କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହତ । ଦୁର୍ଘଟଣାଗ୍ରସ୍ତ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ଗାଡି। ଏକ ଟ୍ରାକ୍ଟର କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ନିଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।

ସୂଚନା ଅନୁସାରେ, ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଲିଆଣି ପଟରୁ ଆସୁଥିବା ଏକ ଟ୍ରାକ୍ଟର ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ମନ୍ତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡ଼ିଛି । ଏଥିରେ ତାଙ୍କ ପିଏ, ପିଏସ୍‌ଓ ଏବଂ ଡ୍ରାଇଭର୍‌ ମଧ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି । ପାଇଲଟ ଗାଡି ନଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

1 × five =