ଭାରତ ଇଣ୍ଡୋନେସିଆ ସଂପର୍କ ବୃଦ୍ଧି, ଚିନ୍ତାରେ ଚୀନ୍

ନୂଆଦିଲ୍ଲୀ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଭାରତ ସରକାର କହୁଛନ୍ତି। କିନ୍ତୁ ଏହି ଗସ୍ତକୁ ନେଇ ଚୀନ କାହିଁକି ଚିନ୍ତିତ? ପ୍ରକୃତ କଥା ହେଉଛି ଇଣ୍ଡୋନେସିଆରେ ଭାରତ ଏକ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଯାଉଛି । ଆହୁରି ମଧ୍ୟ ଏହି ପ୍ରସ୍ତାବିତ ଘାଟିଟି ଏପରି ଏକ ସ୍ଥାନରେ ଅଛି ଯାହାକି ଚୀନ ପାଇଁ ସମସ୍ୟା ସୃଷ୍ଟି କରିବ ।

ମିଳିଥିବା ସୂଚନା ଅନୁଯାୟୀ ଇଣ୍ଡୋନେସିଆର ସାବାଙ୍ଗ ବନ୍ଦରର ବିକାଶ ଲାଗି ଭାରତକୁ ଇଣ୍ଡୋନେସିଆ ସରକାର ଆମନ୍ତ୍ରଣ କରିଛନ୍ତି । ଏହି ସାବାଙ୍ଗ ବନ୍ଦରଟି ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମଲାକାକା ପ୍ରାଣାଳୀ ବା ମଲାକ୍କା ଷ୍ଟ୍ରେଟ ନିକଟରେ ଅବସ୍ଥିତ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ଏକ ପ୍ରମୁଖ ପ୍ରବେଶ ପଥ ହେଲା ଏହି ମଲାକ୍କା ଷ୍ଟ୍ରେଟ୍  । କେବଳ ଚୀନ, ନୁହେଁ ଜାପାନ, କୋରିଆ, ମାଲେସିଆ ଆଦି ଦେଶର ତୈଳବାହୀ ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ଜାହାଜ ଏହି ବାଟ ଦେଇ ଯିବାଆସିବା କରନ୍ତି । କିନ୍ତୁ ଭାରତ ମହାସାଗରରେ ଚୀନର ପତିଆରା ବଢୁଥିବାରୁ ନିଜ ଜଳସୀମାର ରକ୍ଷା ପାଇଁ ଭାରତ ଏସବୁ ପଦକ୍ଷେପ ନେଉଛି  ।

Share

Leave a Reply

Your email address will not be published. Required fields are marked *

7 − 2 =