ଟାଟା ଷ୍ଟିଲ୍ ପକ୍ଷରୁ ତୁର୍କୀରୁ ଆମଦାନି ପାଇଁ ସର୍ବପ୍ରଥମ କାର୍ଗୋଡକ୍ସ ଇବି/ଏଲ୍ କାରବାର ସମ୍ପନ୍ନ

ଭୁବନେଶ୍ୱର: ତୁର୍କୀରୁ ଆମଦାନି କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ନିକଟରେ ସର୍ବପ୍ରଥମ କାର୍ଗୋଡକ୍ସ ଇଲେକ୍ଟ୍ରୋନିକ୍ ବିଲ୍ ଅଫ୍ ଲେଡିଂ (ଇବି/ଏଲ୍‌) କାରବାର ସମ୍ପନ୍ନ କରାଯାଇଛି । ଏଥିରେ ଟାଟା ଷ୍ଟିଲ୍ ଲିମିଟେଡ୍ ଥିଲା ପ୍ରେରଣକାରୀ ଏବଂ ଟାଟାମେଟାଲ ସେଲିକ୍ ସାନାୟି ଭି ଟିକାରେଟ୍ ଥିଲା ଗ୍ରହଣକାରୀ । ଏଥିରେ ବିପୁଳ ପରିମାଣର ଇସ୍ପାତ କଏଲ୍ ରପ୍ତାନି କରାଯାଇଛି ଯାହାକୁ ଭାରତର ପାରାଦୀପ ବନ୍ଦରରୁ ତୁର୍କୀର କାରାଡେନିଜ୍ ଏରେଗିଲ୍‌କୁ ପଠାଯାଇଥିଲା ।
କାର୍ଗୋଡକ୍ସ ଜରିଆରେ ଇବି/ଏଲ୍‌ର ପରିଚାଳନା କରାଯାଇଥିଲା ଯାହା ହେଉଛି ଇଏସ୍‌ଏସ୍‌ଡକ୍ସ ଦ୍ୱାରା ଉପସ୍ଥାପନ କରାଯାଇଥିବା ଏକ ପ୍ଲାଟଫର୍ମ । ଏଥିରେ ଡ୍ରାପ୍ଟିଂ, ସାମଗ୍ରିକ ସମୀକ୍ଷା, ସାଇନ୍‌, ଇସ୍ୟୁ, ଏଣ୍ଡୋର୍ସ ଏବଂ ସରେଣ୍ଡର ଆଦି କାର୍ଯ୍ୟକୁ ଅନଲାଇନ୍‌ରେ କରାଯାଉଛି । ଫଳରେ ଇ-ମେଲ୍ ଓ ତ୍ରୁଟି ଯୁକ୍ତ ମାନୁଆଲ୍ ପ୍ରକ୍ରିୟା ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ନୂଆ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ତ୍ୱରାନ୍ୱିତ ହୋଇପାରିବ । ନୂଆ ବ୍ୟବସ୍ଥାରେ ମାତ୍ର ୪୮ ଘଂଟା ଭିତରେ ଇବି/ଏଲ୍ ହସ୍ତାନ୍ତର ହୋଇଯିବ ଯେଉଁଥିପାଇଁ ପୂର୍ବରୁ ସପ୍ତାହେ ସମୟ ଲାଗୁଥିଲା ।
କଂପାନି ନିକଟରେ ସମ୍ପାଦନ କରିଥିବା ବହୁ କାଗଜବିହୀନ କାରବାର ମଧ୍ୟରୁ ତୁର୍କୀରୁ ଆମଦାନି ଅନ୍ୟତମ । ଇଡକ୍ସକୁ ବ୍ୟବହାର କରି କଂପାନି ସମୟ ଓ ଖର୍ଚ ସଂଚୟ କରିପାରିଛି । ଯାହା ବ୍ୟବସାୟରେ ସ୍ୱଚ୍ଛତା ଆଣିଥିବା ବେଳେ କାଗଜପତ୍ର ଜାଲିଆତିର ଆଶଙ୍କାରୁ କମ୍ କରିବ ଏବଂ ଚାର୍ଟର ଲେଟର ଅଫ ଇଣ୍ଡେମିନିଟିର ଆବଶ୍ୟକତାକୁ ମଧ୍ୟ ଦୂର କରିବ ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଉପସଭାପତି-ମାର୍କେଟିଂ ଓ ସେଲ୍‌ସ (ଫ୍ଲାଟ୍ ପ୍ରଡକ୍ଟସ୍‌) ରାଜୀବ ସିଂଘଲ କହିଛନ୍ତି ଯେ, “କଂପାନି ଭିତରେ ଥିବା ସମ୍ଭାବନା ଓ ବାହ୍ୟ ବ୍ୟବସ୍ଥାକୁ ବ୍ୟବହାର କରି ୨୦୨୧ ମାର୍ଚ ପରଠାରୁ ରପ୍ତାନିରେ ଡିଜିଟାଲ୍ କାରବାରକୁ ପ୍ରୟୋଗ କରିବାରେ ଟାଟା ଷ୍ଟିଲ୍ ଅଗ୍ରଦୂତ ରହିଛି । ଏହି କାରବାର ହେଉଛି ପ୍ରଯୁକ୍ତି ଭତିକ କାରବାର ପ୍ରତି ଆମ ଉଦ୍ୟମର ପ୍ରତିଫଳନ ଏବଂ ୧୦୦% ଡିଜିଟାଲ୍‌କରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । କାରବାର ସମ୍ପାଦନ କରିବା ଏବଂ ଯୋଡ଼ି ହେବା ଲାଗି ଆମ ଯୋଗାଣକାରୀ ଏବଂ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ପଥ ପ୍ରଦାନ କରି ଆମ ଯୋଗାଣ ଶୃଙ୍ଖଳକୁ ଆମେ ଆହୁରି ତ୍ୱରାନ୍ୱିତ କରିବା ଜାରି ରଖିବୁ ।’’
ଟାଟା ମେଟାଲ୍ ସେଲିକ୍ ସନାୟି ଭି ଟିକାରେଟ୍ ଏ ଏସ୍‌ର ଚିଫ୍ କମର୍ସିଆଲ୍ ଅଫିସର ଆୟହାନ୍ ଉକାର୍ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ଓ ଆମ ଭିତରେ ଆନ୍ତର୍ଜାତିକ ଲଜିଷ୍ଟିକ୍ସ ପ୍ରକ୍ରିୟାର ଡିଜିଟାଲ୍‌କରଣ ଆମ ଉଭୟଙ୍କ ବ୍ୟବସାୟ ଦକ୍ଷତାକୁ ସିଧାସଳଖ ବଢ଼ାଇବ । ପୁନଶ୍ଚ, ବିଶ୍ୱସ୍ତରୀୟ କାରବାରରେ ଟାଟାମେଟାଲ୍ ସେଲିକ୍ ଓ ଟାଟା ଷ୍ଟିଲ୍‌ର ନସବୃଜନ ଲକ୍ଷ୍ୟର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ । ଆମେ ଆଶା କରୁଛୁ ଯେ ଏହି ଅର୍ଥପୂର୍ଣ୍ଣ ସହଯୋଗିତା ଆମ ଦେଶ ଓ ଶିଳ୍ପ ପାଇଁ ଅଗ୍ରଗାମୀ ଯାହା ଉଭୟ ପକ୍ଷ ଏବଂ ଆଂଚଳିକ ଓ ଆନ୍ତର୍ଜାତିକ କାରବାର ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ ।

Share

Leave a Reply

Your email address will not be published. Required fields are marked *

9 − 2 =