ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂଆ ବ୍ରାଣ୍ଡ୍ ଅଭିଯାନ-ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ନୂଆ ସମନ୍ୱିତ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି । “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍‌’ ଅଭିଯାନ ସାତ ବର୍ଷରେ ବ୍ୟାଙ୍କ ଏବଂ ବ୍ୟାଙ୍କରେ ପରିଣତ ହେବା ପୂର୍ବରୁ ଗତ ଦୁଇ ଦଶନ୍ଧି ଧରି ବିଭିନ୍ନ ଅବତାରରେ ଏହା ହାସଲ କରିବାରେ ସଫଳ ହୋଇଥିବା ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରୁଛି ।
ବ୍ୟାଙ୍କ ହାସଲ କରିବାରେ ସଫଳ ହୋଇଥିବା ଗ୍ରାହକ ଏବଂ ଅଂଶୀଦାରମାନଙ୍କ ବିଶ୍ୱାସକୁ ପ୍ରଦର୍ଶିତ କରିବା ଲାଗି ଏହି ଅଭିଯାନରେ ଗାଙ୍ଗୁଲିଙ୍କ କ୍ୟାରିୟର କ୍ରମାନ୍ୱୟକୁ ବ୍ୟବହାର କରାଯାଇଛି ଯିଏ ସାତ ବର୍ଷ ପୂର୍ବେ ବ୍ୟାଙ୍କ ଶୁଭାରମ୍ଭ ହେବା ମାତ୍ରେ ବ୍ୟାଙ୍କର ଗ୍ରାହକ ହୋଇଥିଲେ । ଏହି ସିନେମାରେ ଗାଙ୍ଗୁଲି ନିଜ ଜୀବନର ସ୍ମୃତିଚାରଣ କରୁଛନ୍ତି ଯେତେବେଳେ ସେ ଜଣେ ତାରକା ହୋଇନଥିଲେ ଏବଂ ସେତେବେଳେ ପଡ଼ିଆରେ କିଛି ହାତଗଣତି ଦର୍ଶକ ଥିଲେ । ସେ କଠିନ ପରିଶ୍ରମ କରିଥିଲେ, ରନ୍ ସ୍କୋର କରିବା ଆରମ୍ଭ କରିଥିଲେ ଏବଂ ନିଜକୁ ଟିମ୍‌ର ଜଣେ ଭରସାଯୋଗ୍ୟ ସଦସ୍ୟ ଭାବେ ପ୍ରତିଷ୍ଟିତ କରିଥିଲେ, ସେ କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିପାରିଥିଲେ ଏବଂ ଅଧିକ ଲୋକ ଷ୍ଟାଡିୟମ୍‌କୁ ଆସିଥିଲେ । ସେହିଭଳି ସମାନ ଢଙ୍ଗରେ ବନ୍ଧନ ବ୍ୟାଙ୍କ ଏକ ଛୋଟ ଏନ୍‌ଜିଓ ଭାବେ ଆରମ୍ଭ ହୋଇଥିଲା । ଏହା ସମ୍ପ୍ରସାରିତ ହୋଇଥିଲା ଏବଂ ଏହାର କାମକୁ ଅଂଶୀଦାରମାନଙ୍କ ସ୍ୱୀକୃତି ମିଳିଥିଲା ଏବଂ ବନ୍ଧନ ବ୍ୟାଙ୍କ ଲୋକମାନଙ୍କ ବିଶ୍ୱାସ ଜିତିପାରିଥିଲା ।
ନୂଆ “ଜହାଁ ବନ୍ଧନ, ବହାଁ ଟ୍ରଷ୍ଟ’ ଅଭିଯାନ ସମ୍ପର୍କରେ ଅପୂର୍ବ ସିରକାର୍‌, ମାର୍କେଟିଂ ମୁଖ୍ୟ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ, “ଗତ ସାତ ବର୍ଷରେ ବନ୍ଧନ ବ୍ୟାଙ୍କ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହାର ଉପସ୍ଥିତି ଜାହିର କରିଥିବା ବେଳେ ଏହାର ୨.୭୭ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ଏବଂ ଏହାର ବୁକ୍ ସାଇଜ୍ ହେଉଛି ପାଖାପାଖି ୨ ଲକ୍ଷ କୋଟି ଟଙ୍କା । ଗ୍ରାହକମାନଙ୍କ ବିଶ୍ୱାସ ଯାହା ବ୍ୟାଙ୍କ ହାସଲ କରିବାରେ ସଫଳ ହୋଇଛି, ସେଥିପାଇଁ ଏହା ସମ୍ଭବ ହୋଇପାରିଛି । ଦାଦା (ଗାଙ୍ଗୁଲିଙ୍କ) ଜୀବନକୁ ସମସ୍ତେ ଦେଖିଛନ୍ତି । ଯଦିଓ ଉଭୟ ଦାଦା ଏବଂ ବନ୍ଧନ ବ୍ୟାଙ୍କର ଉତ୍ପତି ପଶ୍ଚିମବଙ୍ଗରେ ହୋଇଛି, କିନ୍ତୁ ତାହା ସେମାନଙ୍କୁ ପରିଚୟ ନିର୍ଧାରଣ କରିବାକୁ ସେମାନେ ଦେଇନାହାନ୍ତି ବରଂ ସାରା ଦେଶ ଓ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଛନ୍ତି । ଉଭୟ ବ୍ରାଣ୍ଡ୍‌ର ସେହି ସମାନ ଯାତ୍ରାରୁ ଅନୁପ୍ରାଣିତ ହୋଇ ଆମର ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି ।’’
ଖୁସି ବିଷୟ ଏହା ଯେ ପ୍ରଥମ ଥର ପାଇଁ ବନ୍ଧନ ବ୍ୟାଙ୍କ ଜଣେ ସର୍ବଭାରତୀୟ ବ୍ରାଣ୍ଡ୍ ଆମ୍ବାସାଡରଙ୍କୁ ନିଯୁକ୍ତି ଦେଇଛି ।
ଏହି ସହଯୋଗିତା ସମ୍ପର୍କରେ କ୍ରିକେଟ୍ କିମ୍ବଦନ୍ତୀ ଓ ବନ୍ଧନ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ଆଜି ବ୍ୟାଙ୍କ ଯେଉଁଠାରେ ପହଂଚିଛି ସେ ପର୍ଯ୍ୟନ୍ତ ବନ୍ଧନ ବ୍ୟାଙ୍କର ଯାତ୍ରାକୁ ମୁଁ ଅତି ନିକଟରୁ ଦେଖିଛି । ସେହି ଯାତ୍ରାର ମୁଁ ଜଣେ ପ୍ରଶଂସକ ଏବଂ ବ୍ୟାଙ୍କର ବାର୍ତାକୁ ପହଂଚାଇବାରେ ସହାୟକ ହେବା ଲାଗି ମିଳିଥିବା ସୁଯୋଗ କୌଣସି କୃତଜ୍ଞତାଠାରୁ କମ୍ ନୁହେଁ । ପ୍ରତିଟି ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ ଏବଂ ମୋ ଅଧିନାୟକତ୍ୱ ସମୟରେ ଏହି ମୂଲ୍ୟବୋଧ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଟିମ୍‌ରେ ଆମର ପରସ୍ପର ଉପରେ ବିଶ୍ୱାସ ଥିଲା ଏବଂ ତାହା ଆମକୁ ଏକ ବିଜେତା ଟିମ୍‌ରେ ପରିଣତ କରିଥିଲା । ଏକ ବ୍ୟାଙ୍କ ପାଇଁ ବିଶ୍ୱାସ ଅପରିହାର୍ଯ୍ୟ ଏବଂ ମୁଁ ବହୁତ ଖୁସି ଯେ ଏତେ କମ୍ ସମୟ ଭିତରେ ବନ୍ଧନ ବ୍ୟାଙ୍କ କୋଟି କୋଟି ଲୋକଙ୍କ ବିଶ୍ୱାସ ହାସଲ କରିପାରିଛି । କିଛି ବର୍ଷ ହେଲାଣି ମୁଁ ବନ୍ଧନ ବ୍ୟାଙ୍କର ଗ୍ରାହକ ହୋଇଛି ଏବଂ ସେମାନଙ୍କ ସହିତ ଏହି ସହଯୋଗିତାକୁ ଆଗକୁ ବଢ଼ାଇବାକୁ ମୁଁ ଚାହିଁରହିଛି ।’’
୨୦୨୨ ଅଗଷ୍ଟରେ ବନ୍ଧନ ବ୍ୟାଙ୍କର କ୍ରିଏଟିଭ୍ ଏଜେନ୍ସି ଭାବେ ଯୋଡ଼ି ହୋଇଥିବା ଲିଓ ବୁର୍ନେଟ୍ ଓର୍ଚାର୍ଡଙ୍କ ଦ୍ୱାରା “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ’ ଅଭିଯାନର ପରିକଳ୍ପନା କରାଯାଇଥିଲା । ପ୍ରୋଡିଜିଅସ୍‌ଙ୍କ ଦ୍ୱାରା ସିନେମା ଓ ସ୍ଥିର ଚିତ୍ରଗୁଡ଼ିକୁ ଉଠାଯାଇଛି । ଏହି ଅଭିଯାନ ସମ୍ପର୍କରେ ଲିଓ ବୁର୍ନେଟ୍ ଓର୍ଚାର୍ଡର କ୍ରିଏଟିଭ୍ ମୁଖ୍ୟ ପ୍ରବୀଣ ସୁତାର କହିଛନ୍ତି ଯେ, “ସାରା ବିଶ୍ୱରେ କିଛି ହାତଗଣତି ଉଦ୍ଦେଶ୍ୟ ଦ୍ୱାରା ଆଗକୁ ବଢ଼ୁଥିବା ବ୍ରାଣ୍ଡ୍ ଅଛନ୍ତି ଏବଂ ସେମାନଙ୍କ ସହିତ କାମ କରିବା ଏକ ସୌଭାଗ୍ୟ । ବନ୍ଧନ ବ୍ୟାଙ୍କର ଯାତ୍ରା ଉଦାହରଣ ସୃଷ୍ଟିକାରୀ ଏବଂ ଏଥିପାଇଁ ସ୍ୱତନ୍ତ୍ର କାହାଣୀ ଶୁଣାଇବାର ଆବଶ୍ୟକତା ଥିଲା । ସୌରଭ ଗାଙ୍ଗୁଲିଙ୍କ ସହ ଆମେ ଏକ ଅଭିଯାନ ସୃଷ୍ଟି କରିବାର ସୁଯୋଗ ପାଇଥିଲୁ ଯାହା ନିରବଚ୍ଛିନ୍ନ ଭାବେ ବନ୍ଧନ ବ୍ୟାଙ୍କ ଓ ଦାଦାଙ୍କ କାହାଣୀକୁ ଯୋଡ଼ିଥିଲା ଓ ତାହା ପ୍ରତ୍ୟେକ ଲୋକଙ୍କ ଭାବକୁ ସ୍ପର୍ଶ କରିଥିଲା । ଆମର ବିଶ୍ୱାସ ରହିଛି ଯେ ଏହି କାମ ସ୍ମରଣୀୟ ହେବ ଏବଂ ବନ୍ଧନ ବ୍ୟାଙ୍କର ପ୍ରଭାବକୁ ଆଗକୁ ବଢ଼ାଇବ ।’’
ଏହି ମାର୍କେଟିଂ ଅଭିଯାନକୁ ଟିଭି, ଛାପା, ଓଏଚ୍‌ଏଚ୍‌, ସିିନେମା ଓ ଡିଜିଟାଲ୍ ମିଡିଆରେ ଦେଖିହେବ । ପୁନଶ୍ଚ, ପ୍ରଥମ ଭାବେ ଏହି ଅଭିଯାନକୁ ଜାନୁଆରି ୩ରେ ଡିଜିଟାଲ୍ ମିଡିଆରେ ଲାଇଭ୍ କରାଯାଇଛି ଏବଂ ଜାନୁଆରି ୫ରେ ତାହା ଅନ୍ୟାନ୍ୟ ମିଡିଆରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

18 + four =