ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା, ୨୪ ଲକ୍ଷ ଟଙ୍କାର ହାର ଜବତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଗତକାଲି ୨୩ ଘଣ୍ଟା ଧରି ବିଧାୟକ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ବି ଜବତ କରିଛି ଭିଜିଲାନ୍ସ ।

ବିଧାୟକଙ୍କ ଘରୁ ମିଳିଥିବା କାଗଜପତ୍ରର ଯାଞ୍ଚ କରାଯାଉଛି । ଭିଜିଲାନ୍ସର ଅର୍ଥନୈତିକ ଶାଖା, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯିବ । ସେହିପରି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ଦିଗରେ ପଦକ୍ଷେପ ନେବ ଭିଜିଲାନ୍ସ ।

ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ଧରି ରେଡ୍ ଚାଲିଥିଲା । ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଥିବା ଏକକାଳୀନ ଚଢ଼ାଉ । ଏତିକିବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଛି । ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।

ଏଥିସହ ତାଙ୍କର ବ୍ୟାଙ୍କ ପାସବୁକ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ, ଲାପଟପ୍ ଏବଂ ମୋବାଇଲ୍ ଫୋନକୁ ସିଜ୍ କରାଯାଇଛି । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ ।

Share

Leave a Reply

Your email address will not be published. Required fields are marked *

16 − eight =