ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ମଲ୍‌ଟି-ସ୍ପେସିଆଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

 ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ସହଯୋଗରେ ଶିବିର ଆୟୋଜିତ  ପ୍ରାୟ ୬୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ

ବାଲିଆପାଳ: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ଏସ୍‌ପିଏଲ୍‌) ପକ୍ଷରୁ ୨୦୨୩ ଅଗଷ୍ଟ ୩୧ରେ ଏକ ମଲ୍‌ଟି ସ୍ପେସିଆଲିଷ୍ଟ୍ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ବନ୍ଦରର କାର୍ଯ୍ୟକ୍ଷେତ୍ର ଅଂଚଳରେ ଥିବା ଆଦିବାସୀ ବହୁଳ ଗ୍ରାମ ପଂଚାୟତଗୁଡ଼ିକୁ ନଜରରେ ରଖି ବାଲିଆପାଳର ଦେଉଳା ବାତ୍ୟା ଆଶ୍ରୟ ସ୍ଥଳରେ ଅନୁଷ୍ଟିତ ଏହି ଶିବିରରେ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ସହଯୋଗରେ ଏହି ଅଭିଯାନ ସମ୍ଭବ ହୋଇଥିଲା ।


ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି, ଚର୍ମ ରୋଗ, ଚକ୍ଷୁ ରୋଗ କ୍ଷେତ୍ରରେ ଏକ ମେଡିକାଲ୍ ବିଶେଷଜ୍ଞଙ୍କ ଦଳ ପକ୍ଷରୁ ଏହି ଅଂଚଳର ୬ଟି ଗ୍ରାମର ପ୍ରାୟ ୬୦୦ ରୋଗୀଙ୍କୁ ନିଦାନ ଓ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମୁଦାୟ, ବିଶେଷ କରି ଆଦିବାସୀ ଅଂଚଳର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରିବା ।


ଦେଉଳାର ସରପଂଚ ସରୋଜ କୁମାର ପିଲା ଓ ଦେଉଳାର ପଂଚାୟତ ସମିତି ସଦସ୍ୟ ଦୀପ୍ତିଲି ଦାସଙ୍କ ଉପସ୍ଥିତିରେ ଏହି ଶିବିରକୁ ଉଦ୍‌ଘାଟନ କରାଯାଇଥିବା ବେଳେ ଏସ୍‌ଏସ୍‌ପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ଉଭୟ ସରପଂଚ ଓ ସମିତି ସଭ୍ୟ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ ଯାହା ଗ୍ରାମ ପଂଚାୟତରେ ବସବାସ କରୁଥିବା ଆଦିବାସୀ ସମୁଦାୟଙ୍କ ଜୀବନ ଉପରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବ । ସମୁଦାୟର କଲ୍ୟାଣ ପାଇଁ ସମର୍ପଣ ଭାବ ଲାଗି ସେମାନେ ଏସ୍‌ଏସ୍‌ପିଏଲକୁ କୃତଜ୍ଞତା ଜଣାଇଥିଲେ ଏବଂ ଗ୍ରାମ ପଂଚାୟତର ପ୍ରଗତି ପାଇଁ ଏଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ନିବେଦନ କରିଥିଲେ ।


ବାଲେଶ୍ୱରବାସୀଙ୍କ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଏସ୍‌ଏସ୍‌ପିଏଲ୍ ଉତ୍ସର୍ଗୀକୃତ ରହିଛି । ଏହି ମଲ୍‌ଟି-ସ୍ପେସିଆଲିଷ୍ଟ ସ୍ୱାସ୍ଥ୍ୟ ଶିବିର ଜରିଆରେ ଏସ୍‌ଏସ୍‌ପିଏଲ୍ ଏକ ସୁସ୍ଥକର ଓ ବିକାଶିତ ସମୁଦାୟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।

 

 

Share

Leave a Reply

Your email address will not be published. Required fields are marked *

2 × 4 =