ଶ୍ରୀମନ୍ଦିରରେ ଦୁଇ ସେବାୟତ ମୁହାଁମୁହିଁ

ପୁରୀ : ଶ୍ରୀମନ୍ଦିରରେ ଦୁଇ ସେବାୟତ ହୋଇଛନ୍ତି ମୁହାଁମୁହିଁ | ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଫଟେଇ ଦେଇଛନ୍ତି ସୁଆର ସେବାୟତ ।ଏହି ଘଟଣାରେ ଦାମୋଦର ଗୋଚ୍ଛିକାର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁଯାୟୀ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ରାମକୃଷ୍ଣ କୁଡ଼ୁଆରେ ଦାମୋଦରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏ ଘଟଣା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି । ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

seventeen − 12 =