ଏକ ଜୀବନ ବୀମା ସହ ଆପଣଙ୍କ ଶିଶୁର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ

ଭୁବନେଶ୍ୱର: ଅଭିଭାବକ ଭାବେ ଆପଣ ନିଜ ପିଲାଙ୍କୁ ସର୍ବଦା ଶ୍ରେଷ୍ଠ ପ୍ରଦାନ କରିବାକୁ ଉଦ୍ୟମ କରନ୍ତି । ଖାଦ୍ୟ, ପୋଷାକ, ଶିକ୍ଷା ଆଦି ଭଳି ସେମାନଙ୍କ ମୌଳିକ ଆବଶ୍ୟକତାକୁ ଆପଣ ନିଶ୍ଚିତ କରୁଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ଯତ୍ନ ନେବା ଲାଗି ତାଙ୍କର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।
ବର୍ଦ୍ଧିତ ମୁଦ୍ରାସ୍ଫୀତି ଓ ମୌଳିକ ଆବଶ୍ୟକତା ଉପରେ ସୁଧ ହାର, ଉଚ୍ଚଶିକ୍ଷା, ବିବାହ ଆଦି ସହ ବର୍ଦ୍ଧିତ ଜୀବନ ଧାରଣ ଖର୍ଚକୁ ପରିଚାଳନା କରିବା ଲାଗି ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏହିଠାରେ ଏକ ଉପଯୁକ୍ତ ଆର୍ଥିକ ଯୋଜନା ଆପଣଙ୍କ ପିଲାଙ୍କ ପାଇଁ ଯଥେଷ୍ଟ ପରିମାଣର ପାଣ୍ଠି ଗଠନ କରିବାରେ ସହାୟକ ହେବ । ଜୀବନ ବୀମା ଯୋଜନାଠାରୁ ଆଉ ଭଲ କ’ଣ ହୋଇପାରେ ଯାହା ବୀମା ଓ ସଂଚୟର ଦ୍ୱେତ ସୁବିଧା ପ୍ରଦାନ କରୁଛି ।
ଆପଣଙ୍କ ପିଲାମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ଯଥା ଶିକ୍ଷା, ବିବାହ, କ୍ୟାରିୟର ଲକ୍ଷ୍ୟ ଆଦିଭଳି ପାଇଁ ଆପଣଙ୍କ ଅଭାବ ପରିଲକ୍ଷିତ ହେଲେ ସେହି ସମୟରେ ପିଲାଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଏହା ହେଉଛି ଅନ୍ୟତମ ସୁରକ୍ଷିତ ଓ ନିରାପଦ ଉପାୟ ।
ଏକ ଶିଶୁ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ଲାଭଗୁଡ଼ିକ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି:
ଚା ଦ୍ୱେତ ଲାଭ: ଏକ ଶିଶୁ ବୀମାଯୋଜନା ଉଭୟ ବୀମା ଓ ସଂଚୟର ଲାଭ ପ୍ରଦାନ କରୁଛି । ଆପଣଙ୍କ ପିଲାଙ୍କ ଜୀବନର ସବୁ ସମୟରେ ବୀମା ସୁରକ୍ଷା ଜରିଆରେ ଏହା ବିଭିନ୍ନ ମାଇଲଖୁଂଟକୁ ସୁରକ୍ଷିତ ରଖୁଛି । ମାଚ୍ୟୁରିଟି ବେଳେ ମିଳିବାକୁ ଥିବା ରାଶିକୁ ଅନ୍ୟାନ୍ୟ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରାଯାଇପାରିବ ।
ଚା ଶିକ୍ଷାକୁ ସହଯୋଗ: ପ୍ରତିବର୍ଷ ଶିକ୍ଷାର ଖର୍ଚ୍ଚ ବୃଦ୍ଧି ପାଉଛି । ଆପଣଙ୍କ ପିଲାଙ୍କ ଉତମ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାପରେ ପରିଣତ ହୋଇଛି ଗୁଣାତ୍ମକ ଶିକ୍ଷା । ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଆପଣଙ୍କ ପାଖରେ ବୀମା ଯୋଜନା ରହିବା ଦରକାର ।
ଚା ଆୟକୁ ନିରାପଦ ରଖିବା ସୁରକ୍ଷା: ଯେତେବେଳେ ଘରର ଉପାର୍ଜନକାରୀ ପାଖରେ ନଥାନ୍ତି ଯେତେବେଳେ ଆୟ ପ୍ରବାହ ପ୍ରଭାବିତ ହୁଏ । ଅଧିକାଂଶ ଶିଶୁ ବୀମା ଯୋଜନା ଆପଣଙ୍କୁ କିସ୍ତି ତଥା ଏକକାଳୀନ ରାଶି ଭାବେ ନିୟମିତ ଦେୟ ପ୍ରଦାନ କରେ । ତାହା ଆପଣଙ୍କୁ ଆୟ ଅଭାବ ପୂରଣ କରିବା ଏବଂ ଆପଣଙ୍କ ଶିଶୁଙ୍କୁ ପ୍ରଭାବିତ ନହେବାକୁ ନିଶ୍ଚିତ କରିବାରେ ସହାୟକ ହୋଇଥାଏ ।
ଚା ପ୍ରିମିୟମ୍‌ରେ ଛାଡ଼: ଶିଶୁ ବୀମା ଯୋଜନାରେ ରହିଛି ଏକ ପ୍ରିମିୟମ୍ ଛାଡ଼ ସୁବିଧା । ଉପାର୍ଜନକାରୀଙ୍କ ମୃତ୍ୟୁ ଭଳି ମାମଲାରେ ଭବିଷ୍ୟତର ସମସ୍ତ ପ୍ରିମିୟମ୍‌କୁ ଛାଡ଼ କରିବାକୁ ତାହା ନିଶ୍ଚିତ କରିଥାଏ ଏବଂ ପଲିସି ବଳବତର ରହିଥାଏ । ତେଣୁ, ବୀମାଧାରକରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହେଲେ ଆପଣଙ୍କ ଶିଶୁ ଉତ୍ପାଦର ଲାଭ ପାଇବାକୁ ଯୋଗ୍ୟ ରହିପାରିବେ ।
ଚା ଟିକସ ଲାଭ: ଭାରତରେ ପ୍ରଚଳିତ ଆୟକର ନିୟମ ଅନୁସେରେ ଆୟ ଉପରେ ଟିକସ ଲାଭ/ ଛାଡ଼ ପାଇବାକୁ ଆପଣ ଯୋଗ୍ୟ ଯାହା ନିୟମିତ ବ୍ୟବଧାନରେ ପରିବର୍ତନ ହୋଇଥାଏ ।
ଗୁରୁତ୍ୱପୂର୍ଣ୍ଣ ବିଷୟ:
ଏକ ବୀମା ଯୋଜନା ଯାହାକ ଆପଣଙ୍କ ପିଲାମାନଙ୍କ ଏକ ସୁଦୃଢ଼ ଭବିଷ୍ୟତ ଗଠନ କରିବା ଉପରେ ଗୁରୁତ୍ୱାରୋପ କରେ ତାହା ହେଉଛି ସେମାନଙ୍କୁ ସ୍ୱାଧୀନ ଓ ଆର୍ଥିକ ସୁରକ୍ଷିତ ରହିବାରେ ସାହାଯ୍ୟ କରିବା ଦିଗରେ ସବୁଠୁ ସହଜ ଓ ଚତୁର ଉପାୟ । ଏକ ଶିଶୁ ବୀମା ଯୋଜନାକୁ ଏକ ସୁରକ୍ଷା କବଚ ଭାବେ ଦେଖାଯାଉଥିବା ବେଳେ ଏହା ଆପଣଙ୍କୁୁ ଏକ ପାଣ୍ଠି ସୃଷ୍ଟି କରିବାରେ ସାହାଯ୍ୟ କରେ ଯାହାକୁ ଜୀବନର ଅନିଶ୍ଚିତ ସମୟରେ ଆପଣଙ୍କ ଶିଶୁଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ବ୍ୟବହାର କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

seven + eighteen =