Thursday, October 29, 2026
BusinessUncategorized

ସ୍ପାଇସ୍ ମନିର ସାହାଯ୍ୟରେ ନିଜ ସ୍ୱପ୍ନ ପୂରଣ କରିଥିବା ସବିତା ଓରାମଙ୍କ ପ୍ରେରଣାଦାୟୀ କାହାଣୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ଅନୁସାରେ ୨୦୨୧ ଜାନୁଆରି ମାର୍ଚ୍ଚରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ୩୯.୧ ପ୍ରତିଶତ ରହିଥିଲା । ନିଯୁକ୍ତି ସୁଯୋଗରେ ଲିଙ୍ଗଗତ ପ୍ରଭେଦ ରହିଛି । ଗ୍ରାମାଚଂଳରେ ପାଖାପାଖି ୫୦ ପ୍ରତିଶତ ମହିଳା ବିନା ପାଉଣାରେ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡ଼ିଶାର ଏକ ଛୋଟ ଗାଁର ସବିତା ଓରାମଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଜଣେ ଉଦାହରଣ ଯିଏ ପ୍ରମାଣ କରିଛନ୍ତି ଯେ ଯଦି ନୂଆ ପିଢ଼ିର ମହିଳାଙ୍କୁ ସଶକ୍ତ କରାଯିବ ତେବେ ସେମାନେ ଅର୍ଥନୈତିକ କଲ୍ୟାଣ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରି ପରିବାରର ଗୁଣାତ୍ମକ ଜୀବନରେ ଉନ୍ନତି ଆଣିପାରିବେ ଏବଂ ସ୍ଥାନୀୟ ସମାଜକୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ।
ଗାଁ ଲୋକଙ୍କୁ ସାହାଯ୍ୟ କରିବା ଲାଗି ସବିତାଙ୍କ ଅଭିଳାଷ ଥିଲା । ଯେତେବେଳେ ସେ ଦେଶର ପସନ୍ଦର ଗ୍ରାମୀଣ ଫିନଟେକ୍ କଂପାନି ସ୍ପାଇସ୍‌ମନି ପକ୍ଷରୁ ଗ୍ରାମୀଣ ଯୁବପିଢ଼ିଙ୍କୁ ନାନୋପ୍ରେନ୍ୟୁଅର ଯେଉଁମାନେ ସ୍ପାଇସ୍ ମନି ଅଧିକାରୀ ଭାବେ ମଧ୍ୟ ପରିଚିତ ସେଥିରେ ରୂପାନ୍ତରିତ ହେବା ଲାଗି ସୁଯୋଗ ଦେଉଥିବା ବିଷୟରେ ଜାଣିଲେ ତାଙ୍କ ଅଭିଳାଷ ପୂରଣ ହେବା ଭଳି ଲାଗିଲା ।
ପ୍ରଯୁକ୍ତିକୁ ବ୍ୟବହାର କରି ସ୍ପାଇସ୍‌ମନି ପକ୍ଷରୁ ଏହାର ୧୦ ଲକ୍ଷରୁ ଅଧିକ ସ୍ପାଇସ୍ ମନି ଅଧିକାରୀମାନଙ୍କ ନେଟ୍‌ୱର୍କ ଜରିଆରେ ନିକଟସ୍ଥ କିରାଣା ଷ୍ଟୋରରେ ନିଜ ବ୍ୟାଙ୍କ୍ ଖାତାରେ ଶୀଘ୍ର, ସହଜରେ ଏବଂ ସୁଲଭ ମୂଲ୍ୟରେ କାରବାର କରିବାରେ ଲୋକମାନଙ୍କୁ ସକ୍ଷମ କରାଯାଇଛି ଏବଂ ଏହି ସୁବିଧା ଭାରତର ୯୫% ଗ୍ରାମୀଣ ପିନ୍‌କୋଡ୍‌ରେ ଉପଲବ୍ଧ ରହିଛି । ଏହା ବ୍ୟତୀତ ଲୋକମାନେ ବିଲ୍ ପେମେଂଟ୍‌, ଯାତାୟାତ ପାଇଁଁ ଟିକଟ ବୁକିଂ, ବୀମା ଏବଂ ସରକାରୀ ସେବା ଆଦିର ଲାଭ ପାଇବା ସହ ଟଙ୍କା ଉଠାଣ, ଜମା ଏବଂ ରେମିଟାନ୍ସ ଭଳି ସୁବିଧା ମଧ୍ୟ ପାଉଛନ୍ତି ।
ସବିତା ଓରାମଙ୍କ ଜୀବନରେ ସ୍ପାଇସ୍ ମନି ପରିବର୍ତନ ଆଣିଛି । ଇଟଂରନେଟ୍ ସଂଯୋଗ ଥିବା ଏକ ସ୍ମାର୍ଟଫୋନ୍ ଜରିଆରେ ସ୍ପାଇସ୍‌ମନି ଆପ୍‌ରେ ସାଇନ୍ ଅପ୍ କରି ସେ ଅଧିକାରୀରେ ପରିଣତ ହୋଇଥିଲେ । ସ୍ପାଇସ୍ ମନି ଅଧିକାରୀ ହେବା ଦ୍ୱାରା ଗାଁ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ତାଙ୍କର ଯେଉଁ ଅଭିଳାଷ ଥିଲା ତାହାକୁ ବଳ ମିଳିବା ସହ ଆର୍ଥିକ ସ୍ୱାଧୀନତା ଓ ଆୟରେ ସ୍ଥିରତା ମିଳିଲା ।
ସ୍ପାଇସ୍ ମନି ସହ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ସବିତା ଗର୍ବର ସହ ନିଜକୁ ଜଣେ ସଫଳ ଉଦ୍ୟୋଗୀ କହୁଛନ୍ତି । ସେ କେବଳ ନିଜର ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ପଏଂଟ୍ ଚଲାଉନାହାନ୍ତି ବରଂ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ଘରେ ପହଂଚି ସେବା ଦେଉଛନ୍ତି । ନିଜ ଗୋଡ଼ରେ ଥିବାରୁ ସେ ନିଜକୁ ସଶକ୍ତ ମନେ କରୁଥିବା ବେଳେ ନିଜ ବ୍ୟକ୍ତିଗତ ଅଭିବୃଦ୍ଧିକୁ ନେଇ ଉତ୍ସାହିତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 7 =