ଝିଲିଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର() ଆଜି ଏକଲବ୍ୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଭାରତ୍ତୋଳିକା ଝିଲି ଦଳବେହେରାଙ୍କୁ ଏହା ପ୍ରଦାନ କରାଯିବ । ଏହି ପୁରସ୍କାରକୁ ଇମ୍ଫା ତରଫରୁ ପ୍ରଦାନ କରାଯାଇଥାଏ ।

ଏହି ସମ୍ମାନଜନକ ପୁରସ୍କାରରେ ଝିଲିଙ୍କୁ ନଗଦ ୫ଲକ୍ଷ ଟଙ୍କା ମିଳିବ । ସେହିପରି ମାନପତ୍ର ମଧ୍ୟ ପ୍ରଦାନ କରାଯିବ । ଏତତ୍ ବତୀତ ଅନ୍ୟ ୨ କ୍ରୀଡାବିତଙ୍କୁ ମଧ୍ୟ ସାଇଟେସନ ସମ୍ମାନରେ ସମ୍ମାନିତ କରାଯିବ । ଫୁଟୁବଲ ଖେଳାଳି ଜବାମଣି ଟୁଡୁ ଓ ହକି ଖେଳାଳି ନମିତା ଟାପ୍ପୋଙ୍କୁ ଏଥିରେ ସମ୍ମାନିତ କରାଯିବ ।

Share

Leave a Reply

Your email address will not be published. Required fields are marked *

four × two =