ପୂର୍ବତଟ ରେଳ ଶ୍ରମିକ ସଂଘର ଫ୍ରେଣ୍ଡ୍‌ସିପ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍‌

ଭୁବନେଶ୍ୱର: ପୂର୍ବତଟ ରେଳପଥ ଶ୍ରମିକ ସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ସାଧାରଣ ସମ୍ପାଦକ କୌଶିକ ଶାହ ଓ ଶାଖା ସଭାପତି ବିମଳ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ୟୁନିଟ୍‌-୨ ସ୍କାନ୍ ପଡ଼ିଆରେ ରେଳବାଇର ଆନ୍ତଃ ବିଭାଗ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଫ୍ରେଣ୍ଡ୍‌ସିପ୍ କପ୍ ଅନୁଷ୍ଠିତ ହୋଇଯାଇଛି ।
ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟୋଜନ କରାଯାଇଥିବା ଏହି ଟୁର୍ଣ୍ଣାମେଂଟ୍‌କୁ ଏକ ଏକ ସ୍ମାରକୀ କପ୍ ଭାବେ କୋଭିଡ୍‌ରେ ଦେହାନ୍ତ ହୋଇଥିବା ହରିହର ଲେଙ୍କା ଓ ଡମରୁଧର ବେହେରାଙ୍କଙ୍କ ସ୍ମୃତିରେ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଂଟ୍ ଫେବ୍ରୁଆରି ୪ ଓ ୫ ତାରିଖ ଦୁଇ ଦିନ ଚାଲିଥିଲା । ସେଥିରେ ଭୁବନେଶ୍ୱର ମୁଖ୍ୟାଳୟ ଓ ମଚେଂଶ୍ୱର ୱାର୍କସପ୍‌ର ଏବଂ ଭୁବନେଶ୍ୱରର ବିଭିନ୍ନ ବିଭାଗର ମୋଟ ୧୦ଟି ଟିମ୍ ଭାଗ ନେଇଥିଲେ । ରେଳ କର୍ମଚାରୀଙ୍କ ବିଭିନ୍ନ ୱାର୍ଡ ମଧ୍ୟରେ ଆମନ୍ତ୍ରଣୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
କର୍ପୋରେଟର ତଥା ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ଅମରେଶ ଜେନା କାର୍ଯ୍ୟକ୍ରମକୁ ଫେବ୍ରୁଆରି ୪ ତାରିଖରେ ଉଦ୍‌ଘାଟନ କରିଥିଲେ ଏବଂ ଏହା ପରେ ସାଧାରଣ ସମ୍ପାଦକ ପି କେ ପାଟ୍ଟଶାଣୀ, ଖୋର୍ଦ୍ଧା ରେଳ ଡିଭିଜନର ଡିଭିଜନାଲ କୋଅର୍ଡିନେଟର ଶ୍ରୀ ରଞ୍ଜିତ କୁମାର ଦାସ ପୁରସ୍କାର ବିତରଣ କରିଥିଲେ ।
ଫାଇନାଲ୍ ମ୍ୟାଚ୍ ରୟାଲ୍ ଇଏନ୍‌ଏଚ୍‌ଏମ୍ ଓ ମଚେଂଶ୍ୱର ୱାର୍କସପ୍ ରେଡ୍ ରାଇଡର୍ସ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଭୁବନେଶ୍ୱରର ରୟାଲ ଇଏନ୍‌ଏଚ୍‌ଏମ୍ ଫାଇନାଲ୍ ମ୍ୟାଚ୍ ଜିତିବା ସହ ଟୁର୍ଣ୍ଣାମେଂଟ୍‌ର ବିଜେତା ହୋଇଥିଲା । ଏହି ଟୁର୍ଣ୍ଣାମେଂଟ୍‌ରେ ବହୁ ରଣ୍‌ଜୀ ଖେଳାଳି ଭାଗ ନେଇଥିଲେ । ଦୁଇ ଦିନ ଧରି କ୍ରିକେଟକୁ ଭଲ ପାଉଥିବା ଲୋକମାନେ ଏହି ଟୁର୍ଣ୍ଣାମେଂଟକୁ ଉପଭୋଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × two =