Uncategorized

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସାଇନ୍ ୧୦୦ର ପ୍ରଥମ ବର୍ଷ ପୂର୍ତି ପଳନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସାଇନ୍ ୧୦୦ର ପ୍ରଥମ ବର୍ଷ ପୂର୍ତି ପାଳନ କରାଯାଇଛି । ଉନ୍ମୋଚନ ହେବାର ଏକ ବର୍ଷ ମଧ୍ୟରେ ସାଇନ୍ ୧୦୦ରେ ଲୋକମାନଙ୍କ ହୃଦୟ ଜିତିପାରିଛି ଏବଂ ଏଂଟ୍ରି ସ୍ତରର ମୋଟରସାଇକଲ୍ ବର୍ଗରେ ନିଜକୁ ପ୍ରମୁଖ ପସନ୍ଦରେ ପରିଣତ କରିପାରିଛି । ଏହି ମୁହୂର୍ତକୁ ପାଳନ କରିବା ପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସାରା ଦେଶରେ ସାଇନ୍ ୧୦୦ର ମେଗା ଡେଲିଭରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ବର୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ହୋଣ୍ଡା ସାଇନ୍ ୧୦୦ ବିକ୍ରି ହୋଇଛି । ଫଳରେ ୧୦୦-୧୧୦ ସିସି ବର୍ଗରେ ୨୦୨୩-୨୪ ଆର୍ଥିକ ବର୍ଷରେ ଏଚ୍‌ଏମ୍‌ଏସ୍‌ଆଇ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଏହାର ସମସାମୟିକ ଡିଜାଇନ୍‌, ଭରସାଯୋଗ୍ୟ ପ୍ରଦର୍ଶନ, ଉତ୍କୃଷ୍ଟ ଇନ୍ଧନ ଦକ୍ଷତା, ଆକର୍ଷଣୀୟ ଭାଲ୍ୟୁ ଫର ମନି ପାଇଁ ଏହା ବେଶ୍ ଲୋକପ୍ରିୟତା ହାସଲ କରିଥିବା ବେଳେ ପ୍ରଥମ ଥର ମୋଟରସାଇକଲ୍ କିଣୁଥିବା ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ପୁନଶ୍ଚ, ଏଚ୍‌ଏମ୍‌ଏସ୍‌ଆଇର ୬୦୦୦ରୁ ଅଧିକ ବ୍ୟାପକ ସେଲ୍‌ସ ଓ ସର୍ଭିସ୍ ନେଟ୍‌ୱର୍କ ଭାରତର ଉଭୟ ଗ୍ରାମାଚଂଳ ଓ ସହରାଚଂଳ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଆମେ ଆନନ୍ଦର ସହ ଘୋଷଣା କରୁଛୁ ଯେ ହୋଣ୍ଡା ସାଇନ୍ ୧୦୦ ପ୍ରଥମ ବର୍ଷ ପୂର୍ତି ପାଳନ କରିଥିବା ବେଳେ ଗ୍ରାହକଙ୍କ ଜବରଦସ୍ତ ପ୍ରତିକ୍ରିୟା ହାସଲ କରିଛି ଯାହା ସୁଲଭ ଓ ଭରସାଯୋଗ୍ୟ ଉତ୍ପାଦ ପ୍ରଦାନ କରିବାରେ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ଏବଂ ଶାନ୍ତିପୂର୍ଣ୍ଣ ମାଲିକାନା ଅନୁଭୂତି ପ୍ରଦାନ କରିବା ଲାଗି ହୋଣ୍ଡାର ରହିଥିବା ପ୍ରତିବଦ୍ଧତାର ଏହା ପ୍ରତିଫଳନ । ଗ୍ରାହକଙ୍କ ଆଶାକୁ ଅତିକ୍ରମ କରୁଥିବା ଉତ୍ପାଦ ଉପରେ ଆମେ ଗୁରୁତ୍ୱ ଦେବା ଜାରି ରଖିବୁ ଏବଂ ଭାରତୀୟ ବଜାରରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବୁ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି ଯେ, “ଶୁଭାରମ୍ଭ ହେବାର ପ୍ରଥମ ବର୍ଷରେ ସାଇନ୍ ୧୦୦ ପାଇଥିବା ପ୍ରତିକ୍ରିୟାକୁ ନେଇ ଆମେ ବେଶ୍ ଉଲ୍ଲସିତ । ଏହି ବର୍ଗରେ ନିଜକୁ ବଡ଼ ପ୍ରତିଦ୍ୱନ୍ଦ୍ୱି ଭାବେ ଉପସ୍ଥାପନ କରିଥିବା ସାଇନ୍ ୧୦୦ର ସମସାମୟିକ ଡିଜାଇନ୍‌, ଉତ୍କୃଷ୍ଟ ମାଇଲେଜ୍ ଓ ଆକର୍ଷଣୀୟ ଭାଲ୍ୟୁ ଫର ମନି ପ୍ୟାକେଜ୍ ବ୍ୟାପକ ବର୍ଗର ଗ୍ରାହକଙ୍କୁ ପସନ୍ଦ ଆସିଛି । ଆମ ଗ୍ରାହକଙ୍କ ଏହି ବିଶ୍ୱାସ ଓ ସମର୍ଥନ ପାଇଁ ଆମେ କୃତଜ୍ଞ ଏବଂ ଆମର ବିଶ୍ୱାସ ରହିଛି ଯେ ସାଇନ୍ ୧୦୦ ଏଂଟ୍ରି ସ୍ତର ମୋଟରସାଇକଲ୍ ବର୍ଗରେ ଗ୍ରାହକଙ୍କୁ ଉଲ୍ଲସିତ କରିବା ଜାରି ରଖିବ ।’’

Share

Leave a Reply

Your email address will not be published. Required fields are marked *

ten + 20 =