୍ପିଟାଲକୁ ପଠାଯିବ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ସେହିପରି ସହରାଞ୍ଚଳ ଓ୍ୱାର୍ଡ଼ କମିଟି ପରିଚାଳନା ଦାୟିତ୍ୱରେ ଓ୍ୱାର୍ଡ଼ ଅଫିସର ରହିବେ ।  ତାଙ୍କ ସହ ସ୍ଥାନୀୟ ବାସିନ୍ଦା ଓ ସେ୍ୱଚ୍ଛସେବୀ ସଦସ୍ୟ ରହିବାର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ହିଁ ବସ୍ତିକୁ ଫୋକସ କରିବେ । ସବୁଠାରୁ ବଡ଼ କଥା ହେଉଛି ବଡ଼ବଡ଼ ବସ୍ତରେ କୋଭିଡ଼ କେୟର ହୋମ ପ୍ରତିଷ୍ଠା ହେବ । ବତ୍ର୍ତମାନ ରାଜ୍ୟ ସରକାର ଘରେ ଘରେ ବୁଲି ସଭେର୍ ଆରମ୍ଭ କରିବା ସହ ବ୍ୟାପକ ସଚେତନ ସୃଷ୍ଟି କରିଛନ୍ତି ।

ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁକାବିଲା ପାଇଁ ଏପରି ଲମ୍ବା ଖସଡ଼ା  ଯୋଗୁଁ ରାଜ୍ୟରେ କରୋନା ଭଲ ସ୍ଥିତିରେ ରହିଛି । ବହୁ ପୂର୍ବରୁ ରାଜ୍ୟ ସରକାର ୧୦ହଜାର ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ  ନିମାର୍ଣ କରିବା, ଓଡ଼ିଶା ବାହାରେ ରହୁଥିବା ୫ଲକ୍ଷରୁ ଅଧିକ ପ୍ରବାସୀକୁ ଘରକୁ ଫେରାଇ ଆଣି ସେମାନଙ୍କୁ  କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରତି ପଂଚାୟତରେ ଟି.ଏମ,ସି କେନ୍ଦ୍ର କରି ଯତ୍ନ ନେବା ଓ ପ୍ରତେ୍ସାହନର ବ୍ୟବସ୍ଥା କରିଥିଲେ ।  ଆଜି ମୁଖ୍ୟମନ୍ତ୍ରୀ ପୁଣିଥରେ ନିଜ ବାତ୍ତାର୍ରେ ଜୁନ ମାସ ଆମ ପାଇଁ ଗରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ତେଣୁ ଏହି ଲମ୍ବା କରୋନା ଲଢେଇରେ ପ୍ରତିଟି ଲୋକ ଜଣେ ଜଣେ ଯୋଦ୍ଧା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

Share

Leave a Reply

Your email address will not be published. Required fields are marked *

18 − sixteen =