ସାଉଥ୍ ସୁପରଷ୍ଟାର୍ ବିଶାଲ ଗିରଫ, କାରଣ ଜାଣନ୍ତୁ …

ସାଉଥ୍ ସୁପରଷ୍ଟାର୍ ବିଶାଲ ଗିରଫ। ତାମିଲ୍ ଫିଲ୍ମ ନିର୍ମାତା ପରିଷଦ (ଟିଏଫପିସି) କାର୍ୟ୍ୟାଳୟ ଜବରଦସ୍ତ ପଶିବା ଅଭିଯୋଗରେ ବିଶାଲଙ୍କୁ ଗିରଫ କରିଛି ପୋଲିସ୍ ।
ମିଳିଥିବା ସୂଚନା ଅନୁସାରେ,ବିଶାଲଙ୍କ ବିରୋଧୀ ଗୋଷ୍ଠୀ ଗତକାଲି ଟିଏଫପିସି ପରିସରକୁ ବନ୍ଦ କରିଦେଇଥିଲେ । କାରଣ ସେମାନେ ବିଶାଲ ଏବଂ ତାଙ୍କ ସହଯୋଗୀଙ୍କ କାମରେ ଅସନ୍ତୁଷ୍ଟ ଥିଲେ । ଏପରିକି କିଛି ଅପରାଧୀକ କାର୍ୟ୍ୟକଳାପରେ ଲିପ୍ତଥିବା ଅଭିଯୋଗ କରିଛନ୍ତି ପ୍ରାୟ ୩୦୦ ପ୍ରଯୋଜକ । ତେବେ ବିରୋଧୀଙ୍କ ଦ୍ବାରା ଲଗାଯାଇଥିବା ତାଲାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ବିଶାଲ୍ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ବିଶାଲ୍ ତାଲା ଭାଙ୍ଗି ଭିତରକୁ ଯିବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ବିଶାଲଙ୍କ ବିରୋଧରେ ଆଉ ଏକ ସଙ୍ଗୀନ୍ ଅଭିଯୋଗ ମଧ୍ୟ ଆସିଛି । ସାଉଥ୍ ସିନେମାକୁ ଅନଲାଇନ୍ ଲିକ୍ କରିବାରେ ବିଶାଲଙ୍କ ହାତ ଥିବା ଅଭିଯୋଗ ହୋଇଛି । କିଛି ଦିନ ଧରି ତାମିଲରକର୍ସ ନାମକ ଏକ ଲୋକପ୍ରିୟ ସାଇଟ୍ ସୁପରହିଟ୍ ସିନେମା ସବୁ ସିନେମା ଘରକୁ ଆସୁ ଆସୁ ଅନଲାଇନ୍ ଲିକ୍ କରୁଛି । ଲିକ୍ ନହେବ ପାଇଁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ତାମିଲରକର୍ସ ଆଗରେ ସମସ୍ତେ ଫେଲ୍ ମାରୁଥିଲେ । ତେବେ ଏହି ତାମିଲରକର୍ସରେ ବିଶାଲଙ୍କ ସେୟାର୍ ଥିବା ଅଭିଯୋଗ କରିଛନ୍ତି ନିର୍ଦ୍ଦେଶକ ବିଜୟଙ୍କ ପିତା ତଥା ଲୋକପ୍ରିୟ ପ୍ରଯୋଜକ ଅଝାପାନ । ଯାହା ଫଳରେ ସହଜରେ ଫିଲ୍ମ ସବୁ ଅନଲାଇନ୍ ଲିକ୍ ହୋଇପାରୁଥିଲା ।

Share

Leave a Reply

Your email address will not be published. Required fields are marked *

one × 3 =