ATM ପିନ୍ ଓଲଟା ମାରିଲେ ପୋଲିସ୍ ଆସିଯିବ, ସତ ନା ମିଛ ଜାଣନ୍ତୁ…

ଆପଣ ଇଞଗ ବ୍ୟବହାର କରି ଟଙ୍କା ଉଠେଇବାକୁ ଯାଇଛନ୍ତି ଆଉ ହଠାତ୍ କେହି ଚୋର ଆସି ପହଁଚିଲେ ଆପଣ ନିଜର ପିନ୍ କୁ ଓଲଟା ମାରିବେ ଅର୍ଥାତ୍ ଯଦି ଆପଣଙ୍କର ପିନ୍ ୧୨୩୪ ହୁଏ ତେବେ ଆପଣ ଓଲଟା କରି ୪୩୨୧ ମାରିବେ।
ଏହା ଦ୍ବାରା ଆପଣଙ୍କ ଟଙ୍କା ତ ଉଠିବ କିନ୍ତୁ ସେହି ଚୋର ବିଷୟରେ ପୋଲିସ ଜାଣି ପାରିବେ।କିନ୍ତୁ ଏହି ତଥ୍ୟଟି ସମ୍ପୂର୍ଣ ମିଛ।ମୁଁ ଆପଣଙ୍କୁ ଗୋଟେ ଉଦାହରଣ ମାଧ୍ୟମରେ ବୁଖାଉଛି। ମନେ କର ଆପଣଙ୍କ ପିନ୍ ୫୫୫୫।ଏହାକୁ ଓଲଟାଇ ଲେଖିଲେ ମଧ୍ୟ ସେଇ ଏକା ହିଁ ଆସିବ।କିମ୍ବା ଯଦି ଆପଣଙ୍କ ପିନ୍ ୧୨୨୧ ହୋଇଥିବ ତେବେ ଏହାକୁ ଓଲଟାଇ ଲେଖିଲେ ମଧ୍ୟ ସମାନ ହିଁ ରହିବ।
ତେଣୁ ଏହାର ଅର୍ଥ ଏହି ମେସେଜ ସମ୍ପୂର୍ଣ୍ଣ ମିଛ।ତେବେ ଏବେ ଆପଣ ପ୍ରଶ୍ନ କରିବେ ତାହାଲେ ଆପଣ ଏହି ସମୟରେ କଣ କରିବା ଉଚିତ୍?ଅର୍ଥାତ୍ ଏହି ପରିସ୍ଥିତିରେ ଆପଣ ଚୋର ଠାରୁ କେମିତି ବଞ୍ଚିବେ। ମନେ ରଖନ୍ତୁ ଆପଣ ଯେ କୌଣସି ଭୁଲ୍ ପିନ୍ କୁ ୩ ଥର ମାରି ଦିଅନ୍ତୁ।ଏମିତି କରିବା ଦ୍ବାରା ଆପଣଙ୍କ ଇଞଗ ବନ୍ଦ ହୋଇଯିବ।ପିନ୍ ଓଲଟାଇ ମାରିଲେ କିଛି ବି ଲାଭ ହେବ ନାହିଁ

Share

Leave a Reply

Your email address will not be published. Required fields are marked *

20 − 16 =