ବିଶ୍ୱସ୍ତରରେ ଟିଭିଏସ୍ ଆପାଚି ବିକ୍ରିି ୫ ନିୟୁତ ମାଇଲଖୁଂଟ ଟପିଲା

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନିର ପ୍ରିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଟିଭିଏସ୍ ଆପାଚି ସିରିଜ୍‌ର ବିକ୍ରି ବିଶ୍ୱସ୍ତରରେ ପାଂଚ ନିୟୁତ ମାଇଲ୍‌ଖୁଂଟ ଅତିକ୍ରମ କରିଛି । ୨୦୦୫ରେ ଉନ୍ମୋଚିତ ହୋଇଥିବା ଏହି ବ୍ରାଣ୍ଡ୍‌ର ଉପସ୍ଥିତି ୬୦ରୁ ଅଧିକ ଦେଶରେ ରହିଛି । ସମଗ୍ର ବିଶ୍ୱରେ ଆପାଚି ଦ୍ରୁତ ଅଭିବୃଦ୍ଧିଶୀଳ ସ୍ପୋର୍ଟସ୍ ବ୍ରାଣ୍ଡ୍‌ରେ ପରିଣତ ହୋଇଛି । ଟିଭିଏସ୍ ରେସିଂ ପରମ୍ପରା ଉପରେ ଆଧାରିତ ଏହି ମୋଟରସାଇକଲ୍ ପ୍ରିମିୟମ୍ ମୋଟରସାଇକଲ୍ ବର୍ଗରେ ପ୍ରଦର୍ଶନ, ପ୍ରଯୁକ୍ତି ଓ ଷ୍ଟାଇଲ୍ ଦୃଷ୍ଟିରୁ ନୂଆ ନୂଆ ମାନଦଣ୍ଡ ଧାର୍ଯ୍ୟ କରୁଛି ।
ଟ୍ରାକ୍ ଟୁ ରୋଡ୍ ଦର୍ଶନ ଉପରେ ବିକାଶ କରାଯାଇଥିବା ଟିଭିଏସ୍ ଆପାଚି ରେସିଂକୁ ସମସ୍ତଙ୍କ ପାଖରେ ପହଂଚାଇଥିବା ବେଳେ ଏକ ଉତ୍ପାଦଠାରୁ ବହୁ ଆଗକୁ ବଢ଼ି ଏକ ଉଚ୍ଚ ଅଭିଳାଷପୂର୍ଣ୍ଣ ମୋଟରସାଇକଲ୍ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ଯାହା କିଛି ବର୍ଷ ଭିତରେ ଗ୍ରାହକମାନଙ୍କ ବିପୁଳ ଭଲ ପାଇବା ଓ ବିଶ୍ୱାସ ହାସଲ କରିଛି ଏବଂ ୫ ନିୟୁତ ବିକ୍ରି ମାଇଲଖୁଂଟ ହେଉଛି ତାହାର ପ୍ରତିଫଳନ । ବିଶ୍ୱସ୍ତରୀୟ ଉତ୍ପାଦ ଯୋଗାଇବା ଲାଗି ଟିଭିଏସ୍ ମୋଟରର ରହିଥିବା ପ୍ରତିବଦ୍ଧତା ଅନୁସାରେ ବିଗତ ବର୍ଷଗୁଡ଼ିକରେ ଟିଭିଏସ୍ ଆପାଚି ସିରିଜ୍‌ରେ ବହୁବାର ଉନ୍ନତି କରାଯାଇଛି ଯେଉଁଥିରେ ସାମିଲ ରହିଛି କ୍ଷେତ୍ରର ପ୍ରଥମ ସୁବିଧାସୁଯୋଗ ଯଥା ରେସ୍ ଟ୍ୟୁନ୍‌ଡ ଫୁଏଲ୍ ଇଞ୍ଜେକ୍ସନ୍‌, ରାଇଡ୍ ମୋଡସ୍‌, ଡୁଆଲ ଚ୍ୟାନେଲ୍ ଏବିଏସ୍‌, ରେସ୍ ଟ୍ୟୁନ୍‌ଡ ସ୍ଲିପର୍ କ୍ଲଚ୍‌, ସ୍ମାର୍ଟଏକ୍ସନେକ୍ଟ ଓ ଆହୁରି ବହୁତ କିଛି ଯାହା ଏହାକୁ ମୋଟରସାଇକଲ୍ ଚାଳକଙ୍କ ପାଇଁ ପସନ୍ଦର ବାଇକ୍‌ରେ ପରିଣତ କରିଛି ।
ଏହି ଐତିହାସିକ ମୁହୂର୍ତ ସମ୍ପର୍କରେ ଟିଭିଏସ୍ ମୋଟର କଂପାନିର ମୁଖ୍ୟ, ବିଜସେନ୍‌-ପ୍ରିମିୟମ୍ ଶ୍ରୀ ବିମଳ ସୁମ୍ବଲି କହିଛନ୍ତି ଯେ, “ଏହି ବିଶ୍ୱସ୍ତରୀୟ ମାଇଲଖୁଂଟରେ ପହଂଚିପାରିଥିବାରୁ ଆମେ ରୋମାଂଚିତ ଏବଂ ଏହି ସଫଳତା ପାଇଁ ସାରା ବିଶ୍ୱର ଆପାଚିଆନ୍‌ମାନଙ୍କୁ ଆମର କୃତଜ୍ଞତା ଜଣାଉଛୁ । ଏହି ମାଇଲଖୁଂଟ ପର୍ଯ୍ୟନ୍ତ ପହଂଚିବାରେ ଆମ ଯାତ୍ରା ସମ୍ପୂର୍ଣ୍ଣ ରୂପେ ଉପଯୋଗୀ ଓ ନିଷ୍ଠାପର ଉଦ୍ୟମରେ ପରିପୂର୍ଣ୍ଣ ଥିଲା ଯାହା ଟିଭିଏସ୍ ଆପାଚିକୁ ବାସ୍ତବରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିଛି । ଟିଭିଏସ୍ ଆପାଚି କେବଳ ଏକ ମୋଟରସାଇକଲ୍‌ରୁ ଆଗକୁ ବଢ଼ି ଏକ ସମ୍ପୂର୍ଣ୍ଣ ପ୍ରିମିୟମ୍ ଅନୁଭୂତିରେ ପରିଣତ ହୋଇପାରିଛି ଯାହା ଏହାର ବ୍ୟାପକ ଉତ୍ପାଦ ବର୍ଗମାଳା ଏବଂ ଏହା ସହ ଜଡ଼ିତ ମର୍କେଣ୍ଡାଇଜ୍‌, ଦ୍ରୁତ ଅଭିବୃଦ୍ଧିଶୀଳ ଓନର୍ସ ଗ୍ରୁପ୍ (ଏଓଜି), ଆପାଚି ରେସିଂ ଏକ୍ସପେରିଏନ୍ସ (ଏଆର୍‌ଇ), ଆପାଚି ପ୍ରୋ ପରଫରମାନ୍ସ (ଏପିପି), ଟିଭିଏସ୍ ୱାନ୍ ମେକ୍ ରେସ୍ ଚାମ୍ପିଆନ୍‌ସିପ୍ ଏବଂ ଗୁରୁତ୍ୱପୂର୍ଣ୍ଣ ରାଇଡ୍‌ରେ ପ୍ରତିଫଳିତ ହୋଇଛି । ଏହି ଅଭିଯାନଗୁଡ଼ିକ ଆମକୁ କେବଳ ଏକ ବ୍ରାଣ୍ଡ୍ ଗଠନ କରିବାରେ ନୁହେଁ ବରଂ ବିଚାରପୂର୍ଣ୍ଣ ଭାବେ ଭାରତ ଓ ବିଶ୍ୱର ଗ୍ରାହକଙ୍କ ସହ ଯୋଡ଼ି ହେବାରେ ସହାୟକ ହୋଇଛି ।’’
ନେକେଡ୍ ଓ ସୁପର ସ୍ପୋର୍ଟସ୍ ଭଳି ଦୁଇଟି ବର୍ଗରେ ଆପାଚି ସିରିଜ୍‌ର ପ୍ରଦର୍ଶନ ଦ୍ୱାରା ପରିଚାଳିତ ମୋଟରସାଇକଲ୍‌ଗୁଡ଼ିକ ଉପଲବ୍ଧ ହୋଇଛି । ଆର୍‌ଟିଆର୍ ସିରିଜ୍‌ରେ ରହିଛି ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦, ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ୪ଭି, ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୮୦ ଓ ଟିଭିଏସ୍ ଆପାଚି ଆର୍‌ଟିଆର୍ ୨୦୦ ୪ଭି । ଏହି ସବୁ ମୋଟରସାଇକଲ୍ ନେକେଡ୍ ବର୍ଗରେ ରହିଛି । ୨୦୧୭ରେ କଂପାନି ସୁପର ସ୍ପୋର୍ଟସ୍ ବର୍ଗରେ ପ୍ରବେଶ କରି ଟିଭିଏସ୍ ଆପାଚି ଆର୍‌ଆର୍ ୩୧୦ (ରେସ୍ ରେପ୍ଲିକା)କୁ ଉନ୍ମୋଚନ କରିଥିଲା । ୨୦୨୧ରେ କଂପାନି ଟିଭିଏସ୍ ଆପାଚି ଆର୍‌ଆର୍ ୩୧୦କୁ ଉନ୍ମୋଚନ କରିଥିଲା ।

Share

Leave a Reply

Your email address will not be published. Required fields are marked *

two + 8 =