ଆସନ୍ତାକାଲି ଉଠାଯିବ ୟେସ ବ୍ୟାଙ୍କରେ ଥିବା ୫୪୫ କୋଟି

ଭୁବନେଶ୍ୱର() ଆସନ୍ତାକାଲି ଫେରିବ ଜଗନ୍ନାଥଙ୍କ ଟଙ୍କା ।ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଯେହେତୁ ବୁଧବାର ସଂଧ୍ୟାରୁ ୟେସ୍ ବ୍ୟାଙ୍କରୁ ଆର୍ବିଆଇ କଟକଣା ହଟିବ ଓ ଜମାକରୀଙ୍କ ଟଙ୍କା ଉଠାଣ କ୍ଷମତା ପୁନଃ କାର୍ୟ୍ୟକ୍ଷମ ହେଉଛି ସେଥିପାଇଁ ଗୁରୁବାର ଦିନ ଟଙ୍କା ଉଠାଇବାରେ ଅସୁବିଧା ନାହିଁ । ମାଚ୍ୟୁରିଟି ପୁରିଥିବା ଫିକ୍ସଡ୍ ଡିପୋଜିଟ୍ ଟଙ୍କା ଉଠାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଛି । ଯେହେତୁ ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଯାଇଥିଲା ସେଥିପାଇଁ ଜଗନ୍ନାଥଙ୍କ ଟଙ୍କା ବୁଡ଼ିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିଲା । ତେବେ ଷ୍ଟେଟ୍ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ସହଯୋଗରେ ୟେସ୍ ବ୍ୟାଙ୍କକୁ ପନଃଉଦ୍ଧାର କରାଯିବା ପରେ ସ୍ଥିତି ସ୍ବାଭାବିକ ହୋଇଛି ।

Share

Leave a Reply

Your email address will not be published. Required fields are marked *

thirteen + 18 =