ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍‌ୱର୍କ ଜରିଆରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍‌ୱର୍କରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ କରିବା ସୁବିଧାକୁ ସଫଳତାର ସହ ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ଓ ମନେଟାରି ଅଥରିଟି ଅଫ୍ ସିଙ୍ଗାପୁର (ଏମ୍‌ଏଏସ୍‌)ର ମିଳିତ ଉଦ୍ୟମରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ବିକାଶ କରାଯାଇଥିବା ସୀମାପାର କାରବାରର ଏକ ଅଂଶ । ସୀମାପାର ରେମିଟାନ୍ସରେ ଦ୍ରୁତ ଓ ସୁଲଭ ଅର୍ଥରାଶି ସ୍ଥାନାନ୍ତର ପାଇଁ ଭାରତର ୟୁପିଆଇ ଓ ସିଙ୍ଗାପୁରର ପେନାଓ ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇଛି । ୨୦୨୩ ଫେବ୍ରୁଆରି ୨୧ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହିିସେନ୍ ଲୋଙ୍ଗ ଭର୍ଚ୍ରୁଆଲ୍ ମାଧ୍ୟମରେ ଏହି ସୀମାପାର ଯୋଗାଯୋଗ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।
ସିଙ୍ଗାପୁରରେ ଲିକ୍ୱିଡ୍ ଗ୍ରୁପ୍ ପକ୍ଷରୁ ପେନାଓ ଜରିଆରେ ଶୁଭାରମ୍ଭ କରାଯାଉଥିବା ପି୨ପି ବିଦେଶୀ ଇନ୍‌ୱାର୍ଡ ରେମିଟାନ୍‌ସ ପାଇଁ ଆକ୍ସିସ୍ ବ୍ୟାଙ୍କ୍ ଏକ ସେଟଲ୍‌ମେଂଟ୍ ବ୍ୟାଙ୍କ୍ ଭାବେ କାର୍ଯ୍ୟ କରିବ । ସିଙ୍ଗାପୁରରୁ ଲିକ୍ୱିଡ୍ ଗ୍ରୁପ୍‌ର ମୋବାଇଲ୍ ଆପ୍ଲିକେସନ୍‌କୁ ବ୍ୟବହାର କରି ୟୁପିଆଇ ଆଇଡି ଜରିଆରେ ଭାରତକୁ ପାଣ୍ଠି ପଠାଇହେବ । ଏହି ସହଯୋଗିତା ଉଭୟ ଦେଶ ମଧ୍ୟରେ ଅର୍ଥିକ କାରବାରକୁ ସୁଗମ କରିବ । ବାସ୍ତବ ସମୟରେ ଦିନତମାତ ୨୪ ଘଂଟା ୟୁପିଆଇ ପେନାଓ ଜରିଆରେ ଏହି ସୁବିଧା ଉପଲବ୍ଧ ହେବ ।
ବର୍ତମାନ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଛଅଟି ବ୍ୟାଙ୍କ୍ ଯଥା ଏସ୍‌ବିଆଇ, ଆଇଓବି, ଇଣ୍ଡିଆନ୍ ବ୍ୟାଙ୍କ୍‌, ଆଇସିଆଇସିଆଇ, ଡିବିଏସ୍ ଏବଂ ଆକ୍ସିସ୍ ବ୍ୟାଙ୍କ୍‌ର ୟୁପିଆଇରେ ପଂଜୀକୃତ ହିତାଧିକାରୀଙ୍କୁ ସେଟଲମେଂଟ୍ ସୁବିଧା ପ୍ରଦାନ କରିବ ।
ଏନ୍‌ଆଇପିଏଲ୍‌ର ମୁଖ୍ୟ-ପ୍ରଡକ୍ଟ ଡେଭେଲପ୍‌ମେଂଟ୍ ମିସ୍ ରୀନା ପେନ୍‌କର କହିଛନ୍ତି ଯେ, “ୟୁପିଆଇକୁ ବ୍ୟବହାର କରି ଏକ ସୁଦୃଢ଼ ଓ ସରଳ ସୀମାପାର ରେମିଟାନ୍ସ ଅନୁଭୂତି ପ୍ରଦାନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ସାରା ଦୁନିଆରେ ନୂଆ ପେମେଂଟ୍ ଭିତିଭୂମି ସ୍ଥାପନ କରିବା ସହ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଭାରତର ଡିଜିଟାଲ୍ ସମାଧାନକୁ ଦୁନିଆରେ ପହଂଚାଇବା ସହ ତାହାକୁ ବ୍ୟାପକ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’
ଏହି ମାଇଲଖୁଂଟ ସଫଳତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କ୍‌ର ଇଭିପି ଓ ମୁଖ୍ୟ-ପ୍ରାଇଭେଟ୍ ପ୍ରିମିୟମ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଥାର୍ଡ ପାର୍ଟି ପ୍ରଡକ୍ଟସ୍ ସତୀଶ କ୍ରିଷ୍ଣମୂର୍ତି କହିଛନ୍ତି ଯେ, “ସୀମାପାର ପେମେଂଟ୍ କ୍ଷେତ୍ରରେ ଆକ୍ସିସ୍ ବ୍ୟାଙ୍କ୍ ଏକ ଅଗ୍ରଣୀ ସଂସ୍ଥା ଏବଂ ଗ୍ରାହକମାନଙ୍କ ଅନୁଭୂତିରେ ନିରନ୍ତର ଉନ୍ନତି ଆଣିବା ଲାଗି ପ୍ରତିବଦ୍ଧ । ଏହି ଅଭିଯାନରେ ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଗର୍ବିତ ଯାହା ପାଖରେ ଆନ୍ତର୍ଜାତିକ ପେମେଂଟ୍‌ରେ ବିପ୍ଳବ ଆଣିବାର ସମ୍ଭାବନା ରହିଛି ।’’

ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ୍ ଆଣ୍ଡ୍ ପେମେଂଟ୍‌ସ ସଂଜୀବ ମୋଘେ କହିଛନ୍ତି ଯେ, “ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯେ ସୀମାପାର ଅର୍ଥ କାରବାର କ୍ଷେତ୍ରରେ ଏହା ଏକ ମାଇଲଖୁଂଟ୍ ମୁହୂର୍ତ । ସ୍ଥାନୀୟ ପେମେଂଟ୍‌ରେ ୟୁପିଆଇ କିଭଳି ବୈପ୍ଳବିକ ପରିବର୍ତନ ଆଣିଛି ତାହା ଆମେ ସମସ୍ତେ ଜାଣିଛେ ଏବଂ ସୀମାପାର ପେମେଂଟ୍ କ୍ଷେତ୍ରରେ ସମାନ ବିପ୍ଳବକୁ ଆମେ ଚାହିିଁରହିଛୁ ।’’

Share

Leave a Reply

Your email address will not be published. Required fields are marked *

seventeen − four =