ସାଧାରଣ ଲୋକଙ୍କୁ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଆସନ୍ତା 10 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଂଜାମ ଜିଲ୍ଲା ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏକାଧିକ ଉନ୍ନୟନମୂଳକ ଯୋଜନାର ଉଦଘାଟନ ସହ କିଛି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛତ୍ରପୁରଠାରେ ନବ ନିର୍ମିତ୍ତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟାଳୟଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ 250 ସିଟର ଏକ କନ୍ଫରେନ୍ସ ଗୃହ ମଧ୍ୟ ରହିଛି ।

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ କିଛି ସାଧାରଣ ଲୋକଙ୍କ ସହ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଅନୁମୋଦିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିବେ । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ 101 କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + seventeen =