Latestରାଜ୍ୟ

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ସରକାରୀ ବାବୁ | ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ | ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ ଥିବାବେଳେ ଆଜି ଭିଜିଲାନ୍ସ ରେଡ୍‌ କରିଥିଲା ।

ଲାଞ୍ଚ ନେଇ ଫସିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର, ରେଡ କଲା ଭିଜିଲାନ୍ସ | ବାବୁ ଜଣଙ୍କ ଜଙ୍ଗଲ ବିଭାଗ ଅଧିନରେ ଠିକା କାମ ଦେବା ବାବଦକୁ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ତିନି ଶହ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ନଗଦ ଏକ ଲକ୍ଷ ତିନି ସହ ଟଙ୍କା ଜବତ କରିଥିଲା ।

ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ତାଙ୍କର ସରକାରୀ ଆବାସରୁ 17 ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

19 + thirteen =